fbpx

ରାମ ନବମୀର ଛଅ ଦିନ ପରେ କାହିଁକି ପାଳନ କରାଯାଏ ହନୁମାନ ଜୟନ୍ତୀ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସ ପୂର୍ଣ୍ଣିମା ତିଥିକୁ ହନୁମାନ ଜୟନ୍ତୀ ରୂପେ ପାଳନ କରାଯାଏ । ଚଳିତ ବର୍ଷ ହନୁମାନ ଜୟନ୍ତି ମଙ୍ଗଳବାର ୨୩ ଏପ୍ରିଲ ୨୦୨୪ରେ ପଡୁଛି । ଏଥିସହ ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପଡୁଥିବାରୁ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି । ତେବେ ପ୍ରତି ବର୍ଷ ରାମ ନବମୀ ଦିନର ଠିକ ୬ ଦିନ ପରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ..

ପ୍ରତି ବର୍ଷ ଚୈତ୍ର ଶୁକ୍ଳର ନବମୀ ତିଥିରେ ରାମ ନବମୀ ଉତ୍ସବ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଦେଶରେ ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଏହାର ଛଅ ଦିନ ପରେ ଅର୍ଥାତ ଚୈତ୍ର ପୂର୍ଣ୍ଣିମା ଦିନ ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଏ, ଯାହାକି ୨୩ ଏପ୍ରିଲ ୨୦୨୪ ରେ ପଡୁଛି ।

ତୁଳସୀ ଦାସ ହନୁମାନ ଚାଳିସାରେ ଲେଖିଛନ୍ତି ଯେ, ‘ଭୀମ ରୂପ ଧରି ଅସୁର ସଂହାରେ, ରାମଚନ୍ଦ୍ରଜୀ କେ କାଜ ସଂୱାରେ ।’ ଅର୍ଥାତ ରାମ ସମସ୍ତଙ୍କର ଖରାପ କାର୍ଯ୍ୟ କଥା ବୁଝନ୍ତି, ହେଲେ ହନୁମାନ ସେମାନଙ୍କର କାର୍ଯ୍ୟ କରନ୍ତି । ହନୁମାନଙ୍କ ଜନ୍ମ ପ୍ରଭୁ ରାମଙ୍କ ସହାୟତା ଏବଂ ବିଗିଡିଯାଇଥିବା କାର୍ଯ୍ୟକୁ ଠିକ କରିବା ଲାଗି ହୋଇଛି ।

ଭଗବାନ ରାମଙ୍କ ଜନ୍ମ ପୃଥିବୀରେ ରାକ୍ଷସମାନଙ୍କର ସଂହାର କରିବା ଲାଗି ମାନବ ରୂପରେ ହୋଇଥିଲା । ହେଲେ ଏଥିରେ ଶିବ ଚିନ୍ତିତ ହୋଇଯାଇଥିଲେ ଏବଂ ରାମଙ୍କ ସହାୟତା ପାଇଁ ସେ ସ୍ୱୟଂ ହନୁମାନଙ୍କ ରୂପରେ ଜନ୍ମ ହୋଇ ରାମଙ୍କ ସହାୟତା କରିଥିଲେ ।

Get real time updates directly on you device, subscribe now.