fbpx

କିଛି ଲୋକଙ୍କୁ ମଶା କାମୁଡି ନଥାଏ: କ’ଣ ରହିଥାଏ ଏହା ପଛରେ ମୁଖ୍ୟ କାରଣ?

ଆଜିକାଲି ପରିବେଶରେ ଅଳିଆ ଆବର୍ଜନା ବଢିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଫଳରେ ରୋଗ ମଧ୍ୟ ଧିରେ ଧିରେ ବୃଦ୍‌ଧି ପାଇବାରେ ଲାଗିଛି । ତେବେ ଅନେକ ସମୟରେ ଆପଣ ଦେଖିଥିବେ ଯେ, କିଛି ଲୋକ ଟିକିଏ ସମୟ ଫ୍ୟାନ ମନ୍ଦ କରି ରହିଗଲେ ମଶା ସେମାନଙ୍କୁ ଘେରି ଯାଆନ୍ତି । କିନ୍ତୁ ଆଉ କିଛି ଲୋକ ଅନେକ ସମୟ ପର୍ଯ୍ୟନ୍ତ ଫ୍ୟାନ ବନ୍ଦ କରି ରହିଯାଆନ୍ତି । ତେବେ ଗୋଟିଏ ଜାଗାରେ ଏଭଳି ଦୁଇ ଜଣ ଲୋକଙ୍କୁ ଦେଖିଲେ ପ୍ରକୃତ ପାର୍ଥକ୍ୟ ଜଣାପଡିଥାଏ । ତେବେ ଏମିତି କାହିଁକି ହୋଇଥାଏ? କିଛି ଲୋକଙ୍କୁ ମଶା କାମୁଡିଥାନ୍ତି ତ ଆଉ କିଛି ଲୋକଙ୍କୁ କାହିଁକି ମଶା କାମୁଡି ନଥାନ୍ତି ? ଆସନ୍ତୁ ଜାଣିବା ଏହି ପ୍ରଶ୍‌ନର ଉତ୍ତର ।

ତେବେ ରକ୍ତର ସ୍ୱାଦ ହିଁ ଏହାର ଏକ କାରଣ ବୋଲି ଲୋକମାନେ ବିଶ୍ୱାସ କରନ୍ତି । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଏହା ପଛରେ ଆଉ ଦୁଇଟି କାରଣ ରହିଛି ।

କାର୍ବନ ଡାଇ ଅକ୍ସାଇଡ: ଆମେ ସମସ୍ତେ କାର୍ବନ ଡାଇଅକ୍ସାଇଡ ଛାଡି ଥାଆନ୍ତି । ମଶା ଏହାକୁ ଖୁବ ସହଜରେ ବାରିପାରନ୍ତି । ତେଣୁ ଯେବେ ଜଣେ ବ୍ୟକ୍ତି ଖୁବ ସକ୍ରିୟ ହୋଇଥାନ୍ତି, କାର୍ବନ ଡାଇଅକ୍ସାଇଡ ନିର୍ଗତ ହେବାର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ମଶାମାନେ ବୁଝି ଯାଇଥାଆନ୍ତି ଯେ ସେମାନଙ୍କ ନିକଟରେ କିଛି ଲୋକ ରହିଛନ୍ତି ।

ମଣିଷ ଶରୀରର ଗନ୍ଧ: ତେବେ ଏହାର ଦ୍ୱିତୀୟ କାରଣ ହେଉଛି ମଣିଷ ଶରୀରର ଗନ୍ଧ । କିଛି ଲୋକଙ୍କର ବାସ୍ନା ମଶାଙ୍କୁ ନିଜ ଆଡକୁ ବେଶ ଆକର୍ଷିତ କରିଥାଏ ତ ଆଉ କିଛି ଲୋକଙ୍କ ବାସ୍ନା ତାହା କରିନଥାଏ । ଲାକ୍ଟିକ ଏସିଡ ଏବଂ ଆମେ।।ନିଆ ଭଳି ପଦାର୍ଥ ମଶାଙ୍କୁ ଆକର୍ଷିତ କରେ । ଏହାସହିତ କଳା ରଙ୍ଗ ମଶାଙ୍କୁ ବିଶେଷ ଆକର୍ଷଣ କରିଥାଏ । ଡାର୍କ ସ୍କିନ କଲର କିମ୍ବା କଳା ରଙ୍ଗର କପଡା ପ୍ରତି ମଧ୍ୟ ଖୁବ ଆକର୍ଷଣ ହୋଇଥାନ୍ତି । ଏହାସହିତ ବିଅର ପିଉଥିବା ଲୋକ ଏବଂ ଗର୍ଭବତୀମାନଙ୍କ ରକ୍ତ ଶୋଷିବା ପାଇଁ ମଧ୍ୟ ମଶା ଖୁବ ଭଲ ପାଆନ୍ତି ।

Get real time updates directly on you device, subscribe now.