fbpx

(Video) ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ସୂଚନା ମୁତାବକ, ପ୍ରତିବାଦ କରି ଆଜି ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ଛାତ୍ର କଂଗ୍ରେସର ଅନେକ କର୍ମୀ ପଶିଛନ୍ତି । ଏହା ସହ ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଅଣ୍ଡାମାଡ଼ ମଧ୍ୟ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ତେବେ ଡିସିପିଙ୍କ ଉପସ୍ଥିତିରେ ଛାତ୍ର କଂଗ୍ରେସର କର୍ମୀମାନେ ଧସେଇ ହୋଇ ପଶିଥିବା ଜଣାପଡିଛି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ପରିସର ଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ଆଜି ନବୀନ ନିବାସ ଯିବା ବେଳେ ଛାତ୍ର କଂଗ୍ରେସକୁ ପୋଲିସ ଅଟକାଇଥିଲା । ଏହାର ପ୍ରତିବାଦରେ ସେମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କ ଘରକୁ ଧସେଇ ହୋଇ ପଶିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଆଜି ରାଜଧାନୀ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଛାତ୍ର କଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବୁ ଚେଷ୍ଟା କରିଥିଲା। ପୋଲିସ ମେସାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ରହିଛି।

 

Get real time updates directly on you device, subscribe now.