fbpx

ଷ୍ଟାରବକ୍ସ ଏତେ ମହଙ୍ଗା କାହିଁକି ? ଚାହିଦା ବଢିବା ପଛର କାରଣ କଣ, ଜାଣନ୍ତୁ ସବୁ କିଛି

ଯଦି ଆପଣ କଫି ସଉକିନିଆ ହୋଇଥିବେ ତେବେ ନିଶ୍ଚିତ ଭାବେ ଭଲ କଫି ପିଇବା ପାଇଁ ଚାହୁଁଥିବେ। କେଉଁଠି ମିଳିବ ଭଲ କଫି ତାର ସନ୍ଧାନ ବି କରିଥିବେ। ଆଉ କଫି ପିଉଥିବା ଲୋକେ ନିଶ୍ଚିତ ଭାବେ ଷ୍ଟାରବକ୍ସ ବିଷୟରେ ଶୁଣିଥିବେ। ଯଦି ଆପଣ କଫି ପିଇବା ସେତେ ପସନ୍ଦ କରନ୍ତି ନାହିଁ ତଥାପି ଷ୍ଟାରବକ୍ସ ବିଷୟରେ ଶୁଣିଥିବେ ଏବଂ ଏହା ବିଷୟରେ ଜାଣିବାକୁ ବି ଚେଷ୍ଟା କରିଥିବେ। ସାଧାରଣତଃ ଷ୍ଟାରବକ୍ସର କଫି ମହଙ୍ଗା ହୋଇଥାଏ। ମନରେ ବି ପ୍ରଶ୍ନ ଆସେ ଏମିତି ସେ କଫିରେ କଣ ରହିଛି ଯେ, ଏହାର ଦାମ ଏତେ ମହଙ୍ଗା। ଷ୍ଟାରବକ୍ସ ନିଜକୁ ଏକ ବଡ କାଫେରୁ ଏକ ବଡ ବ୍ରାଣ୍ଡ ଭାବେ ଗଢି ତୋଳି ପାରିଛି। ଆଜି ଷ୍ଟାରବକ୍ସର ଲୋକପ୍ରିୟତା ଏବଂ କାରବାର ଶିଖର ଛୁଇଁଛି।

ଷ୍ଟାରବକ୍ସ ପ୍ରଥମେ ଆମେରିକାକୁ କଫି ପିଇବା ଶିଖାଇଲା। ଏବେ ଧିରେ ଧିରେ ପୂରା ଦୁନିଆକୁ କଫିର ଭିନ୍ନ ସ୍ଵାଦ ପ୍ରଦାନ କରୁଛି। ଷ୍ଟାରବକ୍ସକୁ ନେଇ ଗ୍ରାହକଙ୍କ କ୍ରେଜ ବି ଦେଖିବାକୁ ମିଳୁଛି। ଏହା କହିବା ଭୁଲ୍ ହେବନି ଯେ, ଏହାର ପ୍ରାଇମେରୀ ପ୍ରଡକ୍ଟ କଫି ନୁହେଁ। କଫି ତ ଏହାର ସେକେଣ୍ଡାରୀ ପ୍ରଡକ୍ଟ। ପ୍ରକୃତ ଅର୍ଥରେ ଷ୍ଟାରବକ୍ସ ଦ୍ଵାରା ପ୍ରଦାନ କରାଯାଉଥିବା ସେବା ଏବଂ ସେଠାକାର ଅନୁଭୂତି ହିଁ ଗ୍ରାହକଙ୍କୁ ନିଆରା ଅନୁଭବ ଦେଇଥାଏ।

ପୁରା ଦୁନିଆରେ ଷ୍ଟାରବକ୍ସ ନିଜର ସୁସ୍ଵାଦ, ଉଚ୍ଚ ଗୁଣବତ୍ତା ଏବଂ ମହଙ୍ଗା କଫି ପାଇଁ ପ୍ରସିଦ୍ଧ। ଏବେ ଏହାର ଆଉଟ୍ ଲେଟ୍ସରେ ଭିନ୍ନ ଭିନ୍ନ ପ୍ରକାରର ସ୍ନାକ୍ସ ଏବଂ ଡ୍ରିଙ୍କ୍ସ ମଧ୍ୟ ମିଳିଥାଏ। ଷ୍ଟାରବକ୍ସର ବ୍ଲାକ କଫିକୁ ବହୁତ ପସନ୍ଦ କରାଯାଏ। ଆଉ କାହାକୁ ଡ୍ରିପ ବ୍ରିଉଡ କଫି ଏବଂ ଆଉ କାହାକୁ କ୍ୟାପେଚିନୋ କଫି ବହୁତ ପସନ୍ଦ ଆସିଥାଏ। ଷ୍ଟାରବକ୍ସର ଲୋଗୋ ଦେଖି ହିଁ ଅନେକ ଲୋକଙ୍କୁ କଫି ପିଇବାକୁ ମନ କରିଥାଏ।

