fbpx

ଡାକ୍ତରମାନେ ଅପରେସନ୍ ସମୟରେ କାହିଁକି ପିନ୍ଧନ୍ତି ନୀଳ ଓ ସବୁଜ ପୋଷାକ ? ଜାଣନ୍ତୁ ଏହାର କାରଣ

ଆପଣମାନେ ସମସ୍ତେ ବିଭିନ୍ନ କାରଣରୁ ଅନେକ ସମୟରେ ଡାକ୍ତରଖାନାକୁ ଯାଇଥିବେ ନିଶ୍ଚୟ। ଡାକ୍ତରଖାନାରେ ଆମେ ସମସ୍ତେ ଧ୍ୟାନ ଦେଇଥିବାର ଗୋଟିଏ କଥା ହେଉଛି ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନେ ସର୍ବଦା ଧଳା କୋଟ କିମ୍ବା ପୋଷାକରେ ଦେଖାଯାନ୍ତି। କିନ୍ତୁ ଯେତେବେଳେ ଏହି ଡାକ୍ତର ଏବଂ ନର୍ସମାନେ ଅପରେସନ୍ ପାଇଁ ଯାଆନ୍ତି, ସେମାନେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି। ଆପଣ କେବେ ଭାବିଛନ୍ତି କି ଏହା କାହିଁକି ସେମାନେ କରନ୍ତି ? ବାସ୍ତବରେ ଏହା ପଛରେ କିଛି ବିଜ୍ଞାନ ରହିଛି। ଆସନ୍ତୁ ବୁଝିବା ଏପରି କାହିଁକି କରାଯାଏ।

ବୈଜ୍ଞାନିକ କାରଣ ଅନୁସାରେ, ନୀଳ ଓ ସବୁଜ ରଙ୍ଗ ଆଖିପାଇଁ ବେଶ୍ ଉପଯୋଗୀ। ନୀଳ ରଙ୍ଗକୁ ଦେଖିବା ଦ୍ୱାରା ଆଖିକୁ ଆରାମ ମିଳିଥାଏ। ଅନ୍ୟ ରଙ୍ଗ ତୁଳନାରେ ଏହି ଦୁଇଟି ରଙ୍ଗ ଦୃଷ୍ଟିଶକ୍ତି ଓ ମାନସିକ ଚାପକୁ ଦୂର କରିବାରେ ସହାୟକ ହୋଇଥାଏ।

ଅପରେସନ୍ ସମୟରେ ଡାକ୍ତରମାନେ ଲଗାତାର ଭାବେ ରକ୍ତ ଓ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଦେଖିଥାନ୍ତି। ଯାହା ଫଳରେ ସେମାନଙ୍କର ଆଖି ଓ ମାନସିକ ଚାପ ବୃଦ୍ଧି ପାଇଥାଏ। ଏହି ସମୟରେ ସେମାନେ ଏହି ନୀଳ କିମ୍ବା ସବୁଜ ରଙ୍ଗର ଡ୍ରେସକୁ ଦେଖିଲେ ସେମାନଙ୍କର ଆଖି ଓ ମସ୍ତିଷ୍କକୁ ଆରାମ ମିଳିଥାଏ। ଘଣ୍ଟା ଘଣ୍ଟା ଧରି ଅପରେସନ୍ କରିବା ସମୟରେ ଡାକ୍ତରମାନଙ୍କ ଏହି ନୀଳ ରଙ୍ଗର ଡ୍ରେସକୋର୍ଡ ତାଙ୍କର ଆଖିକୁ ଆରାମ ଯୋଗାଇଥାଏ। ଯାହା ସେମାନଙ୍କର ମାନସିକ ଚାପକୁ ମଧ୍ୟ କମ୍ କରିଥାଏ।

ଡାକ୍ତରଖାନାର ବିଭିନ୍ନ ଆସବାସପତ୍ର ମଧ୍ୟ ନୀଳ ଓ ସବୁଜ ରଙ୍ଗର ହୋଇଥାଏ। ଯାହା ରୋଗୀମାନଙ୍କ ଆଖିକୁ ଚାପମୁକ୍ତ ରଖିବା ସହ ମାନସିକ ଚାପକୁ ଦୂର କରିଥାଏ।

Get real time updates directly on you device, subscribe now.