fbpx

ଛାତ୍ର ବେକରେ ଜାଭେଲିନ୍ ଫସିବା ଘଟଣା; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

AAKASH

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲିଥିବା ବେଳେ ଏକ ଛାତ୍ର ବେକରେ ଜାଭେଲିନ୍ ଫଶିଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜକୁ ନେବା ସହ ଚିକିତ୍ସା କରାଯାଇଛି । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଛାତ୍ର ସଦାନନ୍ଦର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଏଥିସହିତ ତାର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଫୋନ କରି ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍କୁଲରେ ବାର୍ଷିକ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି । ଯେଉଁଥିରେ ସେହି ସ୍କୁଲର ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଦେଖାଇବା ସହ ଆଗାମୀ ଦିନରେ ଏହାଠାରୁ କିପରି ଅହୁରୀ ଭଲ ଖେଳିପାରିବେ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ ଏହାରୀ ମଧ୍ୟରେ ବଲାଙ୍ଗିର ଏକ ହାଇ ସ୍କୁଲରରେ ବାର୍ଷିକ କ୍ରୀଡା ମହେତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି । ଯାହାକି ସାରା ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲୁଥିବା ସମୟରେ ଏକ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଜାଭେଲିନ୍ ଫିଙ୍ଗିଥିଲା । ଫଳରେ ତାହା ଛାତ୍ର ଜଣଙ୍କ ବେକରେ ପଶିଯାଇଛି । ତେବେ ଛାତ୍ରଜଣଙ୍କ ନାମ ସଦାନନ୍ଦ ମେହେର ବୋଲି ଜଣା ପଡିଥିବା ବେଳେ ତାକୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏଥିସହିତ ତା ବେକରୁ ଜାଭେଲିନେ୍ ବାହାର କରାଯିବା ସହ ତାର ଚିକିତ୍ସା ଚାଲିଛି । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାନନ୍ଦ ମେହେରର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

Get real time updates directly on you device, subscribe now.