କଫି ଏତେ ମହଙ୍ଗା କାହିଁକି:ଷ୍ଟାରବକ୍ସର କଫି ଏତେ ମହଙ୍ଗା ରହିବାର କାରଣ ଏହାର ଗୁଣବତ୍ତା ଏବଂ ଭିନ୍ନ ଭିନ୍ନ ପ୍ରକାରର ମିଳିଥାଏ। ଏହାର କଫି ସ୍ଵାଦିଷ୍ଟ ହେବାର ବଡ କାରଣ ଏଥିରେ ପଡୁଥିବା କଫିବିନ(କଫି ମଞ୍ଜି )। ଏହା ହିଁ କଫିର ଗୁଣବତ୍ତାକୁ ଆହୁରି ବଢାଇ ଦେଇଥାଏ। ବିନ୍ କଫିକୁ ବିଶିଷ୍ଟ ସ୍ଵାଦ ପ୍ରଦାନ କରିଥାଏ। ଯାହା ଷ୍ଟାରବକ୍ସ କଫିର ଚାହିଦାକୁ ବଢାଇ ଦେଇଥାଏ।କୃଷକ ସେହି ଧରଣର କଫିବିନ୍ ଉତ୍ପାଦନ କରି ଷ୍ଟାରବକ୍ସକୁ ଏକ ନିଶ୍ଚିତ ମୂଲ୍ୟରେ ବିକିଥାନ୍ତି। ଏହି ଧରଣର ବିନ୍ ଉତ୍ପାଦନ ପାଇଁ ଷ୍ଟାରବକ୍ସ କୃଷକଙ୍କ ସହିତ ମଧ୍ୟ ଡିଲ୍ କରିଥାଏ। ଏହି ଧରଣର କଫିବିନ ସେହି ମାଟିରେ ଚାଷ କରାଯାଏ ଯେଉଁଥିରେ ଗୋ ଖାଦ୍ୟର ମିଶ୍ରଣ ରହିଥାଏ। ବିଶେଷ ଧରଣର ଉର୍ବର ମାଟିରେ କଫିବିନ୍ ଚାଷ କରାଯାଏ। ସାଧାରଣତଃ ଏହି ଧରଣର କଫିବିନ ଦକ୍ଷିଣ ଆମେରିକାରେ ବ୍ୟାପକ ମାତ୍ରାରେ ଚାଷକ କରାଯାଏ। ସେଠାରୁ ହିଁ କଫିବିନ ବିଭିନ୍ନ ଦେଶର ଷ୍ଟାରବକ୍ସକୁ ଯୋଗାଇ ଦିଆଯାଏ।

ବିଶ୍ଵରେ କେତେ ରହିଛି ଷ୍ଟାରବକ୍ସ ଷ୍ଟୋର:ସମଗ୍ର ଦୁନିଆରେ ଷ୍ଟାରବକ୍ସର ଚେନ୍ ରହିଛି। ବିଭିନ୍ନ ଦେଶରେ ୨୫ ହଜାର ଷ୍ଟାରବକ୍ସ ଷ୍ଟୋର ରହିଛି। ସାଧାରଣତଃ ଷ୍ଟାରବକ୍ସ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ରହିଥାଏ। ଯେମିତି କି ବଡ ବଡ ସପିଂ ମଲ୍ ଏବଂ ସହରର ବଡ ବଡ ଛକରେ ରହିଥାଏ। ଖାସ୍ କରି ଷ୍ଟାରବକ୍ସ ନିଜର ଷ୍ଟୋର ସେହି ସ୍ଥାନରେ ରଖିଥାଏ, ଯେଉଁଠି ଲୋକଙ୍କ ଯାତାୟତ ଲାଗି ରହିଥାଏ।

