fbpx
BJD SKY
BJD SKY

(Video) ମୂଷା କହୁଛି ଜୟ ଜଗନ୍ନାଥ; ଦେଖନ୍ତୁ ଶ୍ରୀମନ୍ଦିର ସମ୍ମୁଖର ଏହି ନିଆରା ଦୃଶ୍ୟ…

ସିଂହଦ୍ୱାରରେ ପହଞ୍ଚି ମୁଣ୍ଡିଆ ମାରି ଜଗନ୍ନାଥଙ୍କୁ ଜଣାଉଛନ୍ତି ଦୁଃଖ

BJD

 ପୁରୀ: (ଓଡ଼ିଶା ଭାସ୍କର) ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ । ମୂଷା ପାଟିରୁ ଜୟଜଗନ୍ନାଥ ଶୁଣି ଚମକି ପଡିଲେ ଲୋକେ , ମାଣବସା ଗୁରୁବାରରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ ।

ମୂଷା ତୁଣ୍ଡରୁ ଆଜି ଅନର୍ଗଳ ବାହାରୁଛି ଜଗନ୍ନାଥ ନାମ । ଶୁଣନ୍ତୁ କଣ କହୁଛନ୍ତି ମୂଷା ଦୁଇଟି, ୪୨ ସେକଣ୍ଡେରୁ -୫୫ । ହଁ ଆଜ୍ଞା ମୂଷା ଏଠି କହୁଛି ଜୟଜଗନ୍ନାଥ , ଗାଉଛି ଜଗନ୍ନାଥ ଭଜନ । ଖାଲି ସେତିକି ନୁହେଁ ମଣିଷଙ୍କ ପରି ସିଂହଦ୍ୱାରରେ ପହଂଚି ଜଗନ୍ନାଥଙ୍କୁ ପ୍ରଣାମ କରୁଛନ୍ତି ମୂଷା ଦୁଇଟି । ଆଜିର ଏହି କଳିଯୁଗରେ ଯଉଠି ମଣିଷ ଭଗବାନଙ୍କ ନାମ ନେବାକୁ ସମୟ ପାଉନି , ଭଗବାନଙ୍କ କଥା ଭୁଲି ଯାଉଛି ସେଇଠି ଏ ମୂଷା ତା ତୁର୍‌ଡ଼ରେ ଜଗନ୍ନାଥଙ୍କ ନାମ ସ୍ମରଣ କରି ଚାଲିଛି ।

ଖାଲି ସେତିିକି ନୁହେଁ ମଣିଷଙ୍କ ପରି ସବୁ ପ୍ରକାରର କଥା ହେଉଛି କଥା ହେବା ସହ ସବୁ କଥାର ଉତର ମଧ୍ୟ ଦେଉଛି । ଯେଉଁ ଦୃଶ୍ୟକୁ ଆପଣ ଆତ୍କରେ ନଦେଖିଲେ ବିଶ୍ୱାସ କରି ପାରିବେନି । ସିଂହଦ୍ୱାରରେ ପହଞ୍ଚି ମୁଣ୍ଡିଆ ମାରି ଜଗନ୍ନାଥଙ୍କୁ ଜଣାଉଛନ୍ତି ଦୁଃଖ ।

 

Get real time updates directly on you device, subscribe now.