ଅର୍ଚ୍ଚନାଙ୍କୁ କାହିଁକି ହତ୍ୟା ଉଦ୍ୟମ! ଥାନାରେ ସ୍ୱାମୀ ଅଟକ, ପୁଣି ଚର୍ଚ୍ଚାରେ ନାଗ…

ନିଜ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ ହତ୍ୟା ଉଦ୍ୟମ କରିବା ନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

ଓଡ଼ିଶା ଭାସ୍କର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ ।

ପଢ଼ନ୍ତୁ ଅଧିକ ଖବର..ବୈଭବଙ୍କ ବୟସ 14 ନୁହେଁ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ, ମିଛ କହି କହି ଭୂଆଁ ବୁଲାଇଛନ୍ତି ଦୁର୍ଦ୍ଦଶ ବ୍ୟାଟର…

ନିଜ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ ହତ୍ୟା ଉଦ୍ୟମ କରିବା ନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଫଳରେ ମଞ୍ଚେଶ୍ୱର ପୋଲିସ ଅର୍ଚ୍ଚନାଙ୍କ ଏତଲା ଆଧାରରେ ଜବବନ୍ଧୁଙ୍କୁ ଥାନାରେ ଅଟକ ରଖିଛି । ତାଙ୍କଠାରୁ ଗୋଟିଏ ଛୁରି ମଧ୍ଯ ଜବତ କରିଛି ମଞ୍ଚେଶ୍ୱର ପୋଲିସ । ତେବେ ଏ ଘଟଣା ଏବେ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ପ୍ରକାଶଥାଉ ଯେ, ଏବେ ବହୁ ଚର୍ଚ୍ଚିତ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଛାଡ଼ପତ୍ର ମାମଲା ମଧ୍ଯ ଚାଲିଛି । ତେବେ କାହିଁକି ଏ ଆକ୍ରମଣ ସହ ହତ୍ୟା ଉଦ୍ୟମ କରାଯାଇଛି ଅର୍ଚ୍ଚନାଙ୍କୁ ତାହା ଏଯାଏଁ ସ୍ପଷ୍ଟ ହୋଇ ପାରି ନାହିଁ ।