fbpx

ଅଧିକ ପରିବା କିଏ ଖାଇବା ଉଚିତ, ମହିଳା ନା ପୁରୁଷ? ଅନେକଙ୍କର ରହିଛି ଭୁଲଧାରଣା, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ସୁସ୍ଥ ରହିବା ପାଇଁ ମହିଳାମାନଙ୍କୁ ନିଜର ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି ଅନେକ କହିଥାନ୍ତି । ତେବେ କେବଳ ମହିଳା ନୁହନ୍ତି ସମସ୍ତଙ୍କୁ ଏହି ନିୟମ ପାଳନ କରିବା ଉଚିତ । ତେବେ ପ୍ରତିଦିନ ଆମକୁ ଖାଦ୍ୟରେ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଜରୁରୀ । ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ଫିଟ ରଖିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ । ଏହି କାରଣରୁ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ସବୁ ପ୍ରକାର ପରିବା ପ୍ରତିଦିନ ଖାଦ୍ୟରେ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

କିନ୍ତୁ ସୁସ୍ଥ ରହିବା ପାଇଁ ମହିଳା ଏବଂ ପୁରୁଷମାନଙ୍କୁ ପ୍ରତିଦିନ କେତେ ପରିମାଣର ପରିବା ଖାଇବା ଉଚିତ ଜାଣନ୍ତି କି? ଅନେକ ଲୋକ ଏ ବାବଦରେ ଜଣା ନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ମହିଳାମାନେ ୨.୫ ରୁ ୩ କପ ପନିପରିବା ଖାଇବା ଉଚିତ । କିନ୍ତୁ ପୁରୁଷମାନଙ୍କୁ ପ୍ରତିଦିନ ୩ ରୁ ୪ କପ ପନିପରିବା ଖାଇବା ଉଚିତ । ତେବେ ଏହି ଧାର୍ଯ୍ୟ ପରିମାଣରୁ ଅଧିମକ ଖାିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ । ନଚେତ ଆପଣଙ୍କୁ ଏହାର ଓଲଟା ଫଳ ମିଳିପାରେ ।

ତେବେ ୬୦ ବର୍ଷ ପରେ ଏହି ନିୟମ ବଦଳିଥାଏ । ୬୦ ବର୍ଷୀୟ ମହିଳାମାନଙ୍କୁ ପ୍ରତିଦିନ ୨ ରୁ ୩ କପ ପରିବା ଖାଇବା ଆବଶ୍ୟକ ଥିବାବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହା କମ ହୋଇ ୨.୫ ରୁ ୩.୫ କପ ପରିବା ଖାଇବା ଉଚିତ । ତେବେ ଏହି ଦୃଷ୍ଟିରୁ ଦେଖିବାକୁ ଗଳେ ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ଅଧିକ ପରିବା ଖାଇବା ଉଚିତ । ଏଥିରୁ କମ ପରିମାଣର ପରିବା ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ପୋଷତତ୍ତ୍ୱର ଅଭାବ ଦେଖା ଦେଇପାରେ । ଏହା ସହିତ ଆପଣ ପ୍ରତିଦିନ ଖାଦ୍ୟରେ ଆପଣଙ୍କ ମନପସନ୍ଦ ପରିବା ମଧ୍ୟ ଯୋଗ କରିପାରିବେ ।

ଅନ୍ୟପକ୍ଷରେ ପିଲା ଏବଂ ଶିଶୁମାନଙ୍କ କଥା କହିବାକୁ ଗଲେ ସେମାନଙ୍କୁ ପ୍ରତିଦିନ ୧ରୁ ୨ କପ ପରିବା ଢ଼ାଇବା ନିହାତି ଆବଶ୍ୟକ । ଏଥିରୁ କମ ପରିମାଣର ଖାଇଲେ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ରୋଗପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇପାରେ ।

ତେବେ ଅନେକ ସମୟରେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ଉୂପଯୁକ୍ତ ପରିମାଣରୁ କମ ପରିବା ଖାଇଲେ କ’ଣ ହୋଇଥାଏ? ତେବେ ଉପଯୁକ୍ତ ପରିମାଣର ପରିବା ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ପୋଷକତତ୍ତ୍ୱ ଯୋଗାଇ ଆପଣଙ୍କୁ ସୁସ୍ଥ ରଖିଥାଏ । ଏହା ସହିତ ଆପଣଙ୍କୁ ହାର୍ଟଆଟାକ, ଷ୍ଟ୍ରୋକ ଏବଂ କ୍ୟାନ୍ସର ପରି ରୋଗଠାରୁ ଦୂରେଇ ରଖେ । କିନ୍ତୁ ଉପଯୁକ୍ତ ପରାିମାଣର ପରିବା ନଖାଇବା ଦ୍ୱାରା ଆପଣଙ୍କୁ ଏହି ସବୁ ସମସ୍ୟା ହେବାର ଆଶଙ୍କା ରହଛି ।

Get real time updates directly on you device, subscribe now.