fbpx
BJD SKY
BJD SKY

ଧମାକାଦାର ବିଜୟ ପରେ ବି ଟିମ୍ ଇଣ୍ଡିଆ ପାଳିଲା ନାହିଁ ଦୀପାବଳି ଉତ୍ସବ, ଏମିତି କଣ କହିଲେ ଦ୍ରାବିଡ-ରୋହିତ

BJD
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ରବିବାର ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ବହୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୋମାଞ୍ଚମକର ଭରପୁର ଏହି ମୁକାବିଲା କ୍ରିକେଟ୍ ପ୍ରେମୀଙ୍କ ନିଃଶ୍ଵାସକୁ ଅଟକାଇ ଦେଇଥିଲା। ଏତେ ବଡ ବିଜୟ ଭାରତୀୟଙ୍କ ପାଇଁ ବଡ ଦୀପାବଳି ଉପହାର ଥିଲା। ଆଉ ପ୍ରତ୍ୟେକ ଭାରତୀୟ ଉଲ୍ଲାସର ସହ ଦୀପାବଳି ପାଳନ କରିଛନ୍ତି। ବିଜୟ ପରେ କୁହାଯାଉଥିଲା ଯେ, ଭାରତୀୟ ଦଳ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିବେ। ମାତ୍ର ଏମିତି ହୋଇନଥିଲା।
ଉଲ୍ଲେଖନୀୟ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ ପ୍ରଥମରୁ ଖେଳାଳିଙ୍କୁ ଜଣାଇ ଦେଇଥିଲେ ଯେ, ପାକିସ୍ତାନ ବିପକ୍ଷରେ ମିଳିଥିବା ବିଜୟକୁ ଆମେ ବଡଧରଣରେ ଉତ୍ସବ ପାଳନ କରିବା ନାହିଁ। ଏହା ପୂର୍ବରୁ କୁହାଯାଉଥିଲା ଯେ, ଭାରତୀୟ ଦଳ ଦୀପାବଳି ପାର୍ଟି ପାଇଁ ବଡ ଯୋଜନା କରିଛି। ଏପରିକି ଆଶା କରାଯାଉଥିଲା ଯେ, କ୍ରିକେଟର ପତ୍ନୀ ଏବଂ ପିଲାମାନେ ମଧ୍ୟ ପାର୍ଟିରେ ସାମିଲ୍ ହେବେ। କିନ୍ତୁ ଏସବୁ ପରିବର୍ତ୍ତେ ସମସ୍ତ ଖେଳାଳି ଏବଂ ସହାୟକ ଷ୍ଟାଫ ସିଡନୀ ପହଞ୍ଚିବା ପରେ ନିଜ ପରିବାର ସହିତ ଡିନର କରିବାକୁ ଚାଲି ଯାଇଥିଲେ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ବରିଷ୍ଠ ଖେଳାଳିଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା ଯେ, ଆମକୁ ଏହି ବିଜୟରେ ଅତି ଉତ୍ସାହିତ ହେବାର ନାହିଁ। ଆମକୁ ଆହୁରି ବଡ ଲକ୍ଷ୍ୟ ହାସଲ କରିବା ବାକି ରହିଛି।
ତେବେ ସିଡନୀରେ ଭାରତୀୟ ବାଣିଜ୍ୟିକ ଦୂତାବାସ ଭାରତୀୟ ଦଳ ପାଇଁ ଗ୍ରାଣ୍ଡ ଦୀପାବଳି ରାତ୍ରଭୋଜନର ଆୟୋଜନ କରିଥିଲା। ଏପରିକି ସିଡନୀରେ ଦୀପାବଳିକୁ ନେଇ ଭବ୍ୟ ସାଜସଜା କରାଯାଇଥିଲା। ମାତ୍ର ବରିଷ୍ଠ ଖେଳାଳିଙ୍କ ପରାମର୍ଶକ୍ରମେ ଦଳର ବାକି ସଦସ୍ୟ ବଡ ପାର୍ଟିରୁ ଦୂରେଇ ରହିଥିଲେ ଏବଂ ସିଡନୀ ପହଞ୍ଚିବା ପରେ ନିଜ ନିଜ ହିସାବରେ ରହିଥିଲେ। ପାକିସ୍ତାନ ବିପକ୍ଷ ବିଜୟ ପରେ ଖେଳାଳିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥାଏ। ବିଜୟ ପରେ ଖେଳାଳି କୌଣସି କେକ୍ ବି କାଟିନଥିଲେ। ବରଂ ସମସ୍ତେ ସିଧାସଳଖ ହୋଟେଲ୍ ରୁମକୁ ଚାଲି ଯାଇଥିଲେ।

Get real time updates directly on you device, subscribe now.