fbpx
BJD SKY
BJD SKY

ପାକିସ୍ତାନରେ ବି ମୋଦୀ ଆଣିଦେବେ ଭୋଟ୍‌, ଦେଶରେ ବଦଳୁଛି ନିର୍ବାଚନୀ ହାଲ୍‌ଚାଲ୍

BJD

ନୂଆଦିଲ୍ଲୀ:ପାକିସ୍ତାନରେ ୩ଥର କ୍ଷମତା ସମ୍ଭାଳିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ୍ ଅଧ୍ୟକ୍ଷ ନୱାଜ ସରିଫ୍ ଦଳର ସଂସଦୀୟ ବୋର୍ଡ ବୈଠକ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ନାମ ନେଇଛନ୍ତି । ସରିଫ କହିଛନ୍ତି ତାଙ୍କ କାର୍ଯ୍ୟକାଳ ସମୟରେ ଭାରତର ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ । ଏହା ସହିତ ସରିଫ କହିଛନ୍ତି ସେ କାର୍ଗିଲ ଯୁଦ୍ଧର ବିରୋଧ ବି କରିଥିଲେ ଓ ଏହି କାରଣରୁ ତାଙ୍କୁ ପଦରୁ ହଟଶଇ ଦିଆଯାଇଥିଲା ।

ସରିଫଙ୍କ ଏପରିି ବୟାନ ଏହି ସମୟରେ ଆସିଛି ଯେତେବେଳେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ଓ ନୱାଜ ସରିଫ ୪ ବର୍ଷ ନିର୍ବାସନରେ ରହିବା ପରେ ଦେଶକୁ ଫେରିଛନ୍ତି । ଦେଶକୁ ଫେରିବା ପରେ ସରିଫ୍ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ପ୍ରଥମ ସମ୍ବୋଧନରେ ଭାରତ ସହ ସମ୍ବନ୍ଧ ସୁଧାରିବା ନେଇ ବକ୍ତବ୍ୟ ରଖିଛନ୍ତି । ଏବେ ପୁନର୍ବାର ସାର୍ବଜନିକ ସ୍ତରରେ ସରିଫ ଭାରତ ସହ ସଂପର୍କ ସୁଧାରିବା ନେଇ ମତ ରଖିଛନ୍ତି । ଏହା ସହିତ ସରିଫ କହିଛନ୍ତି ଆମକୁ ଭାରତ, ଆଫଗାନିସ୍ଥାନ ଓ ଇରାନ ସହ ମଧ୍ୟ ସମ୍ବନ୍ଧକୁ ସୁଧାରିବାକୁ ହେବ ।

ପାକିସ୍ଥାନ ଏବେ ଉଭୟ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଏକ ଦୂର୍ବଳ ଅବସ୍ଥାରେ ଥିବା ବେଳେ ସରିଫଙ୍କ ପାଖରେ ଏହା ଏକ ବଡ ସୁଯୋଗ କି ପାକିସ୍ତାନକୁ ଠିକ୍ ରାସ୍ତାକୁ ଆଣି କ୍ଷମତା ଅକ୍ତିଆର କରିବା । ତେବେ ନିର୍ବାଚନରେ ବିଜୟ ଓ କୋର୍ଟ ମାମଲାର ନିଷ୍ପତ୍ତି ଉପରେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନ ଝୁଲି ରହିଛି । ତେବେ ପାକିସ୍ତାନର ସଂକଟ ଦୂର ଲାଗି ସରିଫଙ୍କୁ ପଡୋଶୀ ଦେଶ ସହ ସଂପର୍କକୁ ସୁଧାରବାକୁ ପଡିବ । ଏହି କାରଣୁ ଏବେ ସରିଫ ନିଜ ଦଳର ସଦସ୍ୟଙ୍କ ସହ ଏ ବିଷୟରେ ଆଲୋଚନା ଜାରି ରଖିଛନ୍ତି କି କିପରି ପଡୋଶୀ ଦେଶ ବିଶେଷକରି ଭାରତ ସହ ସଂପର୍କରେ ସୁଧାର ଅଣାଯାଇପାରିବ ।

ଅନ୍ୟପକ୍ଷରେ ଆର୍ଥିକ ସଂକଟ, ବେରୋଜଗାରୀ, ଦରବୃଦ୍ଧି, ଇନ୍ଧନ ସଂକଟ, ବନ୍ୟା ଯୋଗୁ ଉତ୍ପନ୍ନ ଖାଦ୍ୟ ସଂକଟ ଇତ୍ୟାଦି ପରିସ୍ଥିତି ସହ ଯୁଝି ଆସୁଥିବା ପାକିସ୍ତାନବାସୀ ଭାରତ ସହିତ ସମସ୍ତ ପଡୋଶୀ ସହ ଉତ୍ତମ ସଂପର୍କ ପ୍ରତିଷ୍ଠା ହେଉ ବୋଲି ଚାହୁଁଛନ୍ତି । ଏପରି ସ୍ଥିତିରେ ସରିଫ ଭଲ ଭାବେ ଜାଣିଛନ୍ତି କି ପାକିସ୍ତାନର ଜର୍ଜରିତ ଅର୍ଥବ୍ୟବସ୍ଥାକୁ ସୁଧାରିବା, ମୁଦ୍ରାସ୍ଫୀତି କମ୍ କରିବା, ଚାକିରୀ ସୁଯୋଗ ସୃଷ୍ଟି କରିବା, ଲୋକଙ୍କ ମଧ୍ୟରେ ଆଶା ଓ ବିଶ୍ୱାସ ସୃଷ୍ଟି କରିବା ପରି କେତେକ ପଦକ୍ଷେପ ବଳରେ ସେ ପାକିସ୍ତାନ ଜନତାଙ୍କ ହୃଦୟ ଜିଣିପାରିବେ ଓ ନିର୍ବାଚନ ବୈତରଣୀ ପାର ହୋଇପାରିବେ । ଏସବୁ ଭାରତର ସହଯୋଗ ବିନା ହୋଇପାରିବ ନାହିଁ ବୋଲି ମଧ୍ୟ ସରିଫ ହୃଦୟଙ୍ଗମ କରିଛନ୍ତି ।

Get real time updates directly on you device, subscribe now.