fbpx

ମଦ ପିଇବା ପରେ ଲୋକେ କାହିଁକି କହିଥାନ୍ତି ଇଂରାଜୀ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ…

ଆପଣ ଅନେକ ସମୟରେ ଦେଖିଥିବେ ମଦ ନିଶାରେ କିଛି ଲୋକ ଡ୍ରାମା କରୁଥିବା ବେଳେ କିଛି ଲୋକ ମନର କଥା କିମ୍ବା ଦୁଃଖକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାନ୍ତି । ତେବେ ଆପଣ ଏହା ମଧ୍ୟ ଦେଖିଥିବେ କିଛି ଲୋକ ନିଶାଶକ୍ତ ଅବସ୍ଥାରେ ଇଂରାଜୀ ଭାଷରେ କଥା ହୋଇଥାନ୍ତି । ବେଳେ ବେଳେ ସେମାନେ ଏପରି ଇଂରାଜୀ କହିଥାନ୍ତି ଯେ ଯାହାକୁ ଶୁଣିଲେ ହସି ହସି ପେଟ ବଥା ହୋଇଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୋଇଥାଏ । ଲୋକେ ମଦ ପଇବା ପରେ କଣ ପାଇଁ ଇଂରାଜୀ ଭାଷାରେ କଥା ହୋଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କହିବୁ ଯେ, ଲୋକେ ନିଶାଶକ୍ତ ଅବସ୍ଥାରେ କାହିଁକି କହିଥାନ୍ତି ଇଂରାଜୀ ।

ମଦ ପିଇବା ପରେ ଲୋକେ କାହିଁକି ଇଂରାଜୀ କହିଥାନ୍ତି ଏହାକୁ ନେଇ ନିକଟରେ ଏକ ରିସର୍ଚ୍ଚ କରାଯାଇଥିଲା । ଏହି ରିସର୍ଚ୍ଚ ଅନୁଯାୟୀ ମଦ ପିଇବା ପରେ ଯେଉଁ ନିଶା ହୋଇଥାଏ, ଏହା ଅନ୍ୟ ଭାଷା କହିବାରେ ସାହାଯ୍ୟ କରିଥାଏ । ଏଥିସହିତ ମନୋବଳ ବା (କନଫିଡେଣ୍ଟ) ମଧ୍ୟ ବଢାଇଥାଏ । ଯାହା ଫଳରେ ଲୋକେ ଅନ୍ୟ ଭାଷାରେ କଥା ହୋଇଥାନ୍ତି । ତେବେ ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣା ପଡିଛି ଯେ ଭାଷା ହେଉଛି ଆମ ବ୍ୟବହାରର ଏକ ଉପାୟ, ଏବଂ ନିଶା ସେବନ ଦ୍ୱାରା ଆମ ବ୍ୟବହରରେ ପରିବର୍ତ୍ତନ ଆସିଥାଏ ।

ମଦ ପିଇବା ପରେ ନିଶାଶକ୍ତ ବ୍ୟକ୍ତିମାନେ ସେମାନଙ୍କ ହୋସରେ ରହି ନଥାନ୍ତି । ଏପରି ସ୍ଥିତିରେ ସେମାନେ ଆତ୍ମବିଶ୍ୱାସର ସହିତ ସେମାନଙ୍କ କଥା କହିଥାନ୍ତି । ତେବେ ଇଂରାଜୀ ଆମ ମାତୃଭାଷା ହୋଇ ନଥିବା ବେଳେ ଏହାକୁ କହିବା ସମୟରେ ଭୁଲ ହେବା କାରଣରୁ ଅନେକ ଲୋକ ଏହାକୁ କହିବାକୁ କୁଣ୍ଠାବୋଧ କରିଥାନ୍ତି । କିନ୍ତୁ ମଦ ନିଶାରେ ଲୋକେ ନ ଡରି ଇଂରାଜୀ ଭାଷା କହିଥାନ୍ତି ।

ଏହିପରି କରାଯାଇଛି ରିସର୍ଚ୍ଚ: ଅନୁସନ୍ଧାନକାରୀମାନେ ଏହି ରିସର୍ଚ୍ଚ କରିବାକୁ ଏକ ସୁନ୍ଦର ଉପାୟ ଆପଣାଇଥିଲେ । ସେମାନେ କିଛି ଲୋକଙ୍କୁ ମଦ ବା ନିଶାଦ୍ରବ୍ୟ ଦେଇଥିବା ବେଳେ କିଛି ଜଣଙ୍କୁ ସାଧା ଜୁସ୍ ଦେଇଥିଲେ । ଏହାପରେ ସେମାନେ ଏହି ଦୁଇ ପ୍ରକାକ ଲୋକଙ୍କୁ ଅନ୍ୟ ଭାଷାରେ କଥା ହେବାକୁ କହିଥିଲେ । ତେବେ ଯେଉଁମାନେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ ସେମାନେ ବିନା ସଙ୍କୋଚରେ ଅନ୍ୟ ଭାଷାରେ କଥା ହେଉଥିବାବେଳେ ନିଶାରେ ନଥିବା ବ୍ୟକ୍ତିମାନେ ଅନ୍ୟଭାଷାରେ କଥା ହେବାକୁ କୁଣ୍ଠାବୋଧ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.