fbpx

ସେକ୍ସ ସମୟରେ ପାର୍ଟନରକୁ ନଜଣାଇ କଣ୍ଡୋମ ଅପସାରଣ କରିବା ଅପରାଧ! ଏହାପାଇଁ କଣ ରହିଛି ଆଇନ ଜାଣନ୍ତୁ…

ନୂଆଦିଲ୍ଳୀ:ଭାରତର ସବୁଠାରୁ ବଡ ସମସ୍ୟା ହେଉଛି ଜନସଂଖ୍ୟା ବୃଦ୍ଧି, ଯାହାକୁ ରୋକିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ ଚିନ୍ତାର ବିଷୟ । ଯେତେ ବେଳେ ଆମେ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଲଗାଇବା ଉପରେ କହୁଛନ୍ତି ସେତେବେଳେ ଆମେ ଏହାକୁ କିପରି ରୋକା ଯାଇ ପାରିବ ସେହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ଭାରତରେ ସେକ୍ସ ଏକ ବଡ ଟାବୁ କହିଲେ ଭୁଲ ହେବ ନାହିଁ । କାରଣ ଏଯାବତ ଯୌନ ସମ୍ପର୍କ ଏହା ଉପରେ ଉଚିତ ଜ୍ଞାନ ଦିଆଯାଉ ନାହିଁ । ଏହା ସହିତ ଜଡିତ ଅନେକ କଥା ରହିଛି ଯାହାକୁ ବର୍ତ୍ତମାନ ସୁଦ୍ଧା ଭାରତର ବହୁ କମ ଲୋକ ଜାଣନ୍ତି। ଏହା ଉପରେ ବହୁତ କମ ଆଲୋଚନା ମଧ୍ୟ ହେଇଥାଏ ।

ତେବେ ଏହା ଭିତରେ ଷ୍ଟେଲଥିଙ୍ଗ ଏଭଳି ଏକ କାର୍ଯ୍ୟ ଯାହା ଆଇନ ହିସାବରେ ଭୁଲ ଅଟେ । ଯାହାକୁ ନେଇ ପୁରୁଷଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ତେବେ ଷ୍ଟେଲଥିଙ୍ଗ କଣ ଆସନ୍ତୁ ଜାଣିବା ଯାହାକୁ ନେଇ ଅନ୍ୟ ଦେଶ ଯେପରି ୟୁଏସ,ୟୁକେ,ଜର୍ମାନୀ,ନ୍ୟୁଜଲ୍ୟାଣ୍ଡ ଭଳି ଦେଶରେ କାହିଁକି କଡା ଆଇନ ମଧ୍ୟ ପ୍ରଣୟନ କରାଯାଇଛି ।

ସେକ୍ସ କରୁଥିବା ସମୟରେ ମୁଖ୍ୟତଃ ପୁରୁଷ ମାନେ କଣ୍ଡମର ବ୍ୟବହାର କରିଥାଆନ୍ତି । ଯାହାକି ତାଙ୍କର ସହକର୍ମୀଙ୍କୁ ଏଚଆଇଭି, ଏସଟିଆଇ,ଗର୍ଭବତୀ ଭଳି ଅନେକ ସମସ୍ୟା ସୃଷ୍ଟି କରିବାରୁ ବଞ୍ଚିତ କରିଥାଏ । କିନ୍ତୁ ଯଦି ଜଣେ ପୁରୁଷ ସଂଭୋଗ କରୁଥିବା ସମୟରେ ମହିଳାଙ୍କୁ ନ ଜଣାଇ ପ୍ରୋଟେକ୍ସନ(କଣ୍ଡୋମ) କାଢ଼ି ଦିଅନ୍ତି କିମ୍ବା ଜାଣି ଜାଣି ମହିଳାଙ୍କୁ ଗର୍ଭବତୀ କରାଇବାକୁ କିମ୍ବା ଅନ୍ୟ ରୋଗ ବିସ୍ତାର କରିବା ପାଇଁ କିଛି କାର୍ଯ୍ୟ କରନ୍ତି ତେବେ ଏହାକୁ ଷ୍ଟେଲଥିଙ୍ଗ ବୋଲି କୁହାଯାଏ । ଯାହାକି ଏକ ଅପରାଧ ଅଟେ । କ୍ରିମିନାଲ ଆକ୍ଟ ଜରିଆରେ ଆପଣଙ୍କୁ ଏଥିପାଇଁ ଜେଲ ମଧ୍ୟ ହୋଇପାରେ।

