fbpx

ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ୬ ମାସ ବିତିଯାଇଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରିନଥିବା ସଂଘ ପକ୍ଷରୁ କୁହାଯାଇଛି ।

ତେବେ ବିଭିନ୍ନ ଦଫା ଦାବି ପୂରଣ କରାଯାଇ ନଥିବାରୁ ବସ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛି । ବସର ପରମିଟ୍ ଥାର୍ଡ ପାର୍ଟିକୁ ହସ୍ତାନ୍ତର ନେଇ କାର୍ଯ୍ୟକାରୀ ହେଉନାହିଁ । ସେହିପରି ଜାତୀୟ ରାଜପଥମାନଙ୍କରେ ଯାତ୍ରୀମାନେ ବସରୁ ଓହ୍ଲାଇବା ପାଇଁ ସ୍ଥାନ ମିଳୁନାହିଁ । ରାଜ୍ୟ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ସମସ୍ତ ଖର୍ଚ୍ଚ କରିବା ଦରକାର । ଚଳିତ ମାସ ୩୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଘ ଆସନ୍ତା ଜୁଲାଇ ୧ରୁ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ ଯେ, ଭାରତ ବନ୍ଦ ପାଇଁ ଗତ ଜାନୁଆରୀ ୮ ତାରିଖରେ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଥିଲା । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ପକ୍ଷରୁ ଉକ୍ତ ବନ୍ଦ ଡାକରା ଦିଆଯାଇଥିଲା ।

Get real time updates directly on you device, subscribe now.