fbpx

କାନ୍ଦୁଛି ପାକିସ୍ତାନ… ଭାରତକୁ ବେଶୀ, ଆମକୁ କମ୍ କାହିଁକି? କ୍ରିକେଟ ରାଜସ୍ୱ ଆବଣ୍ଟନକୁ ନେଇ ପିସିବିର ପ୍ରଶ୍ନ

ମୁମ୍ବାଇ: ୨୦୨୪-୨୭ ପାଇଁ କ୍ରିକେଟର ସମସ୍ତ ସଦସ୍ୟ ଦେଶଗୁଡିକୁ ରାଜସ୍ୱ ଆବଣ୍ଟନ କରିଛି ଆଇସିସି । ତେବେ ଏହି ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭାରତକୁ ମିଳିଥିବା ରାଜସ୍ୱ ଏବଂ ପାକିସ୍ତାନକୁ ମିଳିଥିବା ରାଜସ୍ୱକୁ ନେଇ ବାଦ-ହିଂସା ଦେଖିବାକୁ ମିଳିଛି । ପାକିସ୍ତାନ ଅପେକ୍ଷା ଭାରତକୁ ଅଧିକ ରାଜସ୍ୱ ମିଳିଥିବାରୁ ଏଥିରେ ଅସନ୍ତୁଷ୍ଟ ଜାହିର କରିଛି ପିସିବି । ଯାହାକୁ ସେ ପକ୍ଷପାତର ଆଖ୍ୟା ଦେଇ କାହିଁ ଏମିତି ହେଉଛି ବୋଲି ପ୍ରଶ୍ନ କରିଛି ।

ଆଇସିସିର ଏହି ଆବଣ୍ଟନ ଅନୁସାରେ, କ୍ରିକେଟର ମୋଟ ରାଜସ୍ୱ ରହିଛଇ ୬୦୦ ନିୟୁତ ଡଲାର । ତେବେ ଏଥିରୁ ୩୮.୫% ଅର୍ଥାତ୍ ୨୩୦ ନିୟୁତ ଡଲାର କେବଳ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ପ୍ରଦାନ କରାଯିବ । ସେହିପରି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଏଥିରେ ୬%ରୁ ଅଧିକ ଦିଆଯିବା ନେଇ ଆଇସିସି ଘୋଷଣା କରିଛି । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ମାତ୍ର ୫.୭୫% ଅର୍ଥାତ୍ ୩୪.୫୧ ନିୟୁତ ଡଲାର ଦେବା ପାଇଁ ଘୋଷଣା କରିଛି ଆଇସିସି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଆଇସିସିର ଏହି ରାଜସ୍ୱ ଆବଣ୍ଟନକୁ ନେଇ ବିରୋଧ ଜାହିର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଆଇସିସିର ବିଭିନ୍ନ ଇଭେଣ୍ଟରେ ପାକିସ୍ତାନର ପ୍ରଶଂସକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ସେଥିପାଇଁ ପାକିସ୍ତାନକୁ ସର୍ବଶ୍ରେଷ୍ଠ ୪ ଟି ଦେଶ ଭିତରେ ମଧ୍ୟ ସାମିଲ କରାଯାଇଛି । ତେଣୁ ପାକିସ୍ତାନକୁ ଦୁଇ ଗୁଣରୁ ଅଧିକ ରାଜସ୍ୱ ଦିଆଯିବା ଉଚିତ୍ । କିନ୍ତୁ ଏହି ରାଜସ୍ୱ ମଡେଲରେ ପାକିସ୍ତାନକୁ ମାତ୍ର ୫.୭୫% ପ୍ରଦାନ କରାଯାଇଛି । ଏହା ପକ୍ଷପାତ କରାଯାଉଛି ଏବଂ ଜାଣି ଜାଣି ବିସିସିଆଇକୁ ଉଚ୍ଚ ପଦବୀ ଦିଆଯାଉଥିବା କହିଛି ପିସିବି । ତେବେ ଏହାର ଉତ୍ତରରେ ଆଇସିସିର ଅଧିକାରୀ ବିସିସିଆଇ ଏବଂ ଆଇସିସିର ରାଜସ୍ୱ ଆବଣ୍ଟନକୁ ସମର୍ଥନ କରିବା ସହ ଉଚିତ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.