fbpx

ଅଚାନକ ମହିଳାଙ୍କ ଖାତାକୁ ଆସିଲା ୫୭ କୋଟି ଟଙ୍କା: କିନ୍ତୁ ଫସିଗଲେ…କ’ଣ ଏହି ମାମଲା?

ନୂଆଦିଲ୍ଲୀ: ଅଚାନକ ଜଣେ ମହିଳାଙ୍କ ଖାତାକୁ ଆସିଛି କୋଟି କୋଟି ଟଙ୍କା । ଏକାସାଙ୍ଗରେ ୫୭ କୋଟି ଟଙ୍କା ନିଜ ଆକାଉଣ୍ଟରେ ଦେଖି ବିଶ୍ୱାସ କରି ପାରିନଥିଲେ ଏହି ମହିଳା । ତେବେ ଏହି ଟଙ୍କାକୁ ସେ କେମିତି ଖର୍ଚ୍ଚ କରିବେ ବୋଲି ଭାବି ବିଶାଳ ଘର କିଣି ଦେଇଥିଲେ ସେ । ଘର ସହିତ ଆହୁରି ଅନେକ ଖର୍ଚ୍ଚ କରି ନେଇଛନ୍ତି । କିନ୍ତୁ ଏହି ସମୟରେ ତାଙ୍କୁ ଏକ ଝଟକା ଲାଗିଛି । ତେବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ଘଟଣା ।

ସୂଚନା ଅନୁସାରେ, ଏଭଳି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହିତ । ଏହି ମହିଳାଙ୍କ ଖାତାରେ ଅଚାନକ ୧୦.୫ ମିଲିୟନ ଡଲାର(୫୭ କୋଟି ଟଙ୍କା) ଡିପୋଜିଟ ହୋଇଥିଲା । କ୍ରିପ୍ଟୋକରେନ୍ସି ପ୍ଲାଟଫର୍ମ Crypto.com ରୁ ଭୁଲବଶତଃ ଥେବାମନୋଗରୀ ମେନିବଲଙ୍କ ଖାତାରେ ଏହି ଟଙ୍କା ପଠାଇ ଦେଇଥିଲା । ୧୦୦ ଡଲାର ପଠାଇବା ପରିବର୍ତ୍ତେ ୧୦.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ଟ୍ରାନ୍ସଫର ହୋଇଥିଲା । ତେବେ ଏହି Crypto.com ଫର୍ମକୁ ଦୀର୍ଘ ମାସ ପର୍ଯ୍ୟନ୍ତ ଏହି ମାମଲାର ସୂଚନା ମିଳିପାରି ନଥିଲା । ପ୍ରାୟ ୭ ମାସ ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା ।

ସେପଟେ ୫୭ କୋଟି ଟଙ୍କା ଏକାସାଙ୍ଗରେ ମିଳିଯିବାରୁ ଏହାକୁ ମନଇଚ୍ଛା ଖର୍ଚ୍ଚ କରି ଚାଲିଥିଲେ ମହିଳା । ତେବେ ୧.୩୫ ମିଲିୟନ ଡଲାରରେ ଏମ ଲଗଜରୀ ଘର କିଣିଛନ୍ତି ମେନିବଲ । କିନ୍ତୁ କାହାକୁ ସନ୍ଦେହ ନ ହେବା ପାଇଁ ଏହି ଘରକୁ ତାଙ୍କ ଭଉଣୀଙ୍କ ନାଁରେ କିଣିଛନ୍ତି । ଘର କିଣିବା ପରେ ବାକି ଟଙ୍କାକୁ ମଧ୍ୟ ନିଜ ଅଏସରେ ଲଗାଇ ସାରିଛନ୍ତି । କିନ୍ତୁ ଏହାପରେ ତାଙ୍କୁ ଏକ ଝଟକା ଦେଇଛି କ୍ରିପ୍ଟୋ । ମେନିବଲ ଏବଂ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିଛି କମ୍ପାନୀ । ମେନିବଲ ଅଧିକାଂଶ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ତାଙ୍କ ଆକାଉଣ୍ଟକୁ ସିଜ କରିବା ପାଇଁ ସୁପ୍ରିମକୋର୍ଟ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅଚାନକ କୋଟିପତି ପାଲଟି ଯାଇଥିବା ମେନିବଲ ହଠାତ ପୂର୍ବ ପରିସ୍ଥିତିକୁ ଫେରି ଆସିଛନ୍ତି । କୋର୍ଟ ତରଫରୁ ତାଙ୍କୁ ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ ପଠାଯାଇଛି । ଘର ସମେତ ନିଜ ସମ୍ପତ୍ତି ବିକ୍ରି କରି ଏହି ଟଙ୍କା ପରିଶୋଧ କରିବା ପାଇଁ କୋର୍ଟ ଆଦେଶ ଦେଇଛି । ସୁଧ ଆକାରରେ ଏହି ଟଙ୍କା କମ୍ପାନୀକୁ ଫେରାଇବା ପାଇଁ କୋର୍ଟ ଦୁଇ ଭଉଣୀଙ୍କୁ ନୋଟିସ ପଠାଇଛି ।

Get real time updates directly on you device, subscribe now.