fbpx

ସକାଳୁ କାହିଁକି ଖାଲି ପେଟରେ କଫି ପିଇବା ମନା, ହୋଇପାରେ ଅନେକ ସମସ୍ୟା

Advertisement

ଦୁନିଆରେ ବହୁତ ଲୋକ ଅଛନ୍ତି ଯିଏ ସକାଳୁ ଉଠିବା ମାତ୍ରେ ତାଙ୍କୁ ଥକାପଣ ଅନୁଭବ ହୋଇଥାଏ ବା ଉଠିବାକୁ ଇଛା ହୋଇନଥାଏ । ତେଣୁ ନିଦ ଭାଙ୍ଗିବା ପାଇଁ ବା ଆକ୍ଟିଭ ଅନୁଭବ କରିବା ପାଇଁ କଫି ସେବନ କରାଯାଇଥାଏ । କଫି ଢୋକେ ପିଇବା ମାତ୍ରେ ଫ୍ରେସ ଲାଗିବାକୁ ଆରମ୍ଭ କରିଥାଏ । ଏମିତି ମଧ୍ୟ ଲୋକ ଅଛନ୍ତି ଯିଏ ବିନା କଫିରେ ଦିନ ଆରମ୍ଭ କରିପାରନ୍ତି ନାହିଁ । ଆପଣ ଯଦି ସେହି ଲୋକ ମାନଙ୍କ ମଧ୍ୟରେ ଅନ୍ୟତମ ତେବେ ଆପଣ ନିଜ ଶରୀରକୁ କ୍ଷତି ପହଁଚାଉଛନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଖାଲି ପେଟରେ କଫି ପିଆଯାଏ ନାହିଁ ।

ଏମିତି ବହୁତ କାରଣ ଅଛି ଯାହାଦ୍ୱାରା ସକାଳେ ଖାଲି ପେଟରେ କଫି ପିଇବା ହାନିକାରକ ଅଟେ । ଖାସକରି ମହିଳା ମାନଙ୍କୁ ଖାଲିପେଟରେ କଫି ସେବନ କରିବା ଅନୁଚିତ । କଫି ଖାଲି ପେଟରେ ପିଇଲେ ଆମ ଶରୀରରେ ଥିବା କୋର୍ଟିସୋଲ ହରମୋନ୍ ଲେବୁଲ୍ ବଢିଯାଇଥାଏ ଯାହା ଓଭ୍ୟୁଲୋସନ, ଓଜନ ଏବଂ ହରମୋନ୍ସ ଉପରେ ଖରାପ ପ୍ରଭାବ ପକାଇଥାଏ । ସକାଳୁ ଷ୍ଟ୍ରେସ ହରମୋନର ଲେବୁଲ ଅଧିକ ରହିଥାଏ । କଫିନ ସେବନ ଦ୍ୱାରା କର୍ଟିସୋଲ ହରମୋନ କମିବା ଯାଗାରେ ବଢିଯାଏ ।

କର୍ଟିସୋଲ ହରମୋନ ଆମ ଶରୀର ପାଇଁ ଲାଭକାରୀ ଅଟେ । ଯଦି ଆପଣ ଷ୍ଟ୍ରେସରେ ଅଛନ୍ତି ତେବେ କୋର୍ଟିସୋଲ ହରମୋନ ଉପାôଦନ ଅଧିକ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ବ୍ଲଡ଼ ସୁଗାର ଲେବୁଲ ବଢି ଯାଇ ପାରେ, ଯାହା ଇନସୁଲିନ ହର୍ମୋନକୁ ବଢାଇପାରେ । ଶରୀରରେ କର୍ଟିସୋଲ ଅଧିକ ହେଲେ ଓଜନ ବୃଦ୍ଧି ହୋଇଥାଏ ଏବଂ ନିଦ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ ।

ଯେତେବେଳେ ଆମେ ରାତିରେ ଶୋଉଛୁ ସେତେବେଳେ ଆମକୁ ଶୋଷ ଲାଗିନଥାଏ । ତେଣୁ ଆମ ଶରୀରରେ ପାଣି ମାତ୍ରା ରାତିରେ କମିଯାଇଥାଏ । ସକାଳୁ ଆମକୁ ଖାଲି ପେଟରେ ପାଣି ପିଇବା ନିହାତି ଆବଶ୍ୟକ । ସେଥିପାଇଁ ସକାଳୁ ଉଠିବା ମାତ୍ରେ ୩ ରୁ ୪ ଗ୍ଲାସ ପାଣି ପିଇବା ପରେ ଚା, କଫି ବା ଯେକୌଣସି ଖାଦ୍ୟ ଖାଇବା ଆବଶ୍ୟକ ।

Get real time updates directly on you device, subscribe now.