fbpx
BJD SKY
BJD SKY

(Video) ଇନ୍ଦ୍ରଧନୁରେ କାହିଁକି ନ ଥାଏ କି କଳା, ଧଳା, ଧୂସର ରଙ୍ଗ? କ’ଣ ରହିଛି ଏହା ପଛର କାରଣ…

BJD

ସାଧାରଣତଃ ବର୍ଷା ସମୟରେ ସାତରଙ୍ଗୀ ଇନ୍ଦ୍ରଧନୁ ଦେଖିବାକୁ ମଳିଥାଏ । ବର୍ଷାପରେ ବାୟୁରେ ଥିବା ପାଣି ଖରାର ସଂଯୋଗରେ ଆସିଲେ ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ । ଇନ୍ଦ୍ରଧନୁରେ ଥିବା ସାତୋଟି ରଙ୍ଗରେ ‘ବାଘନିସହନାଲା’ ଆଦି ୭ଟି ରଙ୍ଗ ସ୍ଥାନ ପାଇଥାଏ । କିନ୍ତୁ ଏଥିରେ ଅନେକ ରଙ୍ଗ ଦେଖିବାକୁ ମିଳି ନଥାଏ । ଯେପରିକି କଳା, ଧଳା ଓ ଧୂସର ରଙ୍ଗ ଇତ୍ୟାଦିକୁ ଆମେ କେବେବି ଦେଖିବାକୁ ପାଇନଥାନ୍ତି । ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।

ସୂର୍ଯ୍ୟଙ୍କଠାରୁ ଆସୁଥିବା ଧଳା ରଶ୍ମି ଯାହାକି ବିଭିନ୍ନ ରଙ୍ଗକୁ ନେଇ ତିଆରି ହୋଇତାଏ, ତାହା ଯେବେ ପାଣି ସଂସ୍ପର୍ଶରେ ଆସେ ସେଥିରୁ ସାତୋଟି ରଙ୍ଗ ଦୃଶ୍ୟମାନ ହୋଇଥାଏ । ଇନ୍ଦ୍ରଧନୁରେ ଥିବା ଏହି ସାତୋଟି ରଙ୍ଗର ୱେବଲେନ୍ଥ ସମାନ ନଥାଏ । ସମୁଦ୍ରର ଲହରି ପରି ରଶ୍ମିରେ ମଧ୍ୟ ଲହରି ଥାଏ । ପ୍ରତ୍ୟକ ଲହରୀର ଲମ୍ବ-ପ୍ରସ୍ଥ ଅସମାନ ଥାଏ ଯାହାକୁ ୱେବଲେନ୍ଥ ବୋଲି କୁହାଯାଏ । ଏହା ଅନୁଯାୟୀ ଇନ୍ଦ୍ରଧନୁରେ ସବୁଠୁ ଛୋଟ ୱେବଲେନ୍ଥ ଭାୟୋଲେଟ ଥିବାବେଳେ ଲାଲର ୱେବଲେନ୍ଥ ସବୁଠୁ ବଡ ରହିଥାଏ । ଧଳା ରଙ୍ଗର ରଶ୍ମି ଯେବେ ପାଣି ବୁନ୍ଦାର ସଂସ୍ପର୍ଶରେ ଆସି ପ୍ରତିଫଳିତ ହୋଇ ସାତୋଟି ରଙ୍ଗରେ ବିଭାଜିତ ହୋଇଥାଏ । ଯେପରିକି ଲାଲ୍, ସବୁଜ, ନାରଙ୍ଗୀ, ବାଇଗଣୀ ଇତ୍ୟାଦି ।

ତେବେ ସବୁଜ ଓ ଲାଲ ମିଶି ବ୍ରାଉନ୍ ରଙ୍ଗ ହୋଇଥାଏ । କିନ୍ତୁ ଏହି ଦୁଇଟି ରଙ୍ଗ ଇନ୍ଦ୍ରଧନୁରେ ବହୁତ ବ୍ୟବଧାନରେ ଅଛନ୍ତି । ସେଥିପାଇଁ ଇନ୍ଦ୍ରଧନୁରେ ଧୂସର ରଙ୍ଗ ଦେଖିବାକୁ ମିଳିନଥାଏ । ସେହିପରି କଳା ରଙ୍ଗ ଅନ୍ଧକାରର ପ୍ରତିକ । ଅନ୍ଧକାରରେ ହିଁ କଳା ରଙ୍ଗ ଦେଖିବାକୁ ମିଳେ କିନ୍ତୁ ଇନ୍ଦ୍ରଧନୁ ବିନା ଆଲୋକର ସୃଷ୍ଟି ହେବା ଅସମ୍ଭବ । ତେଣୁ କଳା ରଙ୍ଗ ମଧ୍ୟ ଇନ୍ଦ୍ରଧନୁରେ ଦେଖିବାକୁ ମିଳେ ନାହିଁ । ଏହାବ୍ୟତୀତ ଧଳା ରଙ୍ଗ ସୂର୍ଯ୍ୟଙ୍କ ରଶ୍ମି ଅଟେ ଯାହା ପାଣି ସଂସ୍ପର୍ଶରେ ଆସି ସାତୋଟି ରଙ୍ଗ ଅର୍ଥାତ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ସେଥିପାଇଁ ଇନ୍ଦ୍ରଧନୁରେ କଳା, ଧଳା ଓ ଧୂସର ରଙ୍ଗ ଦେଖିବାକୁ ମିଳି ନଥାଏ ।

Get real time updates directly on you device, subscribe now.