fbpx

ଭାରତରେ ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି: ଉଚ୍ଚତା ୩୬୯ ଫୁଟ, ନିର୍ମାଣ ସମୟ ୧୦ ବର୍ଷ, ୩ ହଜାର ଷ୍ଟିଲ, ୨.୫ ଲକ୍ଷ କ୍ୟୁବିକ୍ ଟନ୍ କଂକ୍ରିଟ

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦଠାରେ ଭଗବାନ ଶିବଙ୍କର ୩୬୯ ଫୁଟର ଉଚ୍ଚତା ବିଶିଷ୍ଟ ଏକ ପ୍ରତିମା ସ୍ଥାପିତ କରାଯାଇଛି । ଆଜି ଏହି ପ୍ରତିମାକୁ ଲୋକାର୍ପିତ କରାଯିବାକୁ ଥିବାବେଳେ ଏହା ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତିର ମାନ୍ୟତା ଲାଭ କରିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବାଚସ୍ପତି ସିପି ଯୋଶୀଙ୍କ ଉପସ୍ଥିତିରେ ପ୍ରଚାରକ ଏହି ମୂର୍ତ୍ତିକୁ ଅନାବରଣ କରିବେ । ଏହି ପ୍ରତିମାର ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି । ଏହି ମୂର୍ତ୍ତିଟି ଅନେକ ବିରଳ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିବ । ଏହାର ନାମ ରଖାଯାଇଛି ‘ବିଶ୍ୱାସ ସ୍ୱରୂପମ’ ।

ଆସନ୍ତା ମାସ ୬ ତାରିଖରେ ଏହି ମୂର୍ତ୍ତିକୁ ନେଇ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ପ୍ରତିମାକୁ ସନ୍ଥ କୃପା ସଂସ୍ଥାନ ତରଫରୁ ନିର୍ମାଣ କରାଯାଇଛି । ତେବେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତିର ମାନ୍ୟତା ଲାଭ କରିବାକୁ ଯାଉଥିବା ଏହି ପ୍ରତିମାର ଅନେକ ଖାସିୟତ ରହିଛି । ୫୧ ବିଘା ପରିମିତ ଜମିରେ ଏହି ମୂର୍ତ୍ତିକୁ ସ୍ଥାପନା କରାଯିବା ସହ ରାତିରେ ଏହା ସ୍ପଷ୍ଟ ଭାବେ ଦେଖାଯିବା ଉଦ୍ଦେଶ୍ୟରେ ସେଥିରେ ସ୍ୱତନ୍ତ୍ର ଲାଇଟସ୍ ଲଗାଯାଇଛି ।

ଏହି ମୂର୍ତ୍ତିର ଲୋକାର୍ପଣ ମହୋତ୍ସବ ପାଇଁ ପାଖାପାଖି ଦେଢ଼ଲକ୍ଷ ବର୍ଗ ଫୁଟ ବିଶିଷ୍ଟ ଏକ ପେଣ୍ଡାଲ ନିର୍ମାଣ କରାଯାଇଛି । ପାଖାପାଖି ଦୁଇ ଲକ୍ଷ ବର୍ଗ ଫୁଟର ଭୋଜନାଳୟ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ଜମାନୀ ଟେକନିକରେ ଏହି ପେଣ୍ଡାଲ ନିର୍ମାଣ କରାଯାଇଛି । ଭଗବାନ ଶିବଙ୍କ ପ୍ରତିମା ଲୋକାର୍ପଣ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଦୈନିକ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ସାମିଲ ହେବା ଅନୁମାନ କରାଯାଉଛି । ଦୈନିକ ଏକ ଲକ୍ଷ ଲୋକଙ୍କୁ ପ୍ରସାଦ ପ୍ରଦାନ କରାଯିବ ।

ଏହି ପ୍ରତିମାର ନିର୍ମାଣରେ ୩ ହଜାର ଟନ ଷ୍ଟିଲ ଓ ଲୁହା, ୨.୫ ଲକ୍ଷ କ୍ୟୁବିକ ଟନ କଂକ୍ରିଟ ଓ ବାଲି ବ୍ୟବହାର ହୋଇଛି । ବିଶ୍ୱର ପ୍ରଥମ ପ୍ରତିମା ଭାବେ ଏଠାରେ ଦର୍ଶନ ପାଇଁ ଲିଫ୍ଟ ଓ ସିଡ଼ି ଓ ହଲ ନିର୍ମାଣ ହୋଇଛି । ସେଠାରେ ଏକସଙ୍ଗେ ୧୦ ହଜାର ଲୋକ ପ୍ରବେଶ କରିପାରିବେ । ପ୍ରତିମାର ଉପର ଭାଗରେ ପହଞ୍ଚିବା ପାଇଁ ୪ଟି ଲିଫ୍ଟ ଓ ୩ଟି ସିଡ଼ି ନିର୍ମାଣ କରାଯାଯାଇଛି । ୨୫୦ ବର୍ଷର ସ୍ଥିରତାକୁ ଧ୍ୟାନରେ ରଖି ଏହାକୁ ନିର୍ମାଣ କରାଯାଇଛି । ଘଣ୍ଟା ପ୍ରତି ୨୫୦ କିମି ବେଗରେ ବହୁଥିବା ପବନକୁ ଏହା ମୂର୍ତ୍ତି ସହ୍ୟ କରିପାରିବ । ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ଏହା ଉପରେ ଜିଙ୍କର କୋଟିଂ ଦେଇ ତା’ ପରେ କପର କଲର ଦିଆଯାଇଛି ।

ଋଷିକେଷ ପରେ ଏଠାରେ ଦ୍ୱିତୀୟ ବୃହତ ବଞ୍ଜି ଜମ୍ପିଂ ହେବ, ସେଥିପାଇଁ ଏଠାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଜମିବ । ଏଥିସହିତ ସେଠାରେ ଫୁଡକୋର୍ଟ, ଗେମ ଜୋନ, ଜିପ ଲାଇନ, ଗୋ କାର୍ଟିଂ, ଆଭଭେଞ୍ଚର ପାର୍କ, ଜଙ୍ଗଲ କାଫେ ନିର୍ମାଣ କରାଯାଇଛି । ବିଶ୍ୱର ସର୍ବାଚ୍ଚ ଶିବ ମୂର୍ତ୍ତିର ନିର୍ମାଣରେ ସୁରକ୍ଷା ମାନକକୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖାଯାଇଛି । ଫାୟାର ସେଫଟି ପାଇଁ ଏଠାରେ ପାଣି ଟ୍ୟାଙ୍କ ତିଆରି ହୋଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଗଲ୍ଫ ରଖାଯାଇଛି । ଏହାର ସୁରକ୍ଷା ପାଇଁ ପରିସରରେ ବହୁସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ ।

Get real time updates directly on you device, subscribe now.