ୟୋ-ୟୋ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା, ହେଲେ କାହିଁକି ହେଲାନି ବ୍ରୋଙ୍କୋ ଟେଷ୍ଟ, ସାମ୍ନାକୁ ଆସିଲା ବଡ଼ କାରଣ

କାହିଁକି ହୋଇନି ବ୍ରୋଙ୍କୋ ଟେଷ୍ଟ?

ନୂଆଦିଲ୍ଲୀ: ଆସିଲା ବଡ଼ ଖବର। ରୋହିତ ଶର୍ମାଙ୍କର ହେଲାନି ବ୍ରୋଙ୍କୋ ଟେଷ୍ଟ। କିଛି ଦିନ ପୂର୍ବରୁ ଯାହା ସବୁଠୁ ଚର୍ଚ୍ଚାର ବିଷୟବସ୍ତୁ ଥିଲା କି ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କର ହେବ ବ୍ରୋଙ୍କୋ ଟେଷ୍ଟ।

ଯେଉଁ ଟେଷ୍ଟଟି ହେଉଛି ଫିଟନେସକୁ ନେଇ। ଏବଂ ଏହି ଟେଷ୍ଟରେ ଯଦି ସେମାନେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ସେମାନଙ୍କୁ ୨୦୨୭ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିପାରେ। ହେଲେ କ୍ରିକେ୍ ପ୍ରେମୀଙ୍କ ମନରେ ଦ୍ୱନ୍ଦ୍ୱ ଏଥିପାଇଁ ଥିଲା କି ଯେହେତୁ ସେମାନଙ୍କର ଏବେ ବୟସ ଅଧିକ ହେଲାଣି ତେଣୁ ସେମାନେ ଏହି ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତ?

ରୋହିତଙ୍କର ହେଲାନି ବ୍ରୋଙ୍କୋ ଟେଷ୍ଟ: ତେବେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଏଥିପାଇଁ ସେ କଠିନ ପରିଶ୍ରମ କରୁଛନ୍ତି।

ଗତ ସପ୍ତାହରେ ସେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE) ରେ ୟୋ-ୟୋ ଟେଷ୍ଟ ପାସ୍ କରିଥିଲେ। ଏହି ସମୟରେ ତାଙ୍କ ବ୍ୟତୀତ ଶୁଭମନ ଗିଲ୍ ଏବଂ ଅନ୍ୟ ଅନେକ ଖେଳାଳି ଏହି ଟେଷ୍ଟ ଦେଇଥିଲେ।

ଏହି ଟେଷ୍ଟ ପରେ ରୋହିତ ଶର୍ମାଙ୍କର ମଧ୍ୟ ବ୍ରୋଙ୍କୋ ଟେଷ୍ଟେ ହେବାର ଥିଲା କିନ୍ତୁ ଏହି ଟେଷ୍ଟ ହୋଇନଥିଲା। ଏହାର ଏକ ବଡ଼ କାରଣ ସାମ୍ନାକୁ ଆସିଛି।

ଟିମ୍ ଇଣ୍ଡିଆର ଷ୍ଟ୍ରେନ୍ଥ୍ ଏବଂ କଣ୍ଡିସନିଂ କୋଚ୍ ଆଡ୍ରିଆନ୍ ଲି ରକ୍ସ ବ୍ରୋଙ୍କୋ ଟେଷ୍ଟ କରିବାକୁ ଆସିଛନ୍ତି। ହେଲେ ଏହି ଟେଷ୍ଟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ରୋହିତଙ୍କ ବ୍ରୋଙ୍କୋ ଟେଷ୍ଟ କାହିଁକି ହେଲାନି: ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩1 ତାରିଖରେ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ୟୋ-ୟୋ ଟେଷ୍ଟ ଦେଇଥିଲେ। ରୋହିତ ଶର୍ମା ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ନିଜର ଫିଟନେସ୍ ପ୍ରମାଣ କରିଥିଲେ।

ଏହି ସମୟରେ ତାଙ୍କର ବ୍ରୋଙ୍କୋ ଟେଷ୍ଟ ହେବାର ଥିଲା କିନ୍ତୁ ଏହି ଟେଷ୍ଟ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଦ୍ୱାରା କାର୍ଯ୍ୟକାରୀ କରାଯାଇ ନାହିଁ। ତେଣୁ ରୋହିତ ଶର୍ମାଙ୍କୁ ଏହି ଟେଷ୍ଟ ଦେବାକୁ ପଡିନି।

ରିପୋର୍ଟ ଅନୁଯାୟୀ, ଏସିଆ କପ୍ ପୂର୍ବରୁ ଏହି ଟେଷ୍ଟ ଦୁବାଇରେ କରାଯାଇପାରେ। ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୪ ତାରିଖ ସକାଳେ ଦୁବାଇ ଯାତ୍ରା କରିବ ଏବଂ ସେପ୍ଟେମ୍ବର ୫ ତାରିଖରେ ICC ଏକାଡେମୀରେ ଏହାର ପ୍ରଥମ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବ।

ତେଣୁ ଯଦି BCCI ବ୍ରୋଙ୍କୋ ଟେଷ୍ଟ କରିବାକୁ ଚାହୁଁଛି,ତେବେ ଏହା ଦୁବାଇରେ ହୋଇପାରେ। କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ସେଥିପାଇଁ ରୋହିତ ଶର୍ମା ବ୍ରୋଙ୍କୋ ଟେଷ୍ଟ ଦେଇନାହାଁନ୍ତି।

ଅଷ୍ଟ୍ରେଲିଆ ଗସ୍ତରେ ଫେରିପାରନ୍ତି ରୋହିତ ଶର୍ମା: ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ରୋହିତ ଶର୍ମା ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି।

ସେ ଶେଷ ଥର ପାଇଁ ମାର୍ଚ୍ଚ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା। ସେବେଠାରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି।

ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଏହି ଉଭୟ ଖେଳାଳି ଫେରିପାରନ୍ତି। ଏଥିପାଇଁ ଏହି ଉଭୟ ଖେଳାଳି ଏବେ ପଡ଼ିଆରେ ଝାଳ ବୁହାଉଛନ୍ତି। ପୂର୍ବରୁ ରୋହିତ ଶର୍ମା ଭାରତ ଗସ୍ତରେ ଆସୁଥିବା ଅଷ୍ଟ୍ରେଲିଆ-ଏ ବିପକ୍ଷ ଦିନିକିଆ ସିରିଜରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।