fbpx
BSKY SKY
BSKY SKY

ଶେଷ T-20 ମ୍ୟାଚରେ କାହିଁକି ଖେଳିଲେନି ଦୀପକ ଚହର? ସିରିଜ ଅଧାରୁ ଘରକୁ ଫେରିଗଲେ ଷ୍ଟାର ବୋଲର

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ । ଉଭୟ ଦଳ ଏହି ମ୍ୟାଚ ପାଇଁ ଗୋଟିଏ ଲେଖାଏଁ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଗ୍ରୀନଙ୍କ ସ୍ଥାନରେ ଏଲିସଙ୍କୁ ସ୍ଥାନ ଦେଇଛନ୍ତି ଅଧିନାୟକ ୱେଡ । ସେହିପରି ପଞ୍ଚମ ତଥା ଶେଷ ମ୍ୟାଚ ପାଇଁ ଦୀପକ ଚହରଙ୍କ ପରିବର୍ତ୍ତେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିଛି । କିନ୍ତୁ ଗୋଟିଏ ମ୍ୟାଚ ପରେ ଦୀପକଙ୍କୁ ବାଦ୍ ଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇଥିଲେ ଷ୍ଟାର ବୋଲର ଦୀପକ ଚହର । ଏହି ମ୍ୟାଚରେ ୨ଟି ସଫଳତା ପାଇଥିଲେ ମଧ୍ୟ ପଞ୍ଚମ ତଥା ଶେଷ ମ୍ୟାଚରେ ସେ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଦୀପକଙ୍କୁ ଦଳରୁ ବାଦ୍ ପଡ଼ିବା ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସିରିଜ ସରିବା ପୂର୍ବରୁ ହିଁ ଦୀପକ ଦଳ ଛାଡ଼ି ଘରକୁ ଫେରି ଯାଇଥିବା ସୂର୍ଯ୍ୟକୁମାର ପ୍ରକାଶ କରିଛନ୍ତି । ପରିବାରରେ କୌଣସି ମେଡିକାଲ ଇମରଜେନ୍ସି ପାଇଁ ଦୀପକ ଘରକୁ ଫେରି ଯାଇଥିବା କହିଛନ୍ତି ସୂର୍ଯ୍ୟକୁମାର । ତେଣୁ ଦୀପକଙ୍କ ସ୍ଥାନରେ ବାମହାତୀ ବୋଲର ଅର୍ଶଦୀପ ସିଂହଙ୍କୁ ଆଜି ଦଳରେ ସାମିଲ କରାଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ ପୂର୍ବରୁ ଦୀପକ ଚହର ଦଳ ସହ ସାମିଲ ହୋଇଥିଲେ । ଷ୍ଟାର ବୋଲର ମୁକେଶ କୁମାର ବିବାହ ଯୋଗୁଁ ଘରକୁ ଫେରିଯିବାରୁ ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦେଇଥିଲା ବିସିସିଆଇ । ତେବେ ଚତୁର୍ଥ ମ୍ୟାଚରେ ସୁନ୍ଦର ବୋଲିଂ କରି ୨ଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ ମଧ୍ୟ ଶେଷ ମ୍ୟାଚରୁ ସେ ବାଦ୍ ପଡ଼ିଛନ୍ତି । ମ୍ୟାଚ ପୂର୍ବରୁ ପରିବାରରେ ସମସ୍ୟା ଯୋଗୁଁ ସେ ଘରକୁ ଫେରି ଯାଇଥିବା କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।

Get real time updates directly on you device, subscribe now.