ଏହାର କ୍ଵାଲିଟି:ଘରେ କଫି ତିଆରି କରିବା ସେତେଟା ମୁସ୍କିଲ ନୁହେଁ ଏବଂ ସେତେ ମହଙ୍ଗା ବି ନୁହେଁ। କିନ୍ତୁ ଘରେ ଷ୍ଟାରବକ୍ସର ସ୍ଵାଦ ପାଇବା ସେତେଟା ସହଜ ନୁହେଁ। ଗ୍ରାହକ ଷ୍ଟାରବକ୍ସର କଫିରୁ ନିଜର ଦିନ ବି ଆରମ୍ଭ କରିବାକୁ ଚହାନ୍ତି। ନିଜର ଗୁଣବତ୍ତା ଏବଂ ସ୍ଵାଦ ପାଇଁ ହିଁ ଷ୍ଟାରବକ୍ସ ଆଜି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

ଷ୍ଟାରବକ୍ସ ନିଜର ଲେକପ୍ରିୟତା ବଢୁଥିବା ଦେଖି ହେଲଦି ସ୍ନାକ୍ସ, ସାଣ୍ଡଓ୍ଵିଚ୍ ଏବଂ ହଟ୍ ବ୍ରେକଫାଷ୍ଟ ନିଜ ମେନ୍ୟୁରେ ସାମିଲ୍ କରିଛି। ଏଥିସହିତ ଚା, କଫିନ ଫ୍ରି ଡ୍ରିଙ୍କ୍ସ,  ବେଗାନ ସ୍ନାକ୍ସ ଆଣ୍ଡ କଫି ସହିତ ଅନେକ ପ୍ରକାରର ବିକଳ୍ପ ରହିଛି, ଯାହା ଷ୍ଟାରବକ୍ସର ଚାହିଦାକୁ ଆହୁରି ବଢାଇ ଦେଇଥାଏ। ଷ୍ଟାରବକ୍ସ ସମୟ ସହିତ ନିଜ ଉତ୍ପାଦରେ ପରିବର୍ତ୍ତନ କରି ଆସିଛି। ଲୋକଙ୍କ ସହ ଜଡିତ ହେବା ପାଇଁ ନିଜର ଆପ୍ ଲଞ୍ଚ କରିଛି। କେବଳ ଏତିକି ନୁହଁ ପ୍ରଥମେ ପ୍ରଥମେ ଷ୍ଟାରବକ୍ସର ଷ୍ଟୋର ଅଷ୍ଟ୍ରେଲିଆର ସ୍ଥାନୀୟ କଫିକୁ ଟକ୍କର ଦେଇନପାରିବାରୁ, ନିଜର ଷ୍ଟୋରକୁ ଏମିତି ସ୍ଥାନରେ ଖୋଲିବା ଆରମ୍ଭ କରିଥିଲା, ଯେଉଁଠି କି ଗ୍ରାହକ ସହଜରେ ଆସି ପାରିବେ। ସଂପ୍ରତି ଷ୍ଟାରବକ୍ସ ଏସିଆ, ଆଫ୍ରିକା, ୟୁରୋପ ଏବଂ ଲାଟିନ ଆମେରିକାର ଅନେକ ଅଞ୍ଚଳରେ ନିଜର ଷ୍ଟୋର ଖୋଲିଛି।

ପ୍ରତିଟି ଲୋକଙ୍କ ଧ୍ୟାନ ରଖିଥାଏ:ଷ୍ଟାରବକ୍ସ ପ୍ରତିଟି ବୟସ ଲୋକଙ୍କ ଧ୍ୟାନ ରଖିଥାଏ। ବିଶେଷ ପ୍ରକାରର ପାନୀୟ ଗ୍ରାହକଙ୍କୁ ପରଷି ଥାଏ। ଏହାର ଦାମ ସାଧାରଣ ପେୟ ତୁଳନାରେ ଅଧିକ ରହିଥାଏ। କାରଣ ଏଥିରେ ପୁଷ୍ଟିକର ଜିନିଷ ପଡିଥାଏ, ଯାହା ସ୍ଵାସ୍ଥ୍ୟପକ୍ଷେ ହିତକର ଥାଏ। ଏହାର ପ୍ରସ୍ତୁତିରେ ବି ପରିଶ୍ରମ କରିବାକୁ ପଡିଥାଏ।

