fbpx
BJD SKY
BJD SKY

ବହୁ ଚେଷ୍ଟା ପରେ ମଧ୍ୟ ପକେଟରେ ରହୁନାହିଁ ଧନ! ତେବେ ଆଜି ହିଁ କରନ୍ତୁ ଏହି ଉପାୟ, ହେବ ମା’ ଲକ୍ଷ୍ମୀଙ୍କର ଅଶେଷ କୃପା

BJD

ପ୍ରତ୍ୟେକ ବ୍ୟକ୍ତି ସାରା ଦିନ ପରିଶ୍ରମ କରିଥାନ୍ତି ଏବଂ ଏହି ପ୍ରୟାସ କରିଥାନ୍ତି କି କୌଣସି ପ୍ରକାରେ ଭଲ ରୋଜଗାର ହେଉ । କିନ୍ତୁ ଏହା ବହୁ ପରିଶ୍ରମ ପରେ ମଧ୍ୟ ଆପଣଙ୍କ ଘରେ ଧନ ରହିନଥାଏ । କୌଣସି ନା କୌଣସି ଉପାୟରେ ଏହା ଖର୍ଚ୍ଚ ହୋଇଯାଇଥାଏ । ତେବେ ଆପଣଙ୍କର ଏକ ଛୋଟ ଅଭ୍ୟାସ ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇ ପାରିବ । ଅନେକ ସମୟରେ ଏପରି ହୋଇଥାଏ ଯେ ବ୍ୟକ୍ତି ଅନେକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଅର୍ଥ ସ୍ଥିର ହୋଇ ରହିନଥାଏ । ପ୍ରତି ମାସ ଶେଷ ବେଳକୁ ସେମାନଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡ଼ିଥାଏ ।

ତେବେ ଏକ ଛୋଟ ଉପାୟ କରିବା ଦ୍ୱାରା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ । ଏହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ହେବା ଦ୍ୱାରା ଆପଣଙ୍କ ଅର୍ଥ ସହଜରେ ଖର୍ଚ୍ଚ ହେବନାହିଁ । ଏହା ସହିତ ଆପଣଙ୍କ ଘରେ ଧନର ଆଗମନ ମଧ୍ୟ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ତୁଳସୀ ଗଛର ବେଶ ମହତ୍ତ୍ୱ ରହିଛି । କୁହାଯାଇଥାଏ ଯେ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘର ବେଶ ପବିତ୍ର ହୋଇଥାଏ । ତେଣୁ ଲୋକମାନେ ପ୍ରତ୍ୟେକ ଦିନ ନିଜ ଘରେ ତୁଳସୀ ପୂଜା କରିଥାନ୍ତି । ତେବେ କେବଳ ତୁଳସୀ ଗଛ ହିଁ ନୁହେଁ ଏହାର ଚେର ମଧ୍ୟ ବେଶ ଚମକ୍ରାରୀ ହୋଇଥାଏ । ଏପରିକି ଏହାର ଅନେକ ଉପାୟ ମଧ୍ୟ ରହିଛି । ତେବେ ଏହି ତୁଳସୀଚେରକୁ ବ୍ୟବହାର କରି ଆପଣ ନିଜ ଧନକୁ ବଞ୍ଚାଇବା ସହିତ ନିଜର ଆୟର ସ୍ରୋତକୁ ମଧ୍ୟ ବଢ଼ାଇପାରିବେ ।

ତେବେ ଯଦି ଆପଣଙ୍କ ଘରେ ଆପଣଙ୍କ ଆଲମାରୀରେ ଟଙ୍କା ରହୁନାହିଁ କିମ୍ବା ଫାଲତୁ ଖର୍ଚ୍ଚ ହୋଇଯାଉଛି ତେବେ ତୁଳସୀ ଚେର ଏହାର ସମାଧାନ ପାଇଁ ବେଶ ଲାଭଦାୟକ । ତେବେ ତୁଳସୀ ଚେରକୁ ଏକ ଲାଲ କପଡ଼ାରେ ବାନ୍ଧି ଘରର ଆଲମିରାରେ ରଖିଦିଅନ୍ତୁ କିମ୍ବା ଆପଣଙ୍କର ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ତେବେ ଏହା ଦ୍ୱାରା ଆପଣଙ୍କର ଅର୍ଥ ଅଯଥା ଖର୍ଚ୍ଚ ହେବନାହିଁ । ତେବେ ପ୍ରଥମେ ସ୍ନାନ କରି ତୁଳସୀ ପତ୍ର ଏବଂ ଚେରକୁ ଗଙ୍ଗାଜଳରେ ଧୋଇ ଏକ ସଫା ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ।

ଏହା ପରେ ଏହାକୁ ବିଧିବଧ ଭାବରେ ପୂଜାର୍ଚ୍ଚନା କରି ନିଜର ଆଲମିରା ବା ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ଏହା ସହିତ ଯଦି ଏହି ଚେରକୁ ଆପଣ ହଳଦିଆ କପଡ଼ାରେ ବାନ୍ଧି ରଖୁଛନ୍ତି ତେବେ ଏହା ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ନାଶ କରିଥାଏ । ତେବେ ଏଥିପାଇଁ କେବଳ ତୁଳସୀ ଚେରକୁ ଏକ ହଳଦିଆ କପଡ଼ାରେ ବାନ୍ଧି ଘରର ମୁଖ୍ୟଦ୍ୱାରରେ ରଖିଦିଅନ୍ତୁ ।

Get real time updates directly on you device, subscribe now.