fbpx

ଗାନ୍ଧୀଙ୍କ ଚତୁଃପାଶ୍ୱର୍ରେ ୨-୩ ଜଣ ମହିଳା ରହୁଥିଲେ; ମୋହନ ଭାଗବତଙ୍କ ସହ କେବେ ମହିଳା ଦେଖିଛ? କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ: ମହିଳା ସଶକ୍ତୀକରଣକୁ ନେଇ ବିଜେପି ଏବଂ ଆରଏସଏସକୁ ସମାଲୋଚନା କରିଛନ୍ତି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ । ଉଭୟ ବିଜେପି ଏବଂ ଆରଏସଏସକୁ ଧର୍ମର ଦଲାଲ ବୋଲି ଅଭିହିତ କରିଛନ୍ତି ରାହୁଲ ଗାନ୍ଧୀ । ଆରଏସଏସର ମହିଳା ବିରୋଧୀ ମତବାଦକୁ ସମାଲୋଚନା କରିବା ସହିତ ମହାତ୍ମା ଗାନ୍ଧି ଓ ମୋହନ ଭାଗବତଙ୍କ ମଧ୍ୟରେ ତୁଳନା କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହିତ ପ୍ରତି ପୋଷ୍ଟରରେ ୨-୩ ଜଣ ମହିଳାଙ୍କୁ ଦେଖିବାକୁ ମିିଳିଥାଏ । ତେବେ କେହି ମୋହନ ଭାଗବତଙ୍କୁ କେବେ କୌଣସି ମହିଳାଙ୍କ ସହ ଦେଖିଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ରାହୁଲ ଗାନ୍ଧୀ ଏହି ଭଳି ମତ ଦେଇଛନ୍ତି ।
ଲକ୍ଷ୍ମୀ ଏବଂ ଦୁର୍ଗା ମହିଳା ସଶକ୍ତୀକରଣର ପ୍ରତୀକ ଅଟନ୍ତି । ମାତ୍ର ଆରଏସଏସ ନିୟମିତ ଭାବରେ ମହିଳାଙ୍କ ସ୍ୱରକୁ ଦବେଇ ରଖିଛି । ମୋଦୀ କିମ୍ବା ଆରଏସଏସ ଏହି ଦେଶକୁ ମହିଳା ପ୍ରଧାନମନ୍ତ୍ରୀ ଦେଇ ନାହାନ୍ତି କଂଗ୍ରେସ ଦେଇଛି ବୋଲି କହିଥିଲେ ୱାୟାନାଡ ସାଂସଦ ରାହୁଲ । ବିଜେପି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଧର୍ମକୁ ବ୍ୟବହାର କରୁଛି ମାତ୍ର ହିନ୍ଦୁ ଧର୍ମ ପାଇଁ ଦଳ ଆଦୌ ଚିନ୍ତିତ ନୁହେଁ ବୋଲି କହିଛନ୍ତି ରାହୁଲ । ବିଜେପି ହିନ୍ଦୁ ଧର୍ମକୁ କେବଳ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି । ସଂଘରେ ମହିଳା ବିରୋଧୀ ବ୍ୟବସ୍ଥାକୁ ମଧ୍ୟ ରାହୁଲ ସମାଲୋଚନା କରିଥିଲେ । ମୁଁ ଯେ କୌଣସି ମତବାଦକୁ ଗ୍ରହଣ କରିପାରେ ମାତ୍ର ବିଜେପି-ଆରଏସଏସ ମତବାଦକୁ ଗ୍ରହଣ କରି ପାରିବି ନାହିଁ । ଗାନ୍ଧୀଙ୍କ କଂଗ୍ରେସ କି ସଭରକର-ଗୋଡସେଙ୍କ ବିଜେପି ଓ ଆରଏସଏସ ତାହା ଆଜିର ସମାଜ ପାଇଁ ବଡ ପ୍ରଶ୍ନ ବୋଲି କହିଛନ୍ତି ରାହୁଲ । ବିଜେପି ନିଜକୁ ହିନ୍ଦୁ ଦଳ ବୋଲି କହୁଥିବା ବେଳେ ମହାତ୍ମା ଗାନ୍ଧୀ ଏକମାତ୍ର ମଣିଷ ଯିଏ ବିଗତ ୧୦୦-୨୦୦ ବର୍ଷ ମଧ୍ୟରେ ହିନ୍ଦୁ ଧର୍ମକୁ ସଠିକ ଭାବରେ ପାଳନ କରିଛନ୍ତି ।

Get real time updates directly on you device, subscribe now.