fbpx

ରାସନ କାର୍ଡ ଥାଇ ମଧ୍ୟ ଡିଲର ଦେଉନାହିଁ କି ରାସନ ? ଏପରି କରନ୍ତୁ ଅଭିଯୋଗ, ମିଳିଯିବ ଗହମ-ଚାଉଳ

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ସହାୟତା କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁନିକ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଗରିବଙ୍କ କଲ୍ୟାଣ କରାଯାଏ ଏବଂ ସେମାନଙ୍କର ହିତ ଦେଖାଯାଏ । ଦେଶରେ କୌଣସି ନାଗରିକ ଯେପରି ଭୋକିଲା ନରହୁ, ସେଥିପାଇଁ ସରକାର ଜୀବିକା ନିର୍ବାହ ପାଇଁ ଆବଶ୍ୟକ ଖାଦ୍ୟ ଶସ୍ୟ ମଧ୍ୟ ଯୋଗାଉଛନ୍ତି । ଏହି କ୍ରମରେ ସରକାରଙ୍କ ଦ୍ୱାରା ରାସନ କାର୍ଡ ଦିଆଯାଏ । ରାସନ କାର୍ଡ ସାହାଯ୍ୟରେ ସରକାର ଗରିବ ଲୋକଙ୍କୁ ମାଗଣା କିମ୍ବା କମ୍ ମୂଲ୍ୟରେ ରାସନ ଯୋଗାଉଛନ୍ତି ହେଲେ ବି ବେଳେବେଳେ ଲୋକଙ୍କୁ ରାସନ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଅନେକ ଥର ରେସନ କାର୍ଡ ଥିବା ସତ୍ତେ୍ୱ, ରାସନ ଡିଲରମାନେ କାର୍ଡଧାରୀଙ୍କୁ ରେସନ ଦେବାକୁ ମନା କରନ୍ତି । ଏପରି ପରିସ୍ଥିତିରେ, ରାସନ କାର୍ଡଧାରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ସରକାର ମଧ୍ୟ ଠୋସ୍ ବ୍ୟବସ୍ଥା କରିଛନ୍ତି । ଯଦି କୌଣସି ଡିଲର ରାସନ ଦେବାକୁ ମନା କରନ୍ତି, ତେବେ ଆପଣ ଅଭିଯୋଗ କରିପାରିବେ ।

ଯଦି ରାସନ କାର୍ଡ ଥାଇ ମଧ୍ୟ ରାସନ ପାଇନାହାଁନ୍ତି, ତେବେ ଅନଲାଇନରେ ଅଭିଯୋଗ କରିପାରିବେ । ରାଜ୍ୟର ସମ୍ପୃକ୍ତ ୱେବସାଇଟକୁ ଯାଇ ଏବଂ ଇମେଲ ମାଧ୍ୟମରେ ଅଭିଯୋଗ କରିପାରିବେ । ଯେତେବେଳେ ଆପଣ ଅଭିଯୋଗ କରିବେ, ତେବେ ରାସନ କାର୍ଡ ନମ୍ବର ସହିତ ଆପଣଙ୍କୁ ରାସନ ଡିପୋ ବିଷୟରେ ମଧ୍ୟ ସୂଚନା ଦେବାକୁ ପଡିବ ।

ଏହା ବ୍ୟତୀତ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ଅଲଗା ଇମେଲ ଆଇଡି ମଧ୍ୟ ରହିବ । ଯେଉଁଠାରେ ଆପଣ ଇମେଲ ମାଧ୍ୟମରେ ରାସନ ନ ପାଇଥିବାର ଅଭିଯୋଗ କରିପାରିବେ । ଏଥି ସହିତ ରାସନ କାର୍ଡ ସହ ଜଡିତ ରାଜ୍ୟ ୱେବସାଇଟକୁ ଯାଇ ଟୋଲ ଫ୍ରି ନମ୍ବରକୁ କଲ କରି ଅଭିଯୋଗ ମଧ୍ୟ କରିପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଦିଲ୍ଲୀର ରାସନ କାର୍ଡ ଅଛି, ତେବେ ଆପଣ ୧୮୦୦୧୧୦୮୪୧ ନମ୍ବରକୁ କଲ କରି ଏଥିପାଇଁ ଅଭିଯୋଗ କରିପାରିବେ । ଏଥି ସହିତ, ଦିଲ୍ଲୀ ସରକାରଙ୍କ ରାସନ କାର୍ଡ ସହିତ ଜଡିତ ଅଫିସିଆଲ୍ ୱେବସାଇଟ୍ ହେଉଛି https://nfs.delhigovt.nic.in/ । ଏହା ବ୍ୟତୀତ [email protected]କୁ ଇମେଲ ପଠାଇ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.