fbpx

ଅତ୍ୟଧିକ ବ୍ୟାୟାମ କରିଲେ ହୋଇପାରେ ଏହି ସମସ୍ୟା, ଜାଣନ୍ତୁ…

ସାଧାରଣତଃ ଆମେ ଘରେ ବୟସ୍କ ଲୋକଙ୍କ ପାଦରେ ଯନ୍ତ୍ରଣା କିମ୍ବା ବ୍ୟଥା ହେଉଥିବା ବିଷୟରେ ଶୁଣି ଥିବେ । କେବଳ ଯେ ବୟସ୍କ ବ୍ୟକ୍ତିମାନେ ଏହି ବ୍ୟଥାର ସମ୍ମୁଖୀନ ହୁଅନ୍ତି ତାହା ନୁହେଁ । ଯୁବାବସ୍ଥାରେ ମଧ୍ୟ ଲୋକମାନେ ଏହି ବ୍ୟଥାକୁ ଅନୁଭବ କରନ୍ତି । ଆଉ ଆଜି କାଲି ସମୟରେ ଏହା ମଧ୍ୟ ସାଧାରଣ ହୋଇ ଗଲାଣି ।କଠିନ ବ୍ୟାୟାମ , ପାଦର ଅତି ପ୍ରୟୋଗ , କମ୍ ପାଣି ପିଇବା ଆଦି ଅନେକ କାରଣରୁ ମେଡିକାଲ୍ ସ୍ଥିତି ଯେପରି ବ୍ୟାରିକେଜ୍ ସ୍ନାୟୁ , ଡାଇବେଟିସ୍ ପରି ରୋଗର କାରଣରୁ ଏପରି ହେଉଥାଇପାରେ। ପାଦ ବ୍ୟଥାର କାରଣ ମଧ୍ୟ ଅଲଗା ଅଲଗା ଥାଏ । ଏହା ଲଗାତର ହେଉଥାଇପାରେ ବା କେବେ କେବେ ଅନୁଭବ ହୁଏ ।
ସାମାନ୍ୟ କାରଣ- ଅତ୍ୟଧିକ ବ୍ୟାୟାମ ଓ କମ୍ ଆରାମ କରିବା ଯୋଗୁ ମାଂସପେଶୀ କ୍ଳାନ୍ତ ହୋଇଯାଆନ୍ତି , ଡିହାଇଡ୍ରେସନ୍ ଓ ଔଷଧ ( ଷ୍ଟେଟିନ୍ ଓ ମୂତ୍ରବର୍ଷକ ) ସେବନ ଯୋଗୁ ପାଦ ବ୍ୟଥା ହୁଏ। ଏହା ବ୍ୟତୀତ ମାଂସପେଶୀ ଟାଇଟ୍ ହେବା , ରକା ଲାଗିବା , ହେୟାରଲାଇନ୍ ଫ୍ରାକ୍‌ଚର୍ ଓ ପାଦ ଗୋଇଠିରେ ସ୍ବେଲିଂ ରହିଲେ ବ୍ୟଥା ହୁଏ । କିଛି କିଛି ସମୟରେ ଦେହରେ ଥଣ୍ଡା ରହିଲେ ମଧ୍ୟ ପାଦ ରେ ଯନ୍ତ୍ରଣା ହେଇ ଥାଏ ।

ମେଡିକାଲ ସ୍ଥିତି- ବ୍ଲଡ୍ କ୍ଲଟିଂ , ତନ୍ତ୍ରକାର କ୍ଷତି , ଭାରିକୋଜ୍ ଭେନ୍ସ , ଆଣ୍ଠୁଗଣ୍ଠି ବାତ , ସେଲ୍ୟୁଲାଇଟିସ୍ , ପରିଧୀୟ ଧମନୀ ରୋଗ ହେଲେ ରକ୍ତର ଅନୁଚିତ ସଞ୍ଚାଳନ ଯୋଗୁ ସ୍ବେଲିଂ ଦେଖାଦିଏ।

ଏହାର ଲକ୍ଷଣ- ବ୍ୟଥା ଏକ ଛୋଟ ବା ବିସ୍ତୃତ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ହୋଇ ରହିପାରେ ବା ଏହା ପୂରା ପାଦରେ ରହିପାରେ । ଅଳ୍ପ ଯନ୍ତ୍ରଣା ହୋଇପାରେ ବା କେବେ କେବେ ହୋଇପାରେ । ଦୈନନ୍ଦିନ କାର୍ଯ୍ୟ ସମୟରେ ସବୁବେଳେ ବ୍ୟଥା ଅନୁଭବ ହେବା । ସୁସ୍ଥ ବ୍ୟଥା ବା ଅତ୍ୟଧିକ ବ୍ୟଥାର ଅନୁଭବ କରିବେ । ପାଦରେ ଜ୍ଵଳନ , ଝିମ୍‌ଝିମ୍ ହେବା ବା କିଛି ଅନୁଭବ ନକରିବା ।
ତେଣୁ ଯଦି ଆପଣ ଅଧିକ ସମୟ ବସି ରହୁଛନ୍ତି ତେବେ ଏହା ଦ୍ୱାରା ମଧ୍ୟ ପାଦ ବ୍ୟଥା ହୋଇ ଥାଏ ।

Get real time updates directly on you device, subscribe now.