fbpx

କଳା ସୂତା ପାଦରେ କାହିଁକି ବାନ୍ଧନ୍ତି ? ଜାଣନ୍ତୁ ଏହାର ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ ଓ ଦୋଷ ଦୂର କରିବାକୁ କଳା ସୂତାର ବ୍ୟବହାର କରାଯାଇଥାଏ । କଳା ସୂତା ବାନ୍ଧିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶରୀରରେ କଳା ସୂତା ବାନ୍ଧିବା ଦ୍ଵାରା ଚମତ୍କାର ଲାଭ ମିଳିଥାଏ । ବିଶ୍ୱାସ କରାଯାଏ ଯେ ବାୟୁମଣ୍ଡଳରେ ଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାର କଳା ସୂତା ସକ୍ଷମ ହୋଇଥାଏ । ଏହା ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ମଧ୍ୟ ଶରୀରରେ କଳା ସୂତା ବନ୍ଧାଯାଏ । ଆପଣଙ୍କ ଡାହାଣ ଗୋଡ଼ର ଆଙ୍ଗୁଳିରେ କଳା ସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କୁହାଯାଏ ଯେ ଯେଉଁମାନଙ୍କୁ ନାଭି ରୋଗ ହୋଇଥାଏ ସେମାନେ ଡାହାଣ ଗୋଡ଼ର ଆଙ୍ଗୁଠିରେ କଳା ସୂତା ବାନ୍ଧିଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା..

– କୁଦୃଷ୍ଟିରୁ ରକ୍ଷା କରିବା ପାଇଁ କଳା ସୂତାର ଅପାର ଶକ୍ତି ରହିଛି। କଳା ଯାଦୁରୁ କଳା ସୂତା ରକ୍ଷା କରିଥାଏ । ଶନି ଗ୍ରହ ମଧ୍ୟ କଳା ରଙ୍ଗ ସହିତ ଜଡିତ। ଶନି କଳା ରଙ୍ଗର କାରକ। ଏକ କଳା ସୂତା ପିନ୍ଧିବା ଦ୍ୱାରା ଶନି ଗ୍ରହ ରାଶିରେ ଦୃଢ ହୋଇଥାଏ । ଯାହା ଫଳରେ ଶନି ଦଶାରୁ ମୁକ୍ତି ମିଳେ ।

– କଳା ସୂତା ବାନ୍ଧିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଯଦି ପେଟରେ ଯନ୍ତ୍ରଣା ଭୋଗୁଥିବେ ତେବେ କଳା ସୂତା ବାନ୍ଧିଲେ ଯନ୍ତ୍ରଣା ଦୂର ହୋଇଯାଏ। ଗୋଡରେ କଳା ସୂତା ବାନ୍ଧିବା ଦ୍ୱାରା ଗୋଡ ଯନ୍ତ୍ରଣା କମ୍ ହୋଇଥାଏ ।

– ମଙ୍ଗଳବାର ଦିନ ଶରୀରରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଲାଭଦାୟକ। ଏହି ଦିନ ଡାହାଣ ଗୋଡରେ କଳା ସୂତା ବାନ୍ଧିବା ବିଶେଷ ଶୁଭଫଳ ମିଳେ। ଏହାର ପ୍ରଭାବ ଯୋଗୁଁ, ଆପଣଙ୍କର ଆର୍ଥିକ ଜୀବନ ସୁଖୀମୟ ହେବ ସହ ଘରକୁ ଧନ ଏବଂ ସମୃଦ୍ଧତା ଆସିବା ।

Get real time updates directly on you device, subscribe now.