fbpx

ଏହି ରାଜ୍ୟରେ କାହିଁକି ବନ୍ଦ ହେଲା JOHNSON & JOHNSON କମ୍ପାନୀ: ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ମୁମ୍ବାଇ: ମହାରଷ୍ଟ୍ରରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (Food and Drug Administration) ପକ୍ଷରୁ ରାଜ୍ୟରେ ଜନସନ ଆଣ୍ଡ ଜନସନ ବେବି ପାଉଡରର ଲାଇସେନ୍ସକୁ ବାତିଲ କରି ରାଜ୍ୟରେ ଉତ୍ପାଦ ଉତ୍ପାଦନ ଏବଂ ବିକ୍ରୟକୁ ବନ୍ଦ କରି ଦେଇଛି। ଯାହାଫଳରେ ମହାରଷ୍ଟ୍ରରେ ବର୍ତ୍ତମାନ ଜନସନ ଆଣ୍ଡ ଜନସନ ବେବି ପାଉଡର ଉପଲବ୍ଧ ହେଉନଥିବା ଜଣା ପଡିଛି । ତେବେ ମହାରଷ୍ଟ୍ରରେ ଏହି ପାଉଡରର ଲାଇସେନ୍ସ ରଦ୍ଧ ହେବାର କରାଣ ଶିଶୁମାନଙ୍କ ପାଇଁ ପାଉଡରରେ ଥିବା pHର ମାନ ବାଧ୍ୟତାମୂଳକ ସୀମାଠାରୁ ଅଧିକ ରହିଥିଲା ।

ତେବେ ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ କମ୍ପାନୀକୁ ତାଙ୍କ ଲାଇସେନ୍ସ ରଦ୍ଧ ନହେବାର କାରଣ କଣ ଦର୍ଶାଇବା ସହ ଏକ କାରଣ ଦର୍ଶଅ ନୋଟିସ୍ ଜାରୀ କରିଥିଲା । FDA ଜନସନ ଆଣ୍ଡ ଜନସନ ଶିଶୁ ପାଉଡରର ଦୁଇଟି ନମୁନା ସଂଗ୍ରହ କରିଥିଲା। ସେଥିମଧ୍ୟରୁ ଗୋଟିଏ ପୁନେ ଏବଂ ଅନ୍ୟଟି ନାଶିକରୁ ନିଆଯାଇଥିଲା। ତେବେ ଏହାକୁ ପରିକ୍ଷା କରିବା ପରେ ଏହାର ଫଲାଫଳରୁ ଜଣା ପଡିଛି ଯେ ଏହା ଶିଶୁ ଚର୍ମ ପାଉଡର ପାଇଁ pH ମାନକ ସେଟ୍ ପୂରଣ କରେ ନାହିଁ ।

FDA ଖରାପ ପାଉଡର ଉତ୍ପାଦଗୁଡିକର ବ୍ୟାଚକୁ ବଜାରରୁ ପ୍ରତ୍ୟାହାର କରିବାକୁ କମ୍ପାନୀକୁ କହିଛି । ଗତ ମାସରେ, ଜନସନ ଆଣ୍ଡ ଜନସନ କହିଥିଲେ ଯେ ଏହା ୨୦୨୩ ମସିହାରେ ସର୍ବଭାରତୀୟ ସ୍ତରରେ ଟାଲ୍କ ଆଧାରିତ ଶିଶୁ ପାଉଡର ବିକ୍ରୟ ବନ୍ଦ କରିବା ସହ କର୍ଣ୍ଣଷ୍ଟାର୍କ ଆଧାରିତ ଶିଶୁ ପାଉଡର ପୋର୍ଟଫୋଲିଓକୁ ସ୍ଥାନାନ୍ତରିତ ହେବ । ଏକାଧିକ ମକଦ୍ଦମା ତଥା ଚାହିଦା ହ୍ରାସ ହେତୁ ଜନସନ ଆଣ୍ଡ ଜନସନ ଆମେରିକା ଏବଂ କାନାଡାରେ ଶିଶୁ ପାଉଡର ବିକ୍ରୟ ସମାପ୍ତ କରିବାର ଦୁଇ ବର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.