fbpx

ନୂଆ କ୍ଲାସରୁମରେ ପାଠ ପଢିବେ ଛାତ୍ରଛାତ୍ରୀ: ନୂଆବର୍ଷର ଭେଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଜନତା ମଇଦାନରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ଏଠାରେ ପହଞ୍ଚି ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ସେ ସମ୍ବୋଧନ କରିଛନ୍ତି । ଫାଇଭ-ଟି ହାଇସ୍କୁଲକୁ ନେଇ ପିଲାମାନଙ୍କ ସହ ଆଲୋଚନା କରିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ପାଣ୍ଡିଆନ୍ । ଆସନ୍ତାବର୍ଷ ଛାତ୍ରଛାତ୍ରୀମାନଙ୍କୁ ସରକାର ନବବର୍ଷର ଭେଟି ଦେବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି ପିଲାମାନଙ୍କୁ ପାଠ ପ୍ରତି ବିଶେଷ ଆକୃଷ୍ଟ କରିବ ।

ଆସନ୍ତାବର୍ଷ ଖୋର୍ଦ୍ଧା ଜିଲ୍ଲାର ସମସ୍ତ +୨ ଏବଂ ଡିଗ୍ରୀ କଲେଜ ମଧ୍ୟ ଫାଇଭ-ଟି ଯୋଜନାରେ ସାମିଲ ହେବାକୁ ଯାଉଛି । ମାତ୍ର ୬ ମାସ ମଧ୍ୟରେ କଲେଜରେ ସମ୍ପୂର୍ଣ୍ଣ ରୂପାନ୍ତରଣ କରାଯିବ । ଏହାକୁ ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ନବବର୍ଷ ଭେଟି ବୋଲି କହିଛନ୍ତି ଫାଇଭ-ଟି ସଚିବ । ଜିଲ୍ଲାର ସମସ୍ତ କଲେଜକୁ ଅପଗ୍ରେଡ କରି ପିଲାମାନଙ୍କୁ ଉନ୍ନତ ଧରଣର ସୁବିଧା ଯୋଗାଇ ଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି । ତେବେ ଏହାର ପ୍ରତି ବଦଳରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ପାଖରୁ ମଧ୍ୟ କିଛି ଆଶା ରଖିଥିବା କହିଛନ୍ତି ଶ୍ରୀ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବଦଳରେ ପିଲାମାନେ ମନ ଦେଇ ପାଠ ପଢିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହେବାକୁ ଫାଇଭ-ଟି ସଚିବ ପରାମର୍ଶ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଦାନ ହେବ ।

Get real time updates directly on you device, subscribe now.