fbpx
BSKY SKY
BSKY SKY

IRCTC ଲଞ୍ଚ କଲା କଶ୍ମୀର ଟୁର୍ ପ୍ୟାକେଜ, ଭୁବନେଶ୍ୱରରୁ ଆରମ୍ଭ ହେବ ଫ୍ଲାଇଟ୍

BSKY

ନୂଆଦିଲ୍ଲୀ: ବୁଲିବାକୁ କାହାକୁ ଭଲ ଲାଗେ ନାହିଁ । ଅନେକ ଲୋକ ସୁନ୍ଦର ସୁନ୍ଦର ସ୍ଥାନ ଭ୍ରମଣ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ନିକଟରେ ଭାରତର ସ୍ୱର୍ଗ କୁହାଯାଉଥିବା କଶ୍ମୀର ବୁଲିବା ପାଇଁ ଏକ ଭଲ ଟୁର୍ ପ୍ୟାକେଜ ଲଞ୍ଚ କରାଯାଇଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ତରଫରୁ ପର୍ଯ୍ୟଟକଙ୍କ ପାଇଁ ଏକ ସୁବିଧା ଅଣାଯାଇଛି । ଏହି ପ୍ୟାକେଜ ମାଧ୍ୟମରେ ଆପଣମାନେ କଶ୍ମୀର ସହିତ ଅନେକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିପାରିବେ ।

ଏହି ଟୁର୍ ପ୍ୟାକେଜର ନାମ ରହିଛି ‘କଶ୍ମୀର- ହେଭେନ୍ ଅନ୍ ୟାର୍ଥ ଏକ୍ସ ଭୁବନେଶ୍ୱର’ । ଏହି ପ୍ୟାକେଜ ଯାତ୍ରା ୫ ରାତି ଓ ୬ ଦିନ ରହିବ । ନଭେମ୍ବର ୩ ତାରିଖରୁ ଏହାର ଯାତ୍ରା ଆରମ୍ଭ ହେବ । ଭୁବନେଶ୍ୱର ଏୟାରପୋର୍ଟରୁ ୭.୫୫ ସମୟରେ ଫ୍ଲାଇଟ୍ ଉଡ଼ାଣ ଭରିବ । ପ୍ୟାକେଜର ପ୍ରଥମ ଓ ଦ୍ୱିତୀୟ ଦିନରେ ଶ୍ରୀନଗର ବୁଲିବାର ସୁଯୋଗ ମିଳିବ । ଏହାପରେ ତୃତୀୟ ଦିନରେ ଶ୍ରୀନଗରରୁ ଗୁଲମର୍ଗ ଯାତ୍ରା କରି ସନ୍ଧ୍ୟାରେ ଶ୍ରୀନଗର ଫେରିବାକୁ ପଡ଼ିବ ।

ଏହି ପ୍ୟାକେଜରେ ବୁକିଂ କଲେ ଆପଣଙ୍କର ଯିବା ଆସିବା, ହୋଟେଲ ରହଣି, ଏକଦିନର ହାଉସ ବୋଟ ଷ୍ଟେ ଆଇଆରସିଟିସି ଦ୍ୱାରା କରାଯିବ । ଏଥିସହିତ ଆପଣଙ୍କର ଟ୍ରାଭେଲ ଇନସ୍ୟୁରାନ୍ସ ମଧ୍ୟ କରାଯିବ । ଜଣେ ବ୍ୟକ୍ତି ପାଇଁ ଏହି ପ୍ୟାକେଜରେ ୪୦,୮୬୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସେହିପରି ଦୁଇଜଣଙ୍କ ପାଇଁ ବୁକିଂ କଲେ ଜଣେ ବ୍ୟକ୍ତି ପିଛା ୩୨,୮୯୦ ଟଙ୍କା, ତିନି ଜଣଙ୍କ ପାଇଁ ବୁକିଂ କଲେ ଜଣେ ବ୍ୟକ୍ତି ପିଛା ୨୯,୨୪୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ୟାକେଜ ପାଇଁ ବୁକିଂ କରିବାକୁ ଆପଣମାନେ ଆଇଆରସିଟିସିର ଅଫିସିଆଲ ୱେବସାଇଟ୍ irctctourism.comକୁ ଯାଇ ବୁକିଂ କରିବା ସହିତ ସବିଶେଷ ତଥ୍ୟ ପାଇପାରିବେ ।

Get real time updates directly on you device, subscribe now.