fbpx

ରେଲୱେ କଲୋନୀ ଯୁବକ ହତ୍ୟା ମାମଲା; ସମସ୍ତ ଅଭିଯୁକ୍ତ ଗିରଫ

ରାଉରକେଲା (ଓଡ଼ିଶା ଭାସ୍କର): ରେଲୱେ କଲୋନୀରେ ଯୁବକଙ୍କୁ ନିର୍ମମ ଭାବେ ଗୁଳି ଓ ମରଣାନ୍ତକ ଆକ୍ରମଣ କରି ହତ୍ୟା ମାମଲାରେ ଆଉ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ପ୍ଲାଣ୍ଟସାଇଡ଼ ପୋଲିସ। ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ଜିତେନ୍ଦ୍ର ସାହା ନିଜ ଘର ପାଖରେ ବସିଥିବା ସମୟରେ ପୂର୍ବରୁ କିଛି ଅଭିଯୁକ୍ତ ଛପି ରହିଥିବା ବେଳେ ୩ଜଣ ଅଭିଯୁକ୍ତ ସ୍କୁଟିରେ ଆସି ଅତର୍କିତ ଭାବରେ ଜିତେନ୍ଦ୍ର ଙ୍କ ଉପରେ ଗୁଳି ଚାଳନା ସହ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ୪ ରାଉଣ୍ଡ ଗୁଳି ମାରିବା ସହ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଯେଉଁଥିରେ ତାଙ୍କ ହାତର ଆଙ୍ଗୁଳି ମଧ୍ୟ କଟିଯାଇଥିଲା। ଏବଂ ମୁର୍ମୁଶ ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ପୂର୍ବରୁ ପୋଲିସ ଦୁଇ ଜଣ ଅଭିଯୁକ୍ତ ଅମୀର ଖାଁ ଓ ସହଵାଜ ଓରଫ ଫୁକୁନି କୁ ଗିରଫ କରାଯାଇଥିଲା ଏବଂ ଆଜି ଆଉ ୪ ଜଣ ଅରମାନ କୁରେସି, ସୋହେଲ ଖାଁ, ଶମୀମ ଅହମଦ, ମହମ୍ମଦ ଅରବାଜ କୁ ଗିରଫ କରିଛି ପୋଲିସ। ଏକ ସାମ୍ବାଦିକ ସମ୍ମିଳନୀ କରି ରାଉରକେଲା ଏସପି ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଧାରୁଆ ଅସ୍ତ୍ର ଏବଂ ଦୁଇଟି ସ୍କୁଟି ଜବତ କରାଯାଇଛି

Get real time updates directly on you device, subscribe now.