fbpx
BSKY
BJD SHG SKY
BJD YOUTH SKY

ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ କାହିଁକି ସମସ୍ୟାରେ ରୁହନ୍ତି ନବଦମ୍ପତି ? ଜାଣନ୍ତୁ ପ୍ରକୃତ କାରଣ

ବିବାହ କରିବାର ନିଷ୍ପତ୍ତି କୌଣସି ବ୍ୟକ୍ତିଙ୍କ ପାଇଁ ସହଜ ନୁହେଁ । ଯେତେବେଳେ ପୁଅ ଏବଂ ଝିଅ ଏକ ନୂଆ ଜୀବନ ଆରମ୍ଭ କରନ୍ତି, ସେତେବେଳେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥାଏ ଏବଂ ଏହି ଚ୍ୟାଲେଞ୍ଜଗୁଡ଼ିକ ଟେନସନର କାରଣ ହୋଇଯାଏ । ବିବାହ ଅନେକ ଲୋକଙ୍କ ପାଇଁ ଜୀବନରେ ଏକ ବଡ ବିପଦ ପରି ଆସିଥାଏ । ସେମାନେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଡାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ଏକ ସମୟ ଏପରି ଆସିଥାଏ , ଯେତେବେଳେ ସେମାନେ ଏହି ବିପଦକୁ କୋଳେଇ ନିଅନ୍ତି । କୁହାଯାଏ କି, ବିବାହର ପ୍ରଥମ ବର୍ଷ କୌଣସି ବିବାହିତ ଦମ୍ପତିଙ୍କ ପାଇଁ ସହଜ ନୁହେଁ । ଆସନ୍ତୁ ଜାଣିବା ନବ ବିବାହିତ ଦମ୍ପତିଙ୍କୁ କେଉଁ ସବୁ ସମସ୍ୟା ହୋଇଥାଏ…

୧.ଦାୟିତ୍ୱର ଭାର :-
ବାହାଘର ପରେ ପୁଅ ଓ ଝିଅଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥାଏ । ଆପଣଙ୍କର ଜୀବନର ଗତି ଏତେ ସହଜ ନୁହେଁ ଓ ବେପରୁଆ ଭାବେ ଜୀବନ ବଞ୍ଚିବା ଆପଣ କେବେ ଭାବିପାରିବେ ନାହିଁ । ବାହାଘର ପରେ ଦମ୍ପତିଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଥାଏ । ଖାସ୍ କରି ଆର୍ଥିକ ଦାୟିତ୍ୱ ପୁଅ ଉପରେ ବଢ଼ିଯାଏ । ଏପରି ପରିସ୍ଥିତିରେ ପୁଅ ସମସ୍ତ ଛୋଟ ବଡ଼ ଖର୍ଚ୍ଚକୁ ନେଇ ଆଲର୍ଟ ହୋଇଯାଏ । ସେହିପରି ଘରର ଦାୟିତ୍ୱ ଠିକ୍ ଭାବରେ କରିବାକୁ ଝିଅ ମୁଣ୍ଟରେ ଚିନ୍ତା ଥାଏ । ଏପରି ପରିସ୍ଥିତିରେ ଅନେକଥର ସେମାନଙ୍କ ବ୍ୟବହାରରେ ପାର୍ଥ୍ୟକ ଆସିଥାଏ, କିନ୍ତୁ ଏହା ଉଭୟଙ୍କ ପାଇଁ ପରିବର୍ତ୍ତନର ସମୟ ହୋଇଥରଏ ।

୨. ଏକ ନୂଆ ପରିବାରକୁ ଗ୍ରହଣ କରିବା:-
ବିବାହ ପୂର୍ବରୁ ସମସ୍ତଙ୍କର ଗୋଟିଏ ପରିବାର ଥାଏ, କିନ୍ତୁ ବିବାହ ପରେ ଆପଣଙ୍କ ଜୀବନସାଥୀଙ୍କ ପରିବାର ମଧ୍ୟ ଆପଣଙ୍କର ହୋଇଯାଏ । ଏଭଳି ପରିସ୍ଥିତିରେ ନୂଆ ପରିବାରକୁ ଆପଣାଇବା ଉଭୟ ପାଇଁ ଏତେ ସହଜ ହୋଇନଥାଏ, ଅବଶ୍ୟ ଝିଅ ପାଇଁ ଏହା ଅଧିକ ଅସୁବିଧା ହୋଇଥାଏ, କାରଣ ସେ ନିଜ ସ୍ୱାମୀଙ୍କ ନିଷ୍ପତ୍ତି ସହିତ ଆଡଜଷ୍ଟ କରିବାକୁ ସମୟ ନେଇଥାନ୍ତି । ଏଥି ସହିତ ସ୍ୱାମୀ ଚେଷ୍ଟା କରନ୍ତି ଯେ ସେ ମଧ୍ୟ ତାଙ୍କ ଶାଶୁଙ୍କୁ ନିଜ ପିତାମାତାଙ୍କ ପରି ସମ୍ମାନ କରିବେ, ଯାହାଦ୍ୱାରା ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିବ । ଏପରି ପରିସ୍ଥିତିରେ କ’ଣ କରିବେ ଓ କ’ଣ ନକରିବେ, ସେନେଇ ମନରେ ଅନେକ ଦ୍ୱନ୍ଦ୍ୱ ଆସିଥାଏ ।

୩. ଭବିଷ୍ୟତକୁ ନେଇ ଚିନ୍ତା :-
ବିବାହ ପୂର୍ବରୁ ଉଭୟ ପୁଅ ଏବଂ ଝିଅମାନେ ଟିକେ ବେପରୁଆ ହୋଇଥାନ୍ତି । ପୁଆମନେ ମନଇଛା ଟଙ୍କା ଖର୍ଚ୍ଚ କରିଥାନ୍ତି । ଝିଅମାନେ ମଧ୍ୟ ନିଜ ସଞ୍ଚୟକୁ ନେଇ ଟେନସନ ନିଅନ୍ତି ନାହିଁ । କିନ୍ତୁ ବାହାଘର ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥାଏ ଏବଂ ଦୁହେଁ ସେମାନଙ୍କର ଆଗାମୀ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି । ଏହା ପରେ ଦୁହେଁ ଆର୍ôଥକ ଯୋଜନା ଏବଂ ଉନ୍ନତ କ୍ୟାରିଅରଗୁ ଗୁରୁତ୍ୱ ଦେବା ଆରମ୍ଭ କରନ୍ତି ।

Get real time updates directly on you device, subscribe now.