fbpx

ରାତିରେ କାହିଁକି ପୂଜା ଆଆନ୍ତି ମହାଦେବ?

ଭୁବନେଶ୍ୱର : ଆଜି ହେଉଛି ମହାଶିବରାତ୍ରୀ। ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ବା ଜାଗର ଉତ୍ସବ ପାଳନ କରାଯାଏ । ଏହା କଲ୍ୟାଣ ଓ ଦୀପ ଦାନର ବଡ ପର୍ବ । ଇର୍ଶାନ ସଂହିତା ଅନୁସାରେ, ଫାଲଗୁନ୍ ମାସ ଚତୁର୍ଦଶୀର ଅର୍ଦ୍ଧରାତିରେ କୋଟି କୋଟି ସୂର୍ଯ୍ୟଙ୍କ ଅପାରକିରଣ ଜ୍ୟୋର୍ତିଲିଙ୍ଗର ପାଦୁର୍ଭାବ ହୋଇଥିଲା । ଅର୍ତାତ୍ ସୂର୍ଯ୍ୟଙ୍କ ଉଜ୍ୱଳ କିରଣ ଜ୍ୟୋର୍ତିଲିଙ୍ଗକୁ ଆଲୋକିତ କରିଥିଲା । ତେଣୁ ଆଲୌକିକ ଶକ୍ତି ପ୍ରାପ୍ତ କରିବା ପାଇଁ ଏହି ଦିନ ସବୁଠାରୁ ଉପଯୁକ୍ତ ।

Happy Maha Shivratri 2023 Wishes, Quotes, Status Images: महाशिवरात्रि पर अपनों को भेजें ये खास मैसेज, इन शुभाकामनाएं संदेशों से बनाएं दिन खास

ପଣ୍ଡିତମାନଙ୍କ ମତରେ ମହାଶିବରାତ୍ରୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଶିବର୍ଚ୍ଚନା ଏବଂ ଜାଗରଣ ହେଉଛି ଏହି ପୂଜାର ବିଶେଷତ୍ୱ ଶ୍ରଦ୍ଧାଳୁ ଜାରଣ ଏବଂ ରୁଦ୍ରାଭିଷେକ କରି ଏହି ଶିବ ଶକ୍ତିର ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ମାତା ପାର୍ବତୀଙ୍କୁ ଭଗବାନ ଶିବ କହିଥିଲେ ଯେ, ଯିଏ ଶିବରାତ୍ରୀରେ ଉପବାସ କରେ ସେ ମୋତେ ପ୍ରସନ୍ନ କରେ । ଏହି ଦିନ ଅଭିଷେକ ପୂଜାର୍ଚ୍ଚନା ଏବଂ ଉଜାଗର ରହି ଭଗବାନ ଶିବଙ୍କୁ ଅରାଧନା କରାଯାଏ ।

ସାଧାରଣତଃ ଦେବତାମାନଙ୍କ ପୂଜା ଦିନରେ କରାଯାଏ କିନ୍ତୁ ଏହି ପୂଜାରେ ରାତିରେ କରାଯାଏ କାହିଁକି? କାହିଁକି ଭଗବାନ ଶିବ ରାତିକୁ ଭଲପଆନ୍ତି?

ଜ୍ୟୋତିର୍ବିଦ୍‌ମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭଗବାନ ଶିବ ସଂହାରଶକ୍ତି ଏବଂ ତମୋଗୁଣ ଶକ୍ତିର ଅଧିଷ୍ଠତା ଦେବତା । ତେଣୁ ରାତି ସହିତ ସଂଲଗ୍ନ ହେବା ସ୍ୱାଭାବିକ । ରାତିର ଅର୍ଥ ହେଉଛି ଯାହା ଆପଣଙ୍କୁ ଶାନ୍ତି ଦିଏ । ତେଣୁ ରତିରେ ଭଗବାନ ଧ୍ୟାନ ମଗ୍ନ ରୁହନ୍ତି । ତେଣୁ ରାତିରେ ଯିଏ ଉଜାଗର ରହି ମହାଦେବଙ୍କୁ ଧ୍ୟାନ କରିବ ବା ସ୍ମରଣ କରିବ ସେ ହିଁ ଶିବଶକ୍ତି ପାଇବାର ଯୋଗ୍ୟ ହୋଇପାରିବ ।

Maha Shivratri 2022 Date: When Is Mahashivratri And Why Is This Festival Celebrated?

ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ଯେ, ମହାଶିବରାତ୍ରୀରେ ଶିବଲିଙ୍ଗଙ୍କୁ ପୂଜା କରି ରାଶିର ଥିବା ନବଗ୍ରହ ଦୋଷ ଶାନ୍ତ କରିହେବ। ବିଶେଷକରି ଚନ୍ଦ୍ର ଜନ୍ମିତ ତ୍ରୁଟି ଯେପରିକି ମାନସିକ ବିକୃତି, ସୁଖର ଅଭାବ ଏବଂ ମା ସ୍ୱାସ୍ଥ୍ୟ, ସାଙ୍ଗମାନଙ୍କ ସହିତ ସମ୍ପର୍କ, ଘର-ଯାନର ସୁଖରେ ବିଳମ୍ବ, ହୃଦ ରୋଗ, ଚକ୍ଷୁ ରୋଗ, ଚର୍ମ-କୁଷ୍ଠ ରୋଗ, ଥଣ୍ଡା-କାଫ, ନିଶ୍ୱାସ, ଫ୍ଲେଗ୍-ନିମୋନିଆ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପ୍ରାପ୍ତ ହୁଏ । ଶିବଲିଙ୍ଗ ଉପରେ ବେଲ ପତ୍ର ପ୍ରଦାନ କରିବା ଦ୍ୱାରା ବ୍ୟବସାୟ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଥାଏ । ଏହା ସହ ଭାଙ୍ଗ ଅର୍ପଣ କରିବା ଦ୍ୱାରା ଘରର ବିଶୃଙ୍ଖଳା, ଭୂତ ପ୍ରେତ, ଅନ୍ୟାନ୍ୟ ଦୋଷ ଦୂର ହୋଇଥାଏ।

Get real time updates directly on you device, subscribe now.