fbpx

କେଉଁ କାରଣରୁ ଠପ୍ ହୋଇଥିଲା ଫେସବୁକ୍, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍? କମ୍ପାନୀ କହିଲା କାରଣ

Advertisement

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପ୍ଲାଟଫର୍ମ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ସାରା ବିଶ୍ୱରେ ବନ୍ଦ ହୋଇଯାଇଥିଲା । ଯାହାଫଳରେ କୋଟି କୋଟି ୟୁଜର୍ସ ଅନେକ ସମସ୍ୟା ଦେଇ ଗତି କରିଥିଲେ । ଏହି ସମସ୍ୟା ସୋମବାର ରାତି ପ୍ରାୟ ୯ଟା ୧୫ ମିନିଟ୍ ରେ ଦେଖିବାକୁ ମିଳିଥିଲା । ଏହାପରେ ଲୋକମାନେ ନିଜ ପ୍ରତିକ୍ରିୟା ଟୁଇଟର୍ ରେ ଦେବାକୁ ଲାଗିଥିଲେ । ପୂରା ୬ଘଣ୍ଟା ପର୍ଯ୍ୟନ୍ତ ୟୁଜର୍ ମାନେ ଏହି ତିନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ କୁ ଆକ୍ସେସ୍ କରିପାରିନଥିଲେ । କିନ୍ତୁ ମଙ୍ଗଳବାର ଦିନ ସାଢ଼େ ୪ଟାରୁ ସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ କରିଥିଲା । ଏନେଇ ଫେସବୁକ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା । ଏଥିସହିତ ୟୁଜର୍ ମାନଙ୍କୁ କ୍ଷମା ବି ମାଗିଥିଲା କମ୍ପାନୀ । ଆଉଟେଜ୍ ସମସ୍ୟା ଦେଖା ଦେଇଥିବାରୁ ଲୋକମାନେ କୌଣସି ମେସେଜ୍ ରିସିଭ୍ କି ପଠାଇ ପାରିନଥିଲେ ।

ସର୍ଭର୍ ଡାଉନ୍ ରହିବାର କାରଣ ଡୋମେନ୍ ନେମ୍ ସିଷ୍ଟମ୍(ଡିଏନଏସ୍) ବୋଲି କୁହାଯାଉଛି । ତେବେ ଡିଏନଏସ୍ କୁ ଇଣ୍ଟରନେଟ୍ ର ଫୋନବୁକ୍ ବୋଲି କୁହାଯାଇଥାଏ । ଏହି ସମୟରେ ଯେତେବେଳେ କୌଣସି ହୋଷ୍ଟ୍ ନାମ ଯେମିତିକି facebook.com କୁ URL ରେ ଟାଇପ୍ କରାଯାଏ ତେବେ ଡିଏନଏସ୍ ଏହାର ଆଇପି ଆଡ୍ରେସ୍ କୁ ବଦଳାଇ ଦେଇଥାଏ । ଆଇପି ଆଡ୍ରେସ୍ ଅର୍ଥାତ୍ ଯେଉଁଠାରେ ସାଇଟ୍ ରହିଥାଏ ।

ଏହା ଛଡ଼ା ବିଜିପି(Border Gateway Protocol)କୁ ଏହାର କାରଣ କୁହାଯାଉଛି । ବିଜିପିରେ ଆଇପି ଆଡ୍ରେସ୍ ଓ ଡିଏନଏସ୍ ନେମସର୍ଭର୍ ର ରୁଟ୍ ରହିଥାଏ । ସହଜରେ ଭାଷାରେ କହିଲେ ଯଦି ଡିଏନଏସ୍ ଇଣ୍ଟରନେଟ୍ ର ଫୋନବୁକ୍ ହୁଏ ତେବେ ବିଜିପି ହେଉଛି ନେଭିଗେସନ୍ ସିଷ୍ଟମ୍ । ବିଜିପି ସ୍ଥିର କରିଥାଏ ଯେ, କେଉଁ ରୁଟ୍ ରୁ ଡାଟା ସବୁଠାରୁ ଫାଷ୍ଟ ପହଞ୍ଚିବ । ଫେସବୁକ୍ ର ଏହି ତ୍ରୁଟି ରହିଯାଇଥିଲା । ଡିଏନଏସ୍ ରିଜ୍ୟୁଲୁଶନ୍ ଫେଲ୍ୟୁର୍ କାରଣରୁ ୟୁଜର୍ ମାନେ ଫେସବୁକ୍ ଆକ୍ସେସ୍ କରିପାରୁନଥିଲେ । ଇଣ୍ଟରନେଟ୍ ଇଂଫ୍ରାଷ୍ଟ୍ରକ୍ଚର୍ କମ୍ପାନୀର କହିବାନୁସାରେ, ଫେସବୁକ୍ ନିଜର ରାଉଟର୍ସ ରେ କିଛି ତ୍ରୁଟି କରିଥିଲେ ଯାହାଫଳରେ ଫେସବୁକ୍ ବାକି ଇଣ୍ଟରନେଟ୍ ସହିତ କନେକ୍ଟ ହୋଇପାରୁନଥିଲା ।

Get real time updates directly on you device, subscribe now.