କିନ୍ତୁ ଚିନ୍ତାର ବିଷୟ ହେଉଛି ଭାରତରେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ପାରିତ କରାଯାଇ ନାହିଁ । ଏହା ସହିତ ବହୁ ଭାରତୀୟ ଏହା ବିଷୟରେ ଜାଣି ମଧ୍ୟ ନଥିବେ । କାରଣ ଭାରତାରେ ଏହା ସବୁ ଉପରେ ଆଲୋଚନା ବହୁତ କମ ହୋଇଥାଏ ତେଣୁ ଏହାକୁ ନେଇ ଆଇନ ପ୍ରଣୟନ କରିବା ତ ବହୁ ଦୁର କଥା ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । କିନ୍ତୁ ଅନ୍ୟ ଦେଶରେ ୨୦୧୮ରୁ ଏହା ଉପରେ କଢ଼ା ଆଇନ ରହିଛି ।
ତେବେ ଷ୍ଟେଲଥିଙ୍ଗ ଦ୍ୱାରା କେଉଁ ସମସ୍ୟା ହୋଇଥାଏ, ଜାଣନ୍ତୁ
ଯୌନ ସମ୍ପର୍କ ସମୟରେ ଗୁପ୍ତରେ କଣ୍ଡୋମ ବାହାର କରିବା କେବଳ ଶାରୀରିକ ଭାବରେ କ୍ଷତିକାରକ ନୁହେଁ ବରଂ ଏହା ମାନସିକ ପ୍ରଭାବ ମଧ୍ୟ ଦେଇପାରେ।

ଏହାଦ୍ୱାରା କଣ ହେଇପାରେ :
ଏଚ୍.ଆଇ.ଭି. ଆଶଙ୍କା।
ଯୌନ ସଂକ୍ରମଣ(STD) ରୋଗ ବୃଦ୍ଧି ପାଇଥାଏ।
ଅବାଞ୍ଛିତ ଗର୍ଭଧାରଣ ସମ୍ଭାବନା ।
ସମ୍ମାନ ଏବଂ ସ୍ବାଧୀନତାର ଘୋର ଉଲ୍ଲଂଘନ ।
ପୀଡିତାର ଶାରୀରିକ ସସ୍ଥିତି ପାଇଁ ବିପଦ ।
ବର୍ଷ ବର୍ଷ ଧରି ମାନସିକ ଆଘାତରେ ରହିବା ।
ବିଶ୍ୱାସଘାତକତା ଆଦି ବହୁତ ରହିଛି ।

ଭାରତରେ ଏହାକୁ ନେଇ କୌଣସି ଠୋସ ଆଇନ ନାହିଁ । ଯାହା ଦ୍ୱାରା ଏହା ବିଷୟରେ ଖୁବ କମ ଅବଗତ ଅଛନ୍ତି । ତେଣୁ ଏହାକୁ ସରକାର ଦୃଷ୍ଟି ଦେବା ସହିତ ଏହା ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବା ଆବଶ୍ୟକ । ଏହା ବାଦ ଲୋକମାନଙ୍କ ଭିତରେ ସଚେତନତା ବାଣ୍ଟିବା ଆବଶ୍ୟକ । ନହେଲେ ଭାରତରେ ଏହା ଦ୍ୱାରା ଶୀକାର ହେଉଥିବା ମହିଳା ମାନେ ଏହାର ଶୀକାର ହେଇ ଚାଲିଥିବେ ।

Get real time updates directly on you device, subscribe now.