fbpx

ନବରାତ୍ରୀରେ କାହିଁକି ଜଳାଯାଏ ଅଖଣ୍ଡ ଜ୍ୟୋତି: ଜାଣନ୍ତୁ ଏହାର ମାହାତ୍ମ୍ୟ

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବର କିଛି ନା କିଛି ମାହାତ୍ମ୍ୟ ଏବଂ ମହତ୍ୱ ରହିଥାଏ । ତେବେ ପ୍ରତ୍ୟେକ ପୂଜା ପାଠରେ ଘରେ ଦୀପ ପ୍ରଜ୍ୱଳିତ କରାଯାଏ । କିନ୍ତୁ ନବରାତ୍ରୀ,ମାତା ଜାଗରଣ, ରାମଚରିତ ମାନସ ଆଦି ପୂଜାରେ ଅଖଣ୍ଡଜ୍ୟୋତି ଲଗାଯାଇଥାଏ । କାରଣ ଏହି ଅଖଣ୍ଡ ଜ୍ୟୋତିର ଏକ ବିଶେଷ ମହତ୍ୱ ଏବଂ ମାହାତ୍ମ୍ୟ ରହିଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ନବରାତ୍ରୀରେ କାହିଁକି ଲଗାଯାଏ ଅଖଣ୍ଡ ଜ୍ୟୋତି ଏବଂ କଣ ତାର ମାହାତ୍ମ୍ୟ ।

ଅଖଣ୍ଡ ଜ୍ୟୋତିର ମାହାତ୍ମ୍ୟ: ଅଖଣ୍ଡ ଦୀପରେ ଥିବା ଜ୍ୟୋତି ଅଗ୍ନିଦେବକୁ ଅର୍ପଣ କରାଯାଇଥାଏ । ତେବେ ପୂଜା ଚାଲିଥିବା ପର୍ଯ୍ୟନ୍ତ ଏହି ଦୀପ ଅକ୍ଷୁର୍ଣ୍ଣ ରହିଥାଏ ଏବଂ ଶେଷରେ ସେହି ଦୀପରୁ ଅଗ୍ନି ଆଣି ଭଗବାନଙ୍କ ଆଳତୀ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଅଖଣ୍ଡ ଜ୍ୟୋତି ଜଳିବା ଦ୍ୱାରା ମନରୁ ଏବଂ ଆମ ଚତୁର୍ପାଶ୍ୱରୁ ନକରାତ୍ମକ ଭାବନା ଦୂର ହୋଇଥାଏ । ତେବେ ଏହି ଅଖଣ୍ଡ ଦୀପର ଅର୍ଥ ହେଉଛି ଯେପର୍ଯ୍ୟନ୍ତ ପୂଜା ହେଉଛି ସେ ପର୍ଯ୍ୟନ୍ତ ଏହି ଦୀପ ଜଳିବା ଆବଶ୍ୟକ ।

ଦୀପକୁ ଲିଭିବାକୁ ନ ଦେବାର କାରଣ ହେଉଛି ନିରନ୍ତର ଭାବରେ ଦୀପ ଜଳିବା ଦ୍ୱାରା ଏହାର ଶକ୍ତି ସମଗ୍ର ଘର କିମ୍ବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆବୃତ କରେ ଅର୍ଥାତ ସକରାତ୍ମକ ଭାବନା ସୃଷ୍ଟି କରେ । ଏଥିସହିତ ମନରେ ଥିବା ନକରାତ୍ମକ ଭାବନା ମଧ୍ୟ ଏହି ଅଖଣ୍ଡ ଜ୍ୟୋତିରେ ଜଳିଯାଇଥାଏ । ତେଣୁ ନବରାତ୍ରୀରେ ଅଖଣ୍ଡ ଦୀପ ପ୍ରଜ୍ୱଳିତ କରିବାର ପରମ୍ପରା ହୋଇଥାଏ । ତେଣୁ ନବରାତ୍ରୀ ଦିନ ଘରେ ଏବଂ ମାତାଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ୱଳିତ କାଯାଇଥାଏ ।

Get real time updates directly on you device, subscribe now.