fbpx

ଏଥିପାଇଁ ଥାଳିରେ ପରଷା ଯାଏନି ୩ଟି ରୁଟି: ଜାଣନ୍ତୁ ଏହା ପଛର ଧାର୍ମିକ ଓ ବୈଜ୍ଞାନିକ କାରଣ

ଆମ ସମାଜରେ ଆମେ ଅନେକ ରୀତିନୀତି ଉପରେ ବିଶ୍ୱାସ କରୁ ଓ ବର୍ଷ ବର୍ଷ ଧରି ତାହାର ପାଳନ କରୁ । ଯେପରି କି, ଚପଲଗୁଡ଼ିକ ଓଲଟା ନରଖିବା, ବିଲେଇ ଅତିକ୍ରମ କଲେ ସେହି ରାସ୍ତାକୁ ଅତିକ୍ରମ ନକରିବା ଇତ୍ୟାଦି । ଏପରି ଏକ ନିୟମ ଅଛି, ଯାହାକୁ ଆମେ ଅନେକ ବର୍ଷ ଧରି ପାଳନ କରି ଆସୁଛୁ । ତାହା ହେଉଛି କାହା ଥାଳିରେ ୩ଟି ରୋଟି ପରଷା ଯାଏନାହିଁ । କିନ୍ତୁ ଆପଣ ଏହାର ପଛର କାରଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର କାରଣ…

ତିନି ନମ୍ବର ହୋଇଥାଏ ଅଶୁଭ :-
ହିନ୍ଦୁ ଧର୍ମରେ ତିନି ନମ୍ବରକୁ ଅଶୁଭ ବୋଲି ବିବେଚନା କରାଯାଏ । କେବଳ ତିନୋଟି ରୁଟି ନୁହେଁ, ବରଂ ତିନୋଟି ମିଠା, ତିନୋଟି ଧୂପକାଠି ଜାଳିବା ଏହିପରି ଅନେକ ଜିନିଷ ନିଷେଧ, ଯେଉଁଥିରେ ତିନି ନମ୍ବର ବ୍ୟବହାର କରାଯାଏ । କେବଳ ମଣିଷ ନୁହେଁ, ବରଂ ଭଗବାନଙ୍କୁ ମଧ୍ୟ ୩ଟି ଜିନିଷ ଅର୍ପଣ କରିବା ଉଚିତ୍ ନୁହେଁ ।

ମୃତକଙ୍କ ଖାଇବା ହୋଇଥାଏ ୩ :-
ବିଶ୍ୱାସ କରାଯାଏ କି, କୌଣସି ଜୀବିତ ବ୍ୟକ୍ତିଙ୍କୁ ୩ଟି ରୁଟି ପରଷା ଯିବା ଉଚିତ୍ ନୁହେଁ । କାରଣ ୩ଟି ରୁଟି ମୃତକମାନଙ୍କ ଖାଇବା ହୋଇଥାଏ । ଏଥିପାଇଁ କୌଣସି ମଣିଷ ମରିଗଲା ପରେ ୧୩ରେ ଖାଇବା ଥାଳିରେ ୩ଟି ରୁଟି ରଖାଯାଇଥାଏ । କିନ୍ତୁ ଏହା ପରେ କେବେବି ୩ଟି ରୁଟି ପରଷା ଯାଏନାହିଁ ।

୩ଟି ରୁଟି ପକାଇଥାଏ ନକାରାତ୍ମକ ପ୍ରଭାବ :-
ବିଶ୍ୱାସ କରାଯାଏ କି, ଏକାସାଙ୍ଗରେ କାହାକୁ ୩ଟି ରୁଟି ଦେବା ଦ୍ୱାରା ତାଙ୍କ ଶରୀରରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ସହ ତାଙ୍କ ଆଖପାଖରେ ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ।

ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ :-
ବୟସ୍କମାନଙ୍କ କହିାବ ମୁତାବକ, ଥାଳିରେ କିଛି ବି ୩ ଜିନିଷ ଯେପରିକି-୩ଟି ରୁଟି, ୩ଟି ପୁରୀ, ୩ ପରଟା ବା ୩ଟି ମିଠା ରଖିବା ଦ୍ୱାରା ମଣିଷର ବୟସ କମ୍ ହୋଇଥାଏ । ଏହା ସହ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

କ’ଣ କହିଥାଏ ବିଜ୍ଞାନ ?
୩ଟି ରୁଟି ନଖାଇବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଜ୍ଞାନ ଅନୁସାରେ, ଜଣେ ବ୍ୟକ୍ତି ଥରକରେ ୨ଟି ରୁଟି, ଗୋଟିଏ ଗିନା ପରିବା, ଡାଲି, ଦହି ଓ ଅଳ୍ପ ଭାତ ଖାଇବା ଉଚିତ୍ । ଏତିକି ଖାଦ୍ୟ ଜଣେ ମଣିଷ ପାଇଁ ଯଥେଷ୍ଟ ହୋଇଥାଏ । ଏଥିରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବଢ଼ିପାରେ । ଏଥିପାଇଁ ଆପଣଙ୍କୁ ଖାଇବାରେ କେବଳ ୨ଟି ରୁଟି ଖାଇବା ଉଚିତ୍ ।

Get real time updates directly on you device, subscribe now.