ହିନ୍ଦୁସ୍ତାନ, ପାକିସ୍ତାନ ଏବଂ ଆଫଗାନିସ୍ତାନ ନାମ ଶେଷରେ କାହିଁକି ଲାଗିଛି ‘ସ୍ତାନ’, ଜାଣନ୍ତୁ

ଆପଣ ଜାଣିଛନ୍ତି କି, ହିନ୍ଦୁସ୍ତାନ, ପାକିସ୍ତାନ ଏବଂ ଆଫଗାନିସ୍ତାନ ନାମର ଶେଷରେ ‘ସ୍ତାନ’ କାହିଁକି ଲାଗୁଛି। ଆସନ୍ତୁ ଜାଣିବା..

ଓଡ଼ିଶା ଭାସ୍କର: ହିନ୍ଦୁସ୍ତାନ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଭଳି ଦେଶର ନାମରେ ‘ସ୍ତାନ’ ଶବ୍ଦର ବ୍ୟବହାର କାହିଁକି ହୋଇଛି ଆପଣ ଜାଣିଛନ୍ତି କି? ଏହି ଶବ୍ଦ କେବଳ ଦେଶର ନାମ ନୁହେଁ, ବରଂ ଇତିହାସ, ସଂସ୍କୃତି ଏବଂ ପରିଚୟ ସହ ମଧ୍ୟ ଜଡ଼ିତ। ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ..

‘ସ୍ତାନ’ ଶବ୍ଦର ଅର୍ଥ: ‘ସ୍ତାନ’ ଶବ୍ଦର ଅର୍ଥ ହେଉଛି, ସେହି ସ୍ଥାନ, ଯାହା କୌଣସି ବିଶେଷ ସମୁଦାୟ, ଜାତି ବା ସଂସ୍କୃତି ସହ ଜଡ଼ିତ। ଏହି ଶବ୍ଦ ସେହି ଦେଶଗୁଡ଼ିକ ନାମରେ ବ୍ୟବହାର ହୋଇଥାଏ, ଯେଉଁଥିରେ ଜଣାପଡିଥାଏ ଯେ, ସେହି ସ୍ଥାନ କୌଣସି ଜିନିଷ ସହ ସମ୍ବନ୍ଧିତ।

ଯେପରିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ହିନ୍ଦୁସ୍ତାନର ନାମରେ ‘ସ୍ତାନ’ ଯୋଡ଼ାଯାଇଛି। ପାକିସ୍ତାନରେ ପାକ ଶବ୍ଦର ଅର୍ଥ ଶୁଦ୍ଧ ଏବଂ ସ୍ତାନ ଶବ୍ଦର ଅର୍ଥ ଭୂମି। ସେହିପରି ଆଫଗାନିସ୍ତାନ ଶବ୍ଦର ଅର୍ଥ ‘ଆଫଗାନ ଲୋକଙ୍କ ଭୂମି’ ଏବଂ ହିନ୍ଦୁସ୍ତାନର ଅର୍ଥ ‘ହିନ୍ଦୁ ଲୋକଙ୍କ ଭୂମି’।

ଯେତେବେଳେ ଆମେ ଏହି ଦେଶଗୁଡ଼ିକର ନାମ ଶୁଣୁଛେ, ସେତେବେଳେ ‘ସ୍ତାନ’ ଶବ୍ଦ ଆମକୁ ଏହା କହିଥାଏ ଯେ, ସ୍ତାନ ବିଶେଷ ଭାବେ କୌଣସି ସମୁଦାୟ, ଜାତି ଏବଂ ସଂସ୍କୃତି ସହ ସମ୍ବନ୍ଧିତ ଏବଂ ସେଠାକାର ଲୋକେ ସେହି ସଂସ୍କୃତି ଏବଂ ସଭ୍ୟତାର ପ୍ରତିନିଧି ହୋଇଥାଆନ୍ତି।

ଏହି ଶବ୍ଦ ଦୁନିଆର ଅନେକ ଦେଶଗୁଡ଼ିକ ନାମରେ ଦେଖିବାକୁ ମିଳିଥାଏ ଏବଂ ତାହା ଦ୍ୱାରା ସେହି ସ୍ଥାନ କିଛି ଖାସ ସମାଜର ପରିଚୟକୁ ଦର୍ଶାଇଥାଏ।

ସ୍ତାନ ଶବ୍ଦ କେଉଁଠୁ ଆସିଛି: ସ୍ତାନ ଶବ୍ଦ ପାର୍ସୀଆନ ଭାଷାରୁ ଆସିଛି। ଏହାର ଅର୍ଥ ଜାଗା ବା ସ୍ଥାନ। ଏହି ଶବ୍ଦ ସଂସ୍କୃତର ସ୍ତାନ ଶବ୍ଦରୁ ଉଦ୍ଧୃତ କରାଯାଇଛି, ଯାହାର ଅର୍ଥ ସ୍ଥାନ। ପାର୍ସୀଆନରେ ଏହି ଶବ୍ଦ କୌଣସି ବିଶେଷ ସ୍ଥାନ ବା ଅଞ୍ଚଳକୁ ବୁଝାଇବା ଲାଗି ବ୍ୟବହାର କରାଯାଇଥାଏ।

ସମୟ ସହ, ଏହି ଶବ୍ଦ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ପ୍ରସାରିତ ହୋଇଛି ଏବଂ ଖାସକରି ମଧ୍ୟ ଭାଗ ଏବଂ ଦକ୍ଷିଣ ଏସିଆରେ ବ୍ୟବହୃତ ହୋଇଛି। ଏହି କାରଣ ପାଇଁ ହିନ୍ଦୁସ୍ତାନ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଭଳି ଦେଶଗୁଡ଼ିକ ନାମରେ ସ୍ତାନ ଜଡ଼ିତ ରହିଛି।