fbpx

ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ ବିଏସ୍ଇ ସେନ୍ସେକ୍ସ ୯୦୦ ପଏଣ୍ଟ ବୃଦ୍ଧି ପାଇ ୭୦,୪୮୫ରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ନିଫ୍ଟି-୫୦ ୨୫୧ ପଏଣ୍ଟ ବୃଦ୍ଧି ପାଇ ୨୧,୧୭୭ରେ କାରବାର କରୁଥିଲା। ସେପଟେ ବିଏସଇରେ ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାର ପୁଞ୍ଜି ୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୫୪.୧୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ସେନ୍ସେକ୍ସ ୫୬୧ ପଏଣ୍ଟ ବୃଦ୍ଧି ସହ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୭୦,୧୪୬ରେ ଖୋଲିଛି। ସେହିପରି ନିଫ୍ଟି ୫୦ ଆଜି ୨୧,୧୧୦ ସ୍ତରରୁ ୧୮୪ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଛି। ସେନ୍ସେକ୍ସ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୭୧,୦୩୮୧ରେ ପହଞ୍ଚିଛି। ଆମେରିକୀୟ ଷ୍ଟକ ବଜାର ପରେ ଆଜି ଘରୋଇ ଷ୍ଟକ ବଜାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି ।

ସେୟାର ମାର୍କେଟରେ ଏହି ଉନ୍ନତି କେବଳ ସେମିତି ଆସିନାହିଁ । ଏହି ବୃଦ୍ଧି ପଛର କାରଣ ହେଉଛି ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟ ସୁଧ ହାର ବୃଦ୍ଧି କରିନାହିଁ । ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ଆମେରିକୀୟ ଫେଡେରାଲ ରିଜର୍ଭ ବ୍ୟାଙ୍କର ସୁଧ ହାର ନିର୍ଦ୍ଧାରଣ କରୁଥିବା ଫେଡେରାଲ ଓପନ୍ ମାର୍କେଟ କମିଟି (ଏଫ୍ଓଏମ୍ସି)ର ଏହି ନିଷ୍ପତ୍ତି ସାରା ବିଶ୍ୱର ବଜାରକୁ ଆଶ୍ୱସ୍ତି ଦେଇଛି। ଫେଡ୍ ଅଧ୍ୟକ୍ଷ ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି ଏବଂ ଏହାକୁ ୨୨ ବର୍ଷର ସର୍ବୋଚ୍ଚ ସ୍ତରରେ ରଖିଛନ୍ତି। ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାର୫.୨ରୁ ୫.୫ ସ୍ତରରେ ରଖାଯାଇଛି।

Get real time updates directly on you device, subscribe now.