fbpx
BJD
BJD SKY
BJD SKY

ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର

BJD

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେ ଚନ୍ଦ୍ରଶେଖର ରାଓ(କେସିଆର)। ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ସେ ନିଜର ଇସ୍ତଫା ପଠାଇଛନ୍ତି। ଏନେଇ ବିଆରଏସ କାର୍ୟ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି। ଏଥି ସହ ରାଜ ଭବନ ସୂଚନା ଦେଇଛନ୍ତି ଯେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ ଭବନ ଜାରି କରିଥିବା ପ୍ରକାଶନରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ସରକାର ଗଠନ ପର୍ୟ୍ୟନ୍ତ ଏହି ପଦରେ ରହିବାକୁ କେସିଆରଙ୍କୁ ଅନୁରୋଧ କରାଯାଇଛି।

ସୂଚନା ଥାଉକି, ୨୦୧୩ରେ ତେଲେଙ୍ଗାନା ଗଠନ ହୋଇଥିଲା । ଏଠାରେ ଏଥର ଗତ ୨ଟି ନିର୍ବାଚନକୁ ମିଶାଇ ୩ୟ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ୨ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେସିଆର୍ ଚଳିତ ନିର୍ବାଚନରେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଥିଲେ ମଧ୍ୟ ତାଙ୍କ ଆଶା ପୂରଣ ହୋଇପାରି ନାହିଁ। କାରଣ ଏଠାରେ ୧୧୯ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସକୁ ସର୍ବାଧିକ ୬୫ଟି ଆସନ ମିଳିଛି। ସେହିପରି ଦ୍ୱିତୀୟ ଦଳ ଭାବେ ବିଆରଏସକୁ ୩୯ଟି ଆସନ ମିଳିଛି। ଅନ୍ୟପଟେ ବିଜେପିକୁ ୮ ଓ ଅନ୍ୟାନ ଦଳକୁ ୭ଟି ଆସନ ମିଳିଛି। କେସିଆରଙ୍କ ବିଆରଏସ ଦଳ ଅଧୀନରେ ଥିବା ତେଲେଙ୍ଗାନା ରାଜ୍ୟ ଶେଷରେ ଆଜି କଂଗ୍ରେସ ହାତକୁ ଚାଲିଯାଇଛି।

Get real time updates directly on you device, subscribe now.