fbpx
BSKY
BJD SHG SKY
BJD YOUTH SKY

ଆଲୁମିନିୟମ ଫଏଲରେ କାହିଁକି ଆସିଥାଏ ଔଷଧ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ସାଧାରଣତଃ ସ୍ୱାସ୍ଥ୍ୟ ଖରାପ ହେଲେ ବ୍ୟକ୍ତି ବିଭିନ୍ନ ପ୍ରକାର ଔଷଧର ସେବନ କରିଥାଏ । ଏହି ଔଷଧ ଗୁଡ଼ିକ ବିଭିନ୍ନ ପ୍ରକାର କେମିକାଲରେ ତିଆରି ହୋଇଥାଏ । ସେଥିପାଇଁ ଅନେକ ଔଷଧ ପ୍ୟାକେଟରେ ଲେଖା ହୋଇଥାଏ ଯେ ଡ଼ାକ୍ତରଙ୍କ ପରାମର୍ଶ ବିନା ଏସବୁର ସେବନ କରିବା ଉଚିତ ନୁହେଁ । କାରଣ ଏହା ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ କୁପ୍ରଭାବ ପକାଇଥାଏ । ସେଥିପାଇଁ ବିଭିନ୍ନ ପ୍ରକାର ଔଷଧ ଗୁଡ଼ିକର ସୁରକ୍ଷା ପାଇଁ ପ୍ୟାକିଂ ବ୍ୟବସ୍ଥା ବି ଭିନ୍ନ ରହିଛି । ଅଧିକାଂଶ କ୍ଷେତ୍ରରେ ଔଷଧ ଗୁଡ଼ିକ ଆଲୁମିନିୟମ ଫଏଲରେ ପ୍ୟାକିଂ ହୋଇଥାଏ କାରଣ ଏହାର ଗୁଣ ସ୍ୱତନ୍ତ୍ର ଅଟେ ।

ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ :

୧. ଆଲୁମିନିୟମ ଫଏଲରେ ଔଷଧ ପ୍ୟାକିଂ କରିବା ଦ୍ୱାରା ଏହା ଶୀଘ୍ର ଖରାପ ହୋଇନଥାଏ । ଏୟାର ଟାଇଟ୍ ପ୍ୟାକିଂ ହେବା କାରଣରୁ ଔଷଧର ଗୁଣବତ୍ତା ବଜାୟ ରହିଥାଏ ।

୨. ଆଲୁମିନିୟମ ଫଏଲରେ ଔଷଧର ତାପମାତ୍ରା ଓ ଆଦ୍ରତା ସୁରକ୍ଷିତ ରହିଥାଏ ।

୩. ଆଲୁମିନିୟମ ଫଏଲ ସୂର୍ଯ୍ୟର ଅଲଟ୍ରା ଭୋଏଲେଟ୍ କିରଣ, ପାଣି, ଅମ୍ଳଜାନ, କୀଟ ଓ ପ୍ରଦୂଷଣରୁ ରକ୍ଷା କରିଥାଏ ।

୪. ଆଲୁମିନିୟମ ଏପରି ଏକ ଧାତୁ ଯାହା ସହଜରେ କୌଣସି ଜିନିଷ ସହ ପ୍ରିତିକ୍ରିୟାଶୀଳ ହୋଇନଥାଏ । ଏହା ଔଷଧକୁ ଏକ୍ସପାଇରି ତାରିଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥାଏ ।

 

Get real time updates directly on you device, subscribe now.