fbpx

ACF ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଆଜି ବି ଅଡୁଆ ସୂତା ପରି ଛନ୍ଦି ହୋଇରହିଛି । ଏହାରି ମଧ୍ୟରେ ୩ ପ୍ରମୁଖ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଟେଷ୍ଟ ରିପୋର୍ଟ ଆସିଛି । ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିବା ପରେ ତଜର୍ମା କରୁଛି କ୍ରାଇମବ୍ରାଞ୍ଚ । ସେମାନଙ୍କର ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ରିପୋର୍ଟକୁ ନେଇ ଅନୁଧ୍ୟାନ ଚାଲିଛି । ଉଭୟଙ୍କ ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ତେବେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରାୟ ୪ ଘଣ୍ଟା ସମୟ ଧରି ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଫୋରେନ୍ସିକ୍ ଲ୍ୟାବରେ ହୋଇଥିଲା ଏହି ଲାଏ ଡିଟେକ୍ସନ ଟେଷ୍ଟ । ଏଥିରେ ତଦନ୍ତକାରୀ ଅଧିକାରୀଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୨ଟି ଟିମ୍‌ ସାମିଲ ଥିଲେ । ସ୍ୱାମୀଙ୍କ ବିଷୟରେ ପଚାରିବାରୁ ବିଦ୍ୟାଭାରତୀ କାନ୍ଦି ପକାଇଥିଲେ । ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସୌମ୍ୟଙ୍କ ପରିବାର ଲୋକେ ଦାବି କରିଥିଲେ । ବିଦ୍ୟାଙ୍କ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ସରିଥିବା ବେଳେ ଆଜି ସମସ୍ତଙ୍କ ରିପୋର୍ଟ ଆସିଛି ।

Get real time updates directly on you device, subscribe now.