fbpx
BJD SKY
BJD SKY

ମହିଳା ସାଂସଦଙ୍କୁ ୬ ବର୍ଷ ଜେଲଦଣ୍ଡ

BJD

ନୂଆଦିଲ୍ଲୀ: ରାଜତନ୍ତ୍ର ଅପରାଧ କାରଣରୁ ଜଣେ ମହିଳା ସାଂସଦଙ୍କ ବିରୋଧରେ କୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଥାଇଲାଣ୍ଡର ଏକ ଅଦାଲତ ଜଣେ ମହିଳା ସାଂସଦଙ୍କ ବିରୋଧରେ ୬ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି । ମହିଳା ସାଂସଦ ଜଣଙ୍କ ରାଜତନ୍ତ୍ର ବିରୋଧରେ ଦୁଇଟି ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ । ଏହି ଘଟଣା ପରେ ମହିଳା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସୂଚନା ମୁତାବକ, ରାଜ ପରିବାରକୁ ଅପମାନ କରିଥିବା ଅଭିଯୋଗରେ ମୁଭ ଫରୱାର୍ଡ ପାର୍ଟିର ଜଣେ ମହିଳା ସାଂସଦଙ୍କୁ ଥାଇଲାଣ୍ଡର ଏକ କୋର୍ଟ ୬ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି । ରାଜାଙ୍କର ଆଲୋଚନାକୁ ପ୍ରଘଟ କରିବା ମାମଲାରେ ମହିଳା ସାଂସଦଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ପରବର୍ତ୍ତୀ ସମୟରେ କୋର୍ଟ ସାଂସଦଙ୍କୁ ୧୪ ହଜାର ପାଉଣ୍ଡ ବଣ୍ଡ ଆଧାରରେ ମୁକ୍ତ କରିଥିଲେ । ଏଥିସହିତ ଏପରି ଅପରାଧରେ ସାମିଲ ନ ହେବାକୁ କୋର୍ଟ ଚେତାବନୀ ଦେଇଛନ୍ତି ।

ଚଳିତ ବର୍ଷ ମେ ମାସରେ ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଆଇଇଏସର ପ୍ରତିନିଧିତ୍ୱ କରୁଥିବା ମୁଭ ଫରୱାର୍ଡ ପାର୍ଟି ଶାନଦାର ବିଜୟ ହାସଲ କରିଥିଲା । ତେବେ ବିଜୟ ପରେ ମଧ୍ୟ ଦଳ ସରକାର ଗଠନ କରିପାରି ନଥିଲା । କାରଣ ନବନିର୍ବାଚିତ ସିନେଟ ନିର୍ବାଚନ ପ୍ରଚାର ସମୟରେ ଦେଶର ସବୁଠାରୁ କଡ଼ା ଆଇନ ଲସେ-ମଜେଷ୍ଟେରେ ପରିବର୍ତ୍ତନ ପାଇଁ ଅପିଲ କରିବା ସହିତ ଉକ୍ତ ଆଇନକୁ ବ୍ୟବହାର କରିବାକୁ ଆଲୋଚନା କରିଥିଲେ । ଗତ ୨୦୨୦ରେ ଏହି ଆଇନକୁ ନେଇ ଦେଶରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ଆଇନ ଅଧିନରେ ୨୬୦ ଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା । ଏଥିସହିତ ୨ ହଜାର ଲୋକଙ୍କ ବିରୋଧରେ ବିଭିନ୍ନ ଆଇନରେ ମାମଲା ଦାୟର ହୋଇଥିଲା । ତେବେ ଲୋକଙ୍କ ସ୍ୱରକୁ ଚାପିଦେବା ପାଇଁ ଏହି ଆଇନର ବ୍ୟବହାର କରାଯାଉଥିବା ଏହି ଆଇନର କିଛି ଆଲୋଚକ କରିଛନ୍ତି । ଥାଇଲାଣ୍ଡରେ ଏହି ଆଇନକୁ ୧୨୨ ଆଇନ ନାମରେ ଜଣାଯାଇଥାଏ । ଏହି ଆଇନ ଅଧିନରେ ଦୋଷୀଙ୍କୁ ସର୍ବାଧିକ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବାର ନିୟମ ରହିଛି ।

Get real time updates directly on you device, subscribe now.