fbpx

ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଦଳ ଗିରଫ; ଛୁରୀ ଓ ପେଚକସରେ ଲୁଟୁଥିଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଗୋଟେ ଛୁରୀ,ଗୋଟେ ଛୋଟ ପେଚକସ ଓ ଏକ ପେନସିଲ ସାହାଯ୍ୟରେ କରୁଥିଲେ ଏଟିଏମ୍ ଲୁଟ । ଟାର୍ଗେଟ କରୁଥିଲେ ନିରୀହ ଲୋକଙ୍କୁ । ୨ ଜଣ ବାହାରେ ଜଗୁଥିଲେ ଆଉ ଦୁଇଜଣ ପଶୁଥିଲେ ଏ ଟି ଏମ୍ କାଉଣ୍ଟର୍ ଭିତରେ । ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟ କରୁଥିଲେ ହଜାର ହଜାର ଟଙ୍କା ।ଏପରି ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବରଗଡ଼ ପୋଲିସ ।ଗ୍ୟାଙ୍ଗ ର ୨ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ଦୁଇଜଣ ଖସି ପଳାଇଛନ୍ତି ।

ଗତ କିଛିଦିନ ହେବ ଓଡ଼ିଶାର ବାଲେଶ୍ଵର,ଭଦ୍ରକ,ପୁରୀ,କଟକ,ଖୋର୍ଦ୍ଧା, ଗଞ୍ଜାମ, ରାୟଗଡା,କଳାହାଣ୍ଡି ବ୍ରହ୍ମପୁର ,ବଲାଙ୍ଗୀର ଓ ବରଗଡ଼ ଆଦି ଅଞ୍ଚଳରେ ପ୍ରାୟ ୧୯ ରୁ ଅଧିକ ଏ ଟି ଏମ୍ ଲୁଟ କରି ଆତଙ୍କ ଖେଳାଇଦେଇଥିଲେ ଉତ୍ତରପ୍ରଦେଶ ର ୪ ଦୁର୍ବୁତ୍ତ ।ଏହି ୪ ଜଣ ଲୁଟେରା ଙ୍କ ମଧ୍ୟରୁ ଉତ୍ତରପ୍ରଦେଶ କାନପୁର ଜିଲ୍ଲା ଅନ୍ତର୍ଗତ ଶ୍ୟାମନଗର ଗ୍ରାମ ର ଅମୃତଲାଲ ଯାଦବଙ୍କ ପୁଅ ବିଜୟ ଯାଦବ ଓ ପଟେଲ ନଗର ର ଦିନେଶ୍ୱ କୁମାର ଙ୍କ ପୁଅ ଶେଖର ଓରଫ ଶ୍ୟାମଜି ଗୌତମ କୁ ବରପାଲି ଥାନା ଅନ୍ତର୍ଗତ ବିଜେପୁର ରୋଡ଼ ରେ ଥିବା ଛତାପଥର ନିକଟରୁ ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଉତ୍ତରପ୍ରଦେଶ ନମ୍ବର ଥିବା ଗୋଟିଏ ଧଳା ରଙ୍ଗର ଭର୍ଣ୍ଣା କାର,ଗୋଟିଏ ଭୁଜାଲି,ପେଚକସ,ଗୋଟିଏ ଛୁରୀ ,୩ ଟି ମୋବାଇଲ ସମେତ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ ।ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବରପାଲି ଥାନା ରେ ଗୋଟିଏ ମାମଲା ରଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିବା ବେଳେ ଅନ୍ୟ ଯେଉଁ ଜିଲ୍ଲା ମାନଙ୍କରେ ଏ ଟି ଏମ୍ ଲୁଟ ହୋଇଛି ସେ ଅଞ୍ଚଳ ର ଥାନା ମାନଙ୍କ ସହ ଯୋଗାଯୋଗ କରାଯାଇ ଏହି ଗ୍ୟାଙ୍ଗ ର ଅନ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟ ଶୀଘ୍ର ଗିରଫ କରାଯାଇବ ବୋଲି କହିଛନ୍ତି ବରଗଡ଼ ଏସ ପି ରାହୁଲ ଜୈନ ।

Get real time updates directly on you device, subscribe now.