fbpx
BSKY SKY
BSKY SKY

ହାତରୁ ଖସିଗଲା ସୁବର୍ଣ୍ଣ ସୁଯୋଗ: କୋହଲିଙ୍କ ରେକର୍ଡ ଭାଙ୍ଗିବାରେ ଋତୁରାଜ-ସୂର୍ଯ୍ୟକୁମାର ଫେଲ

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ବଡ଼ ଅସଫଳତା ପାଇଛନ୍ତି ଟିମ ଇଣ୍ଡିଆର ଦୁଇ ସୁପରଷ୍ଟାର । ଅଧିନାୟକ ସୂର୍ଯ୍ୟକୁମାର ଏବଂ ଷ୍ଟାର ଓପନର ଋତୁରାଜ ଏହି ମ୍ୟାଚରେ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଛନ୍ତି । ବିରାଟ କୋହଲିଙ୍କ ୩ଟି ରେକର୍ଡ ଭାଙ୍ଗିବା ପାଇଁ ଉଭୟ ଖେଳାଳିଙ୍କ ପାଖରେ ସୁଯୋଗ ରହିଥିବା ବେଳେ ଏଥିରେ ଫେଲ ମାରିଛନ୍ତି ସୂର୍ଯ୍ୟ ଏବଂ ଋତୁରାଜ । ଫଳରେ କିଙ୍ଗ କୋହଲିଙ୍କ ଏହି ବଡ଼ ରେକର୍ଡ ସୁରକ୍ଷିତ ରହିଛି । ତେବେ ଋତୁରାଜ କୋହଲିଙ୍କର ଗୋଟିଏ ରେକର୍ଡ ଭାଙ୍ଗିବାରେ ସପଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଋତୁରାଜ ଗାଏକ୍ୱାଡ ମାତ୍ର ୧୦ ରନ୍ କରି ପାଭିଲିୟନ ଫେରିଛନ୍ତି । ଏହାସହିତ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହ ସିରିଜର ସର୍ବାଧିକ ସ୍କୋର ୨୨୩ ହାସଲ କରିଛନ୍ତି ଋତୁରାଜ । ତେବେ ଆଜି ଶେଷ ମ୍ୟାଚରେ ବିରାଟଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କ ମାତ୍ର ୧୯ ରନ୍ ଆବଶ୍ୟକ ରହିଥିଲା । କିନ୍ତୁ ଏହି ବିରାଟ କୋହଲିଙ୍କ ଏହି ବଡ଼ ରେକର୍ଡରୁ ଆଉ ମାତ୍ର ୯ ରନ୍ ଦୂରରେ ରହିଯାଇଛନ୍ତି ଋତୁରାଜ । କୌଣସି ଟି-୨୦ ଦ୍ୱିପାକ୍ଷିକ ସିରିଜରେ ବର୍ତ୍ତମାନ ମଧ୍ୟ ସର୍ବାଧିକ ରନ୍ କରିବାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବିରାଟ । କୋହଲି ୨୩୧ ରନ୍ ସହ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ୨୨୪ ରନ୍ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଏହାବ୍ୟତୀତ ସୂର୍ଯ୍ୟକୁମାର ଯାଦବ ମଧ୍ୟ କୋହଲିଙ୍କ ରେକର୍ଡ ଭାଙ୍ଗିବାରେ ଅସଫଳ ହୋଇଛନ୍ତି । ଆଜିର ମ୍ୟାଚରେ ୨୦ ରନ୍ କରିଥିଲେ କୋହଲିଙ୍କୁ ପଛରେ ପକାଇ ଦ୍ରୁତତମ ଭାରତୀୟ ଖେଳାଳି ଭାବରେ ଟି-୨୦ କ୍ରିକେଟରେ ୨୦୦୦ ରନ୍ ପୂରଣ କରିଥାନ୍ତେ ସୂର୍ୟ୍ୟକୁମାର । କିନ୍ତୁ ଏହି ମ୍ୟାଚରେ ମାତ୍ର ୫ ରନ୍ କରି ସେ ପାଭିଲିୟନ ପେରିଛନ୍ତି । ତେଣୁ ବିରାଟଙ୍କ ରେକର୍ଡ ସୁରକ୍ଷିତ ରହିଛି ଏବଂ ଟି-୨୦ କ୍ରିକେଟରେ ୨୦୦୦ ରନ୍ ପୂରଣ କରିବାରେ ସବୁଠାରୁ ଦ୍ରୁତତମ ଭାରତୀୟ ଖେଳାଳି ହେଉଛନ୍ତି ବିରାଟ କୋହଲି । ବିରାଟ ମାତ୍ର ୫୬ଟି ଇନିଂସରେ ହିଁ ଏହି କାରନାମା କରି ଦେଖାଇଛନ୍ତି । ତେଣୁ ବର୍ତ୍ତମାନ ସୂର୍ୟ୍ୟକୁମାରଙ୍କ ପାଖରେ ଏହି ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଥିଲା ।

Get real time updates directly on you device, subscribe now.