fbpx

ଆଲର୍ଜିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ: ଦୂରେଇ ଯିବ ଚିନ୍ତା

ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ । ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । ଖାଦ୍ୟ ଅସ‌ହ‌ନଶୀଳତା ଓ ଖାଦ୍ୟ ବିଷାକ୍ତ‌ତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । ଆଲର୍ଜି ହେଉଛି ଏକ ପ୍ରକାରର ରୋଗ ଯାହା ଶରୀରରେ କିଛି କିଛି ସ୍ଥାନରେ ନାଲି ହୋଇ ଫଳି ହୋଇପଡ଼ିଥାଏ । ଏହା କିଛି କିଛି ଜିନିଷ ଖାଇବା ଦ୍ୱାରା ବ୍ୟାପିଥାଏ । ତେଣୁ ସମନ୍ତଙ୍କୁ ଜଣା ନଥାଏ ଯେ କେମିତି ଏଥିରୁ ମୁକ୍ତି ପାଇବେ । ଆମେ ଆଜି ନେଇ ଆସିଛୁ ଆଲର୍ଜିରୁ ମୁକ୍ତି ପାଇବାର ଉପାୟ ।

ଅଦା:-
ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ସବୁଦିନ ଅଦାରେ ତିଆରି ୨କପ୍ ଚା ପିଇବା ଦ୍ୱାରା ଆଲର୍ଜି ରୋଗରୁ ଭଲ ଲାଭ ମିଳିଥାଏ । ଆପଣ ଏହାକୁ ଖାଦ୍ୟ ସହିତ ମଧ୍ୟ ଚୋବାଇ ଖାଇପାରିବେ ।

ରସୁଣ:-
ରସୁଣ ଏକ ଆଣ୍ଟିଅର୍ଜିକସଫଲ ଫୁଡ୍ ଅଟେ । ରସୁଣ ଶରୀରର ଆଣ୍ଟି-ଆକ୍ଟିଭେଟ କରିଥାଏ ଯାହା ଶରୀରକୁ ଆଲର୍ଜିରୁ ବଞ୍ଚାଇଥାଏ । ସର୍ବଦା ଖାଦ୍ୟ ସହିତ ୨ବା ୩ ଟି ରସୁଣ ଖାଇବା ଦ୍ୱାରା ଆମକୁ ଭଲ ଲାଭ ମିଳିଥାଏ ଏବଂ ଏହା ଆଲର୍ଜିରୁ ମଧ୍ୟ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।

ହଳଦୀ:-
ହଳଦୀ ରେ କୁର୍କୁନିକ ଲବଣ ପାଇଥାଉ ଆମେ ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଅଟେ ଏବଂ ଆଣ୍ଟିକମ୍ପ୍ଲିମେଣ୍ଟ୍ରି ମଧ୍ୟ ଏହା ଦ୍ୱାରା ମିଳି ଥାଏ । ଏହା ଆଲର୍ଜି ସହିତ ଲଢ଼ିଥାଏ । ଯଦି ପ୍ରତ୍ୟେକ ଦିନ ଗରମ କ୍ଷୀରରେ ହଳଦୀ ମିଶାଇ ପିଇବେ ତେବେ ଆପଣ ଆଲର୍ଜିରୁ ମୁକ୍ତି ପାଇ ପାରିବେ ।

ଲେମ୍ବୁ:-
ଲେମ୍ବୁ ଖାଇବା ଦ୍ୱାରା ଇମୁଁନଙ୍ଗ୍ ସିଷ୍ଟମ ମଜବୁତ ହୋଇଥାଏ ଏବଂ ସବୁ ପ୍ରକାର ଆଲର୍ଜି ରୋଗ ଦୂରେଇ ଯାଇଥାଏ । ଏଥିରେ ବହୁତ ଭିଟାମିନ ଯଥା ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଦିନସାରା ଆମକୁ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଇବା ଦରକାର ।

ସେଓ:-
ପ୍ରତ୍ୟେକ ଦିନ ସେଓ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳି ଭଲହୋଇଥାଏ ଏବଂ ଏହା ଦ୍ୱାରା ଆମକୁ ଶକ୍ତି ମିଳିଥାଏ । ପ୍ରତ୍ୟେକ ଦିନ ଏହା ଖାଇବା ଫଳରେ ଆମଠାରୁ ଆଲର୍ଜି ରୋଗ ଦୂରେଇ ଯାଇଥାଏ ।

ଗ୍ରିନ ଟି:-
ପ୍ରତ୍ୟେକ ଦିନ ୨ କପ ଗ୍ରିନ ଟି ପିଇବା ଦ୍ୱାରା ପ୍ରତିରୋଧ ଶକ୍ତି ଆମର ମଜବୁତ ହୋଇଥାଏ ଏବଂ ଏହା ଆମକୁ ଆଲର୍ଜି ରୋଗଠାରୁ ବଞ୍ଚାଇ ରଖିଥାଏ ।

କନ୍ଦମୂଳ:-
କନ୍ଦମୂଳରେ ବିଟୋକ-କ୍ୟାରୋଟୀନ୍ ଥିବା ସହିତ ପଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ ବି-୬ ମଧ୍ୟ ପାଇଥାଉ ।ଏହା ଶରୀରରେ ପ୍ରତିରୋଧ ଶକ୍ତି ବଢ଼ାଇଥାଏ । ପ୍ରତ୍ୟେକ ଦିନ ୧ ରୁ ୨ କପ୍ କନ୍ଦମୂଳ ଜୁସ ପିଇବା ଦ୍ୱାରା ଆଲର୍ଜି ରୋଗ ଦୂରେଇ ଯାଇଥାଏ ।

Get real time updates directly on you device, subscribe now.