fbpx

ଫିଲ୍ମ ଆରମ୍ଭ ପୂର୍ବରୁ କାହିଁକି ଦେଖାଯାଏ ଏହି ସାର୍ଟିଫିକେଟ?: ଜାଣନ୍ତୁ ରୋମାଞ୍ଚକର ତଥ୍ୟ

ଓଲିଉଡରୁ ଆରମ୍ଭ କରି ବଲିଉଡ ଏବଂ ହଲିଉଡ । ଆଜିକାଲି ଅନେକ ହିଟ ସିନେମା ରିଲିଜ ହେଉଛି ଏବଂ ଲୋକଙ୍କ ମନକୁ ଛୁଇଁ ପାରିଛି । କିନ୍ତୁ ଏହି ସିନେମାକୁ ନେଇ କିଛି ଫ୍ୟାକ୍ଟ ଯାହାକୁ ପ୍ରାୟ ସମସ୍ତେ ଅଣଦେଖା କରିଥାନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହି ସାର୍ଟିଫିକେଟ । ଅଧିକାଂଶ ଲୋକେ ଏହାକୁ ଗୁରୁତ୍ୱ ନ ଦେଇ ଛାଡି ଦିଅନ୍ତି । କିନ୍ତୁ ସିନେମା ପାଇଁ ଏହା ଖୁବ ମହତ୍ତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ସିନେମା ପାଇଁ ଏହା କ’ଣ ମୂଲ୍ୟ ରଖିଥାଏ ।

କୌଣସି ଏକ ଚଳଚ୍ଚିତ୍ର ଦେଖାଇବା ପୂର୍ବରୁ ଏହି ସାର୍ଟିଫିକେଟ ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏଥିରେ ସିନେମା ସମ୍ପର୍କରେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲେଖା ହୋଇଥାଏ । ଏହା ଚଳଚ୍ଚିତ୍ରର ନିଜସ୍ୱ ପ୍ରମାଣପତ୍ର । ଅଧିକାଂଶ ଲୋକେ ଫିଲ୍ମର ଟାଇମିଂ ଦେଖନ୍ତି କିମ୍ବା ଏହି ସାର୍ଟିଫିକେଟରେ କେତେ ରିଲ ଅଛି, ତାହାକୁ ଦେଖନ୍ତି । ଏହା ବ୍ୟତୀତ ସାର୍ଟିଫିକେଟରେ ଆହୁରି ବି ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଲ୍ଲେଖ କରାଯାଇଛି । ଯାହା ହୁଏତ ଜଣେ ଦର୍ଶକଙ୍କ ଆଖିରୁ ପାୟତଃ ଦୂରେଇ ରହିଯାଏ ।

ଯଦି ଫିଲ୍ମର ସାର୍ଟିଫିକେଟରେ ହିନ୍ଦୀରେ “ଅ’ ଲେଖା ହୋଇଥାଏ, ତେବେ ଏହାର ଅର୍ଥ ଯେ କେହି ବି ଏହି ଫିଲ୍ମ ଦେଖିପାରିବେ । ଏହି କାଟାଗୋରୀରେ ତିବା ସିନେମାକୁ ସମସ୍ତ ବୟସର ଦର୍ଶକ ଦେଖିପାରିବେ । କିନ୍ତୁ ଯଦି ସାର୍ଟିଫିକେଟ ଉପରେ “ଅବ’ ଲେଖାଥାଏ, ତେବେ ଏହାର ଅର୍ଥ ୧୨ ବର୍ଷରୁ କମ୍ ବୟସର ପିଲା ଏହାକୁ ପିତାମାତାଙ୍କ ସହିତ ଦେଖିପାରିବେ । ସେହିପରି ଫିଲ୍ମର ସାର୍ଟିଫିକେଟରେ ଯଦି “ବି’ ଲେଖା ଥାଏ, ତେବେ ଏହା ୧୮ ବର୍ଷରୁ କମ୍ ଲୋକଙ୍କ ପାଇଁ ଫିଲ୍ମ ଉଦ୍ଧିଷ୍ଟ ନୁହେଁ । ମୁଭିର ସାର୍ଟିଫିକେଟ ଉପରେ “ଏସ’ ଲେଖା ଥିଲେ ସିନେମାଟି ମାତ୍ର କିଛି ନର୍ଦ୍ଦିିଷ୍ଟ ଦର୍ଶକ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ହୋଇଥାଏ ।

ଏହାବ୍ୟତୀତ ସିନେମାର ରିଲ ବିଷୟରେ ମଧ୍ୟ ଏହି ସାର୍ଟିଫିକେଟରୁ ଜଣାପଡିଥାଏ । ସିନେମାର ସମୟ, କେତେ ସମୟ ପର୍ଯ୍ୟନ୍ତ ଏହି ସିନେମା ପ୍ରସ୍ତୁତ ହୋଇଛି ଏ ସମ୍ପର୍କରେ ଦର୍ଶକଙ୍କୁ ଧାରଣା ଦେଇଥାଏ ୧୦ ସେକେଣ୍ଡର ଏହି ସାର୍ଟିଫିକେଟ । ସେହିପରି ସେନ୍ସର ବୋର୍ଡ ଯଦି ଚଳଚ୍ଚିତ୍ରରେ କୌଣସି ସିନକୁ କାଟି ଦେବାକୁ ଇଚ୍ଛା କରନ୍ତି, କିମ୍ବା ଏହା ସିନେମାରେ ଦେଖାଇବା ଅନୁଚିତ ବୋଲି ଅନୁଭବ କରନ୍ତି, ତେବେ ଏହା ମଧ୍ୟ ଏହି ସାର୍ଟିଫିକେଟରେ ଉଲ୍ଲେଖ ରହିଥାଏ । ଏହି ସାର୍ଟିଫିକେଟ ସିନେମାର ଦର୍ଶକମାନଙ୍କ ପାଇଁ ଏକ ଲାଇସେନ୍ସ ଭଳି କାମ କରିଥାଏ ।

Get real time updates directly on you device, subscribe now.