fbpx

ମୁଖ୍ୟ ଦ୍ୱାରରେ କାହିଁକି ଲେଖା ହୁଏ ଶୁଭ ଲାଭ ? ଜାଣନ୍ତୁ ଏହାର ଅର୍ଥ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀ ଗଣେଶଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚିତ କରାଯାଇଛି । ଶ୍ରୀ ବିଘ୍ନହର୍ତ୍ତା ହେଉଛନ୍ତି ଶୁଭତାର ପ୍ରତୀକ । ସେହି କ୍ରମରେ ଏକ ଶୁଭ ଚିହ୍ନ ହେଉଛି ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ । ସକାରାତ୍ମକ ଉର୍ଜ୍ଜାରେ ଭରା ଏହି ଚିହ୍ନ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ଘରର ମୁଖ୍ୟ ଦ୍ୱାରରେ ଏହି ଭଳି ଶୁଭ ଚିହ୍ନ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଅନେକ ବ୍ୟବସାୟୀକ ଦେକାନରେ ମଧ୍ୟ ଏପରି ଚିହ୍ନ ଦେଖିବାକୁ ମିଳିଥାଏ । ଏହା ଘରେ ପ୍ରବେଶ କରୁଥିବା ନକାରାତ୍ମକ ଶକ୍ତିକୁ ଦୂରେଇ ରଖେ ।

କ’ଣ ପାଇଁ ଏପରି ଲେଖା ହୁଏ ?

ପୌରାଣିକ କଥା ଅନୁଯାୟୀ ପ୍ରଜାପତି ବିଶ୍ୱକର୍ମାଙ୍କ ଦୁଇ ପୁତ୍ରୀ ରିଦ୍ଧି ଏବଂ ସିଦ୍ଧି ସହ ଶ୍ରୀ ଗଣେଶଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଦେବୀ ରିିଦ୍ଧିଙ୍କ ପୁତ୍ର ‘ଶୁଭ’ ହୋଇ ଥିବାବେଳେ ସିଦ୍ଧିଙ୍କ ପୁତ୍ର ହେଉଛନ୍ତି ‘ଲାଭ’ । ଅପରପକ୍ଷଷର ରିଦ୍ଧି ଏବଂ ସିଦ୍ଧି ଶବ୍ଦର ଅର୍ଥ ହେଉଛି ଶୁଭ ଏବଂ ଲାଭ । ତେଣୁ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିତ ଚିହ୍ନ ଆଙ୍କି ଶୁଭ ଲାଭ ଲେଖିବା ଦ୍ୱାରା ଘରର ସୁଖ ସମୃଦ୍ଧି ଓ ଶାନ୍ତି ବୃଦ୍ଧି ହେବା ସହ ଶ୍ରୀ ଗଣେଶଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହି ଶୁଭ ଲାଭ ସିନ୍ଦୁର ବା କୁମକୁମରେ ଲେଖା ହୋଇଥାଏ ।

 

ଶୁଭ ଲେଖିବାର ଅର୍ଥ

ଶୁଭ ଲେଖିବା ଦ୍ୱାରା ଆମେ ଭଗବାନଙ୍କୁ ପ୍ରାର୍ଥନା କରିଥାଉ କି ଯେଉଁ ସବୁ ସାଧନ ଦ୍ୱାରା ଆମକୁ ଧନ, ସମ୍ପତ୍ତି, ଯଶ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛି ତାହାର ଉତ୍ସ ବଜାୟ ରହୁ ।

ଲାଭ ଲେଖିବାର ଅର୍ଥ

ଲାଭ ଲେଖିବା ଦ୍ୱାରା ଆମେ ଭଗବାନଙ୍କୁ ପ୍ରାର୍ଥନା କରିଥାଉ କି ଘରର ଆୟରେ ସବୁବେଳେ ବୃଦ୍ଧି ହେଉଥାଉ । ଶ୍ରୀ ଗଣେଶଙ୍କ କୃପାଦୃଷ୍ଟି ସବୁବେଳେ ବ୍ୟବସାୟ ଏବଂ ଆୟ ଉପରେ ରହୁ ।
ଏହା ବ୍ୟତୀତ ସ୍ୱସ୍ତିକ ଚିହ୍ନକୁ ଶ୍ରୀ ଗଣେଶଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି । ତେଣୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଘରର ମୁଖ୍ୟ ଦ୍ୱାରରେ ଶୁଭ ଲାଭ ଏବଂ ସ୍ୱସ୍ତିକ ଚିହ୍ନ ଆଙ୍କିବାକୁ ଭୁଲିବେ ନାହିଁ ।

Get real time updates directly on you device, subscribe now.