fbpx
BSKY
BJD MC SKY
BJD YOUTH SKY

ବିଚିତ୍ର ଏହି ଫୁଲ; ଫୁଟିବା ପରେ ଦେଖାଯାଏ ନବଜାତ ଶିଶୁ

ସମଗ୍ର ଦୁନିଆରେ ବିଭିନ୍ନ ପ୍ରକାର ଜୀବଜନ୍ତୁ , ପଶୁ-ପକ୍ଷୀ ଏବଂ ଫୁଲ ଫଳ ଆଦି ଅନେକ ଜିନିଷ ରହିଛି । ସେଥିମଧ୍ୟରୁ ଏପରି ବି କିଛି ବିଚିତ୍ର ଜିନିଷ ଅଛି ଯାହାକୁ ଦେଖିଲେ ବିଶ୍ୱାସ କରିହେବ ନାହିଁ । ତେବେ ଆମେ ଆଜି ଆପଣଙ୍କୁ ସେହିଭଳି ଏକ ଫୁଲ ବିଷୟରେ କହିବାକୁ ଯାଉଛି । ଯହାକି ଫୁଟିବା ପରେ କପଡାରେ ଗୁଡାଇ ହୋଇଥିବା ଏକ ନବଜାତ ଶିଶୁପରି ଦୃଶ୍ୟମାନ ହୁଏ ।

 

ତେବେ ରିପୋର୍ଟ ଅନୁଯାୟୀ, ଆଙ୍ଗୁଲୋ ୟୁନିଫ୍ଲୋରା ଅର୍କିଡ୍ ଏପରି ଏକ ପ୍ରଜାତିର ଫୁଲ ଯାହା ଫୁଟିବା ପରେ ଏକ ନବଜାତ ଶିଶୁ ଶୋଇଥିବା ପରି ଦେଖାଯାଇଥାଏ । । ତେବେ ଫୁଲ ଫୁଟିବା ପରେ ଏହାକୁ ଯେକୌଣସି କୋଣରୁ ଦେଖିଲେ ବି ଏହା ସେହିପରି ହିଁ ଦେଖାଯିବ । ଏହି ଫୁଲଟି ପ୍ରଥମେ ଚିଲି ଏବଂ ପେରୁରେଦେଖିବାକୁ ମିଳିଥିଲା । ଏହାକୁ ବଟାନିଷ୍ଟ ଆଣ୍ଟୋନିଓ ପାଭନ୍ ଜି ଜିମେନେଜ୍ ଏବଂ ହିପୋଲିଟୋ ରୁଇଜ୍ ଲୋପେଜ୍ ଖୋଜି ବାହାର କରିଥିଲେ । ତେବେ ଏହି ଆଙ୍ଗୁଲୋ ୟୁନିଫ୍ଲୋରା ଅର୍କିଡ୍ କୁ ଖୋଜି ବାହାର କରିବାକୁ ସେମାନଙ୍କୁ ୧୭୭୭ମସିହାରୁ ୧୭୮୮ ମସିହା ଅର୍ଥାତ୍ ଦଶ ବର୍ଷ ସମୟ ଲାଗିଗଲା । ତେବେ ଏହି ଫୁଲର ନାମ ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ଡନ୍ ଫ୍ରାନ୍ସିସ୍କୋ ଡି ଆଙ୍ଗୁଲୋଙ୍କ ନାମରେ ନାମକରଣ କରାଯାଇଛି ।

ତେବେ ଏହି ଫୁଲ ସାଧାରଣତଃ କଲମ୍ବିଆ, ଭେନେଜୁଏଲା ଏବଂ ଇକ୍ୟୁଏଡରର ଆଣ୍ଡେସ୍ ପର୍ବତରେ ଦେଖିବାକୁ ମିଳିଥାଏ । ଲୋକମାନେ ଏହାକୁ ଟ୍ୟୁଲିପ୍ ଅର୍କିଡ୍ ମଧ୍ୟ କୁହନ୍ତି । ଏହା ଅର୍କିଡର ଏକ ଛୋଟ ପ୍ରଜାତି, ଯାହାର ଲମ୍ବ ମାତ୍ର ୧୮ ରୁ ୨୪ ଇଞ୍ଚ ହୋଇଥାଏ । ଏହାର ଫୁଲଗୁଡ଼ିକ ଫୁଟୁଥିବା ସମୟରେ ଏଅକ ବଲ ପରି ଦେଖାଯାଏ ଏବଂ ଏହା ବହୁତ ଜଟିଳ ଆକୃତିର ହୋଇଥାଏ । ତେବେ ଏହି ଫୁଲଗୁଡିକ ଧଲାରଙ୍ଗର ହୋଇଥିବା ବେଳେ ଏହା ବସନ୍ତ ଋତୁରେ ଫୁଟିଥାଏ । ଏତତ୍ ବ୍ୟତୀତ ଏହାର ସୁଗନ୍ଧ ବହୁତ ଭଲ ହୋଇଥାଏ । ତେବେ ଏହି ଫୁଲଗୁଡିକ ଅତ୍ୟଧିକ ଆର୍ଦ୍ର ସ୍ଥାନରେ ବଢିଥାଏ ।

ଦୁନିଆରେ ପ୍ରାୟ ୧୩ ଟି ପ୍ରଜାତିର ଏହି ଟ୍ୟୁଲିପ୍ ଅର୍କିଡ୍ ଅଛି । ଏଗୁଡିକ ବ୍ୟତୀତ, ହାଇବ୍ରିଡ୍ ଉତ୍ପାଦନର ଚାରୋଟି ଅର୍କିଡ୍ ସୃଷ୍ଟି କରାଯାଇଛି । ତେବେ ହାଇବ୍ରିଡ୍ ଗୁଡିକ ବଣ ଜଙ୍ଗଲରେ ଦେଖାଯାଏ ନାହିଁ । କିନ୍ତୁ ଅବଶିଷ୍ଟ ୧୩ ଟି ପ୍ରଜାତି ଜଙ୍ଗଲରେ ଦେଖାଯାଏ ।

Get real time updates directly on you device, subscribe now.