fbpx

ଭାରତ ଘରୋଇ ମାଟିରେ ଜିତୁଛି, କିନ୍ତୁ ବିଦେଶରେ ହାରୁଛି: ଟେଷ୍ଟରେ ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ?

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ଏବେ ଚାରିଆଡ଼ୁ ନିନ୍ଦା କରାଯାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚଗୁଡ଼ିକରେ ଭାରତ ଭଲ ପ୍ରଦର୍ଶନ କରୁଥିବା ବେଳେ ବିଦେଶ ମାଟିରେ କିନ୍ତୁ ମାଟି କାମୁଡ଼ୁଛି । ଘରୋଇ ପରିବେଶ ଓ ବିଦେଶ ପରିଦେଶ ମଧ୍ୟରେ ବହୁତ ତଫାତ୍ ଥାଇପାରେ, ମାତ୍ର ନିଜର ଅମାନତ ହରାଇବା ନିହାତି ପକ୍ଷେ ଲଜ୍ଜାଜନକ କଥା ।

ଗତ ଫେବୃଆରୀରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିଲା । ସେହି ସମୟରେ ମୋଟ ୩ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୨ଟିରେ ବିଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ୧ଟିରେ ବିଜୟ ହାସଲ କରିଥିଲା ଓ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ସେହିପରି ଗତ ଜୁଲାଇରେ ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିଲା, ସେହି ସମୟରେ ଭାରତ ୧ଟି ବିଜୟ ହାସଲ କରିଥିବା ବେଳେ ୧ଟି ଡ୍ର ରହିଥିଲା । ୨୦୨୨ ଡିସେମ୍ବରରେ ଭାରତ ବାଂଲାଦେଶ ଗସ୍ତରେ ଆସିଥିବା ବେଳେ ୨ଟି ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା ।

ସେହିପରି ୨୦୨୨ ମାର୍ଚ୍ଚରେ ଶ୍ରୀଲଙ୍କା ଭାରତ ଆସିଥିବା ସମୟରେ ୨ଟି ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା । ୨୦୨୧ ଡିସେମ୍ବରରେ ଭାରତ ଦ.ଆଫ୍ରିକା ଗସ୍ତରେ ଯାଇଥିବା ସମୟରେ ଭାରତ ୧ଟିରେ ଓ ଆଫିକା ୨ଟିରେ ବିଜୟ ହାସଲ କରିଥିଲେ । ୨୦୨୧ ଡିସେମ୍ବରରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଯାଇଥିବା ସମୟରେ ଭାରତ ୧ଟିରେ ଜିତିଥିବା ବେଳେ ୧ଟି ଡ୍ର ରହିଥିଲା । ୨୦୨୧ ଜୁଲାଇରେ ଭାରତ ଇଂଲଣ୍ଡ ଗସ୍ତ କରିଥିବା ବେଳେ ଭାରତ ୨ଟି, ଇଂଲଣ୍ଡ ୧ଟିରେ ଜିତିଥିଲେ । ଗୋଟିଏ ମ୍ୟାଚ ଡ୍ର ରହିଥିବା ବେଳେ ଗୋଟିଏ କୋଭିଡ୍ କାରଣରୁ ବାତିଲ ହୋଇଥିଲା । ୨୦୨୧ ମାର୍ଚ୍ଚରେ ଇଂଲଣ୍ଡ ଭାରତ ଗସ୍ତରେ ଆସିଥିବା ବେଳେ ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ଗୋଟିଏରେ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.