ଶ୍ରମ:ଷ୍ଟାରବକ୍ସରେ କାମ କରିବା ଏକ ଲୋକପ୍ରିୟ ସ୍ଥାନ। କର୍ମଚାରୀଙ୍କ ପାଇଁ କଫି ବିଷୟରେ ଜାଣିବା ପାଇଁ ଏଥିରୁ ଆଉ ସର୍ବୋତ୍କୃଷ୍ଟ ସ୍ଥାନ ମିଳିବ ନାହିଁ। ଏଠାରେ କାମ କରିବାର ମାହୋଲ ବହୁତ ବନ୍ଧୁତ୍ଵପୂର୍ଣ୍ଣ ରହିଥାଏ। ଯଦି ଆପଣ କଫି ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଷ୍ଟାରବକ୍ସ ଆପଣଙ୍କ ପାଇଁ ଭଲ ସୁଯୋଗ ପ୍ରଦାନ କରିବ। କଫି କେମିତି ତିଆରି କରାଯାଏ। କେମିତି ପରସା ଯାଏ ତାର ବିଭିନ୍ନ କୌଶଳ ଷ୍ଟାରବକ୍ସରେ ଶିଖିବାକୁ ମିଳିଥାଏ। ଷ୍ଟାରବକ୍ସ ବିଭିନ୍ନ ପ୍ରକାରର କଫି ଉପଲବ୍ଧ କରାଇଥାଏ। ଏହା ସାଧାରଣ କଫିଠୁ ମହଙ୍ଗା ରହିଥାଏ। କାରଣ ଏଥିରେ ଅଧିକ ସାମଗ୍ରୀ ପଡିଥାଏ ଏବଂ ପ୍ରସ୍ତୁତିରେ ଅଧିକ ଶ୍ରମ ଦେବାକୁ ପଡିଥାଏ।

ଗ୍ରାହକଙ୍କ ଅନୁଭବ:ଷ୍ଟାରବକ୍ସ ଗ୍ରାହକଙ୍କ ପାଇଁ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ। ଯୁବ ପିଢିଙ୍କ ପାଇଁ ଏଠାରେ କଫି ପିଇବାର ନିଆରା ପରିବେଶ ରହିଥାଏ। ଏଠାରେ କଫି ପିଇବା ସହିତ ବନ୍ଧୁଙ୍କ ସହ ଅଧିକ ସମୟ ବିତାଇ ପାରିବେ। ଏଠାରେ ଓ୍ଵାଇ ଫାଇ ସୁବିଧା ମିଳିଥାଏ। ଷ୍ଟାରବକ୍ସ ଆପଣଙ୍କ ପାଇଁ ବିଭିନ୍ନ ପ୍ରକାରର କଫି ପ୍ରସ୍ତୁତ କରିଥାଏ। ତେଣୁ ଗ୍ରାହକ ମହଙ୍ଗା ହେଲେ ବି ଷ୍ଟାରବକ୍ସରେ କଫିର ମଜା ନେବାକୁ ପସନ୍ଦ କରିଥାନ୍ତି।

୫୦ ବର୍ଷ ପୂର୍ବେ ଷ୍ଟାରବକ୍ସର ଆରମ୍ଭ:ପ୍ରାୟ ୫୦ ବର୍ଷ ପୂର୍ବେ ୧୯୭୧ ମାର୍ଚ୍ଚ ୩୧ରେ ଷ୍ଟାରବକ୍ସର ଆରମ୍ଭ ହୋଇଥିଲା। ଏହି କମ୍ପାନି ପ୍ରଥମେ କଫି ନୁହେଁ ଉଚ୍ଚ ଗୁଣବତ୍ତାର କଫି ବିନ୍ ବିକ୍ରି କରୁଥିଲା। ତିନି ବନ୍ଧୁ ମିଶି ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସମୟକ୍ରମେ ଷ୍ଟାରବକ୍ସରେ ବ୍ୟାପକ ପରିବର୍ତ୍ତନ ଆସିଥିଲା। ପୁରା ଦୁନିଆର ଲୋକଙ୍କ କଫି ପିଇବାର ଅନୁଭବକୁ ବଦଳାଇ ଦେଲା।

Get real time updates directly on you device, subscribe now.