fbpx

ଝଗଡ଼ା ପରେ ସମ୍ଭୋଗ କରିବା ପଛର ମନୋବିଜ୍ଞାନ କଣ ?

ପାଶ୍ଚାତ୍ୟ ମନୋବିଜ୍ଞାନୀ ସିଗମଣ୍ଡ ଫ୍ରୟେଡ ,କାମନା କୁ ମନୁଷ୍ୟ ଜୀବନ ର ଏକ ମାତ୍ର ପ୍ରବାହ କହିଛନ୍ତି । କାମନା ବା ସେକ୍ସ ଶକ୍ତି ମନୁଷ୍ୟର ମୂଳ ଶକ୍ତି ଅଟେ। ଏହି ଶକ୍ତି ମନୁଷ୍ୟ ଶରୀର ସାରା ଭିନ୍ନ ଭିନ୍ନ ଅଙ୍ଗ ଦ୍ଵାରା ରୂପାନ୍ତରିତ ହୋଇଛି । ଆଖି , କାନ, ଜିଭ , ନାକ ଓ ଚର୍ମ ଏହାକୁ ପଞ୍ଚ ଇନ୍ଦ୍ରିୟ ମଧ୍ୟ କୁହା ଯାଏ । ଏହି ଇନ୍ଦ୍ରିୟ ପଛରେ କାମନା ର ମୂଳ ମନ ରହିଛି ଯାହା କାମ ବା ସେକ୍ସ ଅଟେ । ଏଣୁ ଏହି କୌଣସିବି ଇନ୍ଦ୍ରିୟ ରେ ଜଣେ ବିନା ପ୍ରଜନନ ଅଙ୍ଗ ରେ କାମ ଅନୁଭବ କରି ପାରିବ ଯେପରି , ବିପରୀତ ଲିଙ୍ଗ କଥା , ବାସ୍ନା ,ସ୍ପର୍ଶ , ଦର୍ଶନ ବା ଜିହ୍ୱା ଦ୍ଵାରା ସ୍ପର୍ଶ କରିବା ଲାଳସା।

୧. ମନର ନିୟମ କହେ , ମନୁଷ୍ୟ ସବୁବେଳେ ବିପରୀତ ରେ ଗତି କରିଥାଏ । ଏଣୁ ମନୁଷ୍ୟ ସ୍ଵଭାବ ଗୋଟିଏ ଦିନ ରେ ଭିନ୍ନ ଭିନ୍ନ ଥାଏ । ଏହା ସହ ଗୋଟିଏ ଦିନରେ ମଣିଷ ଅଲଗା ଅଲଗା ସମୟରେ ଅଲଗା ବ୍ୟବହାର ବି କରେ।

୨. ମନୁଷ୍ୟର ପ୍ରେମ ସମ୍ପର୍କ ଅଧିକାଂଶ ସମୟ ରେ ଶାରୀରିକ ଥାଏ , ଯାହା ଖରାପ୍ ନୁହେଁ ହେଲେ ସବୁ କିଛି ବା ସମ୍ପୂର୍ଣ୍ଣ ବି ନୁହେଁ । ଏଣୁ ମନୁଷ୍ୟ ଅଧିକାଂଶ ସମୟରେ ଶରୀର ଆବଶ୍ୟକତା ଅନୁଯାୟୀ ପ୍ରେମ ପରିପ୍ରକାଶ କରେ , ହେଲେ ବହୁତ୍ କମ୍ ମନର ମହାନଗର କୁ ପ୍ରବେଶ କରନ୍ତି।

. ମନୁଷ୍ୟ ପ୍ରେମ ଆଉ ଘୃଣା ଗୋଟିଏ ଲୋକଙ୍କୁ ସମାନ ସମାନ କରେ । କାରଣ ମନୁଷ୍ୟର ଶକ୍ତି ଗୋଟିଏ ହିଁ ଅଟେ । ସମାନ ଶକ୍ତି ଆମ ବିଚାର ଆଉ ବୁଝାମଣା ପାଇଁ ଆମକୁ ଅଲଗା ଅନୁଭବ ହୁଅନ୍ତି । ଯେମିତି ସମୟ ଦିନରେ ୨୪ ଘଣ୍ଟା ଥାଏ ଆପଣ ଏହି ସମୟ ମନ୍ଦିର ରେ ବସି ବା ମଧୁଶାଳା ରେ ବସି କଟେଇ ପାରିବେ। ହସିବେ କି କାନ୍ଦିବେ ଆପଣଙ୍କ ଉପରେ ନିର୍ଭର କରେ । ଏଣୁ ଜାଣନ୍ତୁ କାମ ଶକ୍ତି ଏକ ଅଟେ।

୪. ଶକ୍ତି ଏକ ପ୍ରବାହ ଏହା କେବେ ଅଟକେ ନାହିଁ । ଏଣୁ ଏହାକୁ ଆପଣ ପ୍ରେମ ରେ ନେବେ ନା କେବଳ କ୍ରୋଧ ରେ ଆପଣଙ୍କ ଉପରେ ନିର୍ଭର କରେ।
ଏବେ ଗୁରୁତ୍ଵପୂର୍ଣ୍ଣ କଥା , ଝଗଡ଼ା ଲାଗେ କାହିଁକି ?

ଆମେ ସବୁବେଳେ ପ୍ରେମରେ ସ୍ବାଧିନତା କଥା କହୁ (ଶାରୀରିକ, ମାନସିକ, ବୌଦ୍ଧିକ) ହେଲେ ଦେବାକୁ ସଙ୍କୋଚ କରୁ କାରଣ ଆମେ ନିଜେ ନିଜକୁ ସମ୍ପୂର୍ଣ୍ଣ ଗ୍ରହଣ କରି ନାହୁଁ, ଏଣୁ ଯେବେ ସାମ୍ନା ଲୋକକୁ ଦେବାକୁ ହୁଏ ଆମେ କୃପଣ ହେଇ ଯାଉ। ଏଣୁ ଏହା ଅଧିକାଂଶ ସମୟ ରେ ଝଗଡ଼ା କାରଣ ହୁଏ ?

ଝଗଡ଼ା ପରେ ହୁଏ କଣ ?
ଜୋରଦାର ଝଗଡ଼ା ଲାଗିବା ସମୟ ରେ ମନରେ ଦାବି ହେଇଥିବା , ଭାବନା ବାହାରକୁ ଆସେ ଆଉ ହାଲକା ଲାଗେ । ଝଗଡ଼ା ସମୟ ରେ କାନ୍ଦିବା ଆହୁରି ଭଲ କାନ୍ଦିବା ପରେ ମନ ହାଲୁକା ହୁଏ । ଏଣୁ ପୁଅ ଯଦି ଲୁହ ଝରାଇ ଦିଏ ଏହା ଭଲ । ମନରେ ନାରୀ ଆଉ ପୁରୁଷ ବହୁତ୍ କିଛି କ୍ରୋଧ ରେ ରଖିଥାନ୍ତି , ଆଉ ଚେଷ୍ଟା କରନ୍ତି ନିଜକୁ ଅଟକାଇବାକୁ । ହେଲେ ଝଗଡ଼ା ସମୟରେ ଯେବେ କ୍ରୋଧ ବାହାରେ ସେତେବେଳେ ନିଜକୁ ପୁରୁଷ ଆଉ ନାରୀ ସବୁ ଶିକୁଳି ରୁ ମୁକ୍ତ କରିଦିଏ ଏଣୁ ନାରୀ , ପୁରୁଷ କୁ କଟୁ କଥା ବା କେବେ କେବେ ମାରିବା ବେଳେ ପୁରୁଷ ପୀଟା ପିଟି କରିଥାଏ । ଯାହା ବେଳେ ବେଳେ ଅଧିକ ହୁଏ । ଏହା ନିର୍ଭର କରେ କିଏ କେବେ କ୍ରୋଧ ଦାବିକି ରଖିଛି । ଯାହା ଠିକ ନୁହେଁ । ତେବେ ମନରେ ଦାବି ହେଇ ରହିଥିବା ବିଷ ଲୁହରେ ବାହାରିବା ପରେ । ମନ୍ ପୁଣି ପ୍ରେମକୁ ହୃଦୟ ରେ ସ୍ଥାନ ଦିଏ । ଏଣୁ ଅଧିକାଂଶ ପ୍ରେମିକ , ଦମ୍ପତି ଝଗଡ଼ା ପରେ ପରସ୍ପର ଭୁଲ୍ ବୁଝି କ୍ଷମା କରନ୍ତି । ଆଉ ଏହାର ପରବର୍ତ୍ତୀ ସୋପାନ ଶାରୀରିକ ମିଳନ ବା ସମ୍ଭୋଗ ହୋଇଥାଏ। ଯାହା ସ୍ଵାଭାବିକ । ଯାହା ପରେ ସାଥି ପରସ୍ପର ସହ ଆହୁରି ନିବିଡ ଅନୁଭବ କରନ୍ତି ।

ଝଗଡ଼ା ଲାଗିବା ପରେ ସେକ୍ସ୍ ବହୁତ୍ ଷ୍ଟ୍ରଙ୍ଗ ଥାଏ ବା ଗଭୀର ଥାଏ । ଏହାର ମୂଳ କାରଣ ଏହି ମୁହୂର୍ତ୍ତ , ଯେଉଁଥିରେ ଆମେ ମନ, ହୃଦୟ ସ୍ତରରେ ହାଲୁକା ଅନୁଭବ କରିଥାଉ, ଆଉ ଆମ ଆଖିରେ ଆମ ସାଥି କୁ ନୂଆ ରୂପରେ ଦେଖୁ । ଅନେକ ସମୟ ରେ ଗାଁ ରେ ସ୍ବାମୀ ସ୍ତ୍ରୀକୁ ସକାଳେ ପିଟେ ଆଉ ରାତିରେ ତାକୁ ପ୍ରେମ କରେ। ତେବେ ଏହା କାହିଁକି ହୁଏ ? ସମାନ କାରଣ ଏଣୁ ଗାଁ ରେ ଲୋକ କଥା ଅଛି ଯଦି ସ୍ବାମୀ ସ୍ତ୍ରୀ କୁ ପିଟିବା ବନ୍ଦ୍ କଲା ତାହେଲେ ପ୍ରେମ ବି ବନ୍ଦ୍ ହେଲା । କାରଣ ଯଦି ଜଣେ ଆପଣଙ୍କୁ ଉପେକ୍ଷିତ କରୁଛି ବା ଆଭଏଡ କରୁଛି ତେବେ । ସେଠାରେ ସମ୍ପର୍କ ବେଶୀଦିନ ରହିବନି। ଏହାର ମନୋବୈଜ୍ଞାନିକ କାରଣ ସେହି ଲୋକ ଆପଣଙ୍କୁ ଧ୍ୟାନ ବା ଆଟେନସନ ଦେଉନାହିଁ । କିନ୍ତୁ ଘୃଣା ଆଉ ପ୍ରେମରେ ମନୁଷ୍ୟ ଧ୍ୟାନ ଦିଏ । ଯଦି ଜଣେ ହେଟ କରୁଛି ଲଭ୍ ବି କରିବ ।

ହେଲେ ଏହା କିଛିଦିନ ପରେ ପୁଣି ପୁରୁଣା କଥା ପୁନରାବୃତ୍ତି ହୁଏ। କାରଣ ଆମ ପ୍ରବୃତ୍ତି ଆମେ ସାମ୍ନା ଲୋକକୁ ବଦଳେଇବାକୁ ଚାହୁଁ । ହେଲେ ଯଦି ଯିଏ ଯେମିତି ଆମେ ସେମିତି ତାକୁ ଗ୍ରହଣ କରିବା ତେବେ ଆମ ମନ ଆଉ ମସ୍ତିଷ୍କ ରେ ଅଳିଆ କମ୍ ଜମା ହେବ । ଆଉ ସାଥି ଶରୀର ସହ ଆମେ ମନ୍ କୁ ବି ପ୍ରେମ କରିପାରିବା ଯାହା ଏକ ଦିବ୍ୟ ଅନୁଭବ ଅଟେ । ତେବେ ବୁଝାମଣା ଯେତେ ବଢିବ ସେତେ , କମ୍ ଝଗଡ଼ା ହେବ କାରଣ । ସ୍ୱିକାର୍ ରେ ପ୍ରତିରୋଧ ନଥାଏ । ଥାଏ କେବଳ ପ୍ରେମ ।

Get real time updates directly on you device, subscribe now.