(Video) ହେ ନାରୀ ତତେ ଦୂରୁ ଜୁହାର…“ମୋ ପାଇଁ ଚିପ୍ସ ଆଣିଲନି, ତୁମକୁ ଦଉଚି ପାନେ…”
ଝିଅ ଆଗରେ ବାପାକୁ ଛୁରୀ ଧରି ଆକ୍ରମଣ । କୁନି ଝିଅ କିଛି ନ ବୁଝି ଦୁହିଁଙ୍କୁ ଅଟକାଉଛି ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ୍ସରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇପଡ଼ିବେ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ; ସ୍ୱାମୀ, ସ୍ତ୍ରୀ ମାଡ଼ଗୋଳ ହେଉଥିବାବେଳେ କୁନି ଝିଅଟି ମା’କୁ ଅଟକାଉଛି । ଘଟଣାଟି କେଉଁ ସ୍ଥାନର ଜଣାପଡ଼ି ନ ଥିବାବେଳେ କିନ୍ତୁ ସ୍ୱାମୀ-ସ୍ତ୍ରୀ ମାଡ଼ଗୋଳର କାରଣ ଜାଣିବାକୁ ମିଳିଛି ।
ସ୍ୱାମୀ ଘରକୁ ଫେରିଲାବେଳେ ସ୍ନାକ୍ସ ନେଇ ଆସିବା ପାଇଁ ସ୍ତ୍ରୀ ବରାଦ କରିଥିଲେ । ହେଲେ ସ୍ୱାମୀ ସ୍ନାକ୍ସ ନ ଆଣିବାକୁ ସ୍ତ୍ରୀ ଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା । ଯାହା ପାଇଁ ସେ ସ୍ୱାମୀକୁ ଛୁରୀ ଭୁଷିବା ପାଇଁ ଆକ୍ରମଣ କରୁଛନ୍ତି ।
କୁନି ଝିଅ ସାମ୍ନାରେ ମା’ର ଏହି ହିଂସ୍ର ପ୍ରବୃତ୍ତି ଦେଖି ଝିଅଟି ଡରିଯାଇଛି । ହେଲେ ବାପାଙ୍କ ଜୀବନ ରକ୍ଷା କରିବା ପାଇଁ ମା’କୁ ଅଟକାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
She stabbed her husband just because he didn’t bring the snacks she asked him to.
No fear of law. His little daughter is trying to save the father.
Worst thing is, she won’t get any punishment.
Even if he divorced her, she will get alimony.pic.twitter.com/xMeiuZZsBs
— ︎ ︎venom (@venom1s) July 23